ମାଛର ଦାମ୍ 3 ଲକ୍ଷ ! ମାଛ ବଦଳାଇ ଦେଲା ଏହି ଗରିବ ଧୀବରଙ୍କ ଭାଗ୍ୟ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ମାଛ ବଦଳାଇ ଦେଲା ଭାଗ୍ୟ । ମାଛର ଦାମ୍ ତିନି ଲକ୍ଷ ଟଙ୍କା ! ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । କିନ୍ତୁ ବିଶ୍ବାସ ନହେଲେ ବି ସତ । କିଛି ଲୋକ ଏହି ତେଲିଆ ମାଛକୁ ତିନି ଲକ୍ଷ ଦାମ ଦେଇ କିଣିଛନ୍ତି । ମାଛଟି ଏକ ପ୍ରକାର ପଚି ଆସିଥିଲା ବ ଖରାପ ହୋଇ ଆସିଥିଲା । ଏହା ସତ୍ତ୍ୱେ ମଧ୍ୟ ଏହି ମାଛର ଦାମରେ କୌଣସି ପରିବର୍ତ୍ତନ ହୋଇ ନଥିଲା ଅର୍ଥାତ ଦାମ୍ ଖସି ନଥିଲା । ପୁରା ୩ ଲକ୍ଷ ୧୦ ହଜାର ଟଙ୍କାରେ ଏହି ମାଛକୁ ବିକ୍ରି କରା ଯାଇଥିଲା । ମୁମ୍ବାଇର ଏକ ମେଡ଼ିସିନ କମ୍ପାନୀ ଏହି ମାଛଟିକୁ ନିଲାମ ଧରି କିଣିଛି ।

ଚାନ୍ଦବାଲି ଧାମଣା ମୁହାଁରୁ ଏହି ଗଳିତ ବା ପଚି ଆସିଥିବା ମାଛଟି ଭାସି ଆସିଥିଲା । ସେଠାକାର ଜଣେ ଧୀବର ନଦୀ କୂଳରେ ଏହି ମାଛକୁ ଠାବ କରିବା ପରେ ତାକୁ ଉଦ୍ଧାର କରି ଚାନ୍ଦିନୀପାଳ ସ୍ଥିତ କଣ୍ଟାରେ ନିଲାମ ଡ଼ାକିଥିଲେ । ଆଉ ନିଲାମ ପରେ ମୁମ୍ବାଇର ଏକ ମେଡ଼ିସିନ କମ୍ପାନୀ ଏହାକୁ ନେବାକୁ ଇଚ୍ଛା ପ୍ରକାଶ କରିଥିଲା । ଏହି ପଚା ମାଛକୁ ଭିଡିଓ କଲ୍ ରେ ଦେଖି କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ଉକ୍ତ ମେଡ଼ିସିନ କମ୍ପାନୀ ।

ଯାହାପରେ ନିଲାମ ଡକାଯିବା ପରେ ୩ ଲକ୍ଷ ୧୦ ହଜାର ଟଙ୍କାରେ ଏହାର ନିଲାମ ହୋଇଛି । ତେବେ ଭାସି ଆସିଥିବା ଏହି ଗଳିତ ମାଛଟି ଏକ ତେଲିଆ ମାଛ ବୋଲି କୁହାଯାଉଛି, ଯାହାକୁ ଜଣେ ଧୀବର ଦେଖିବା ପରେ ଉଦ୍ଧାର କରିଥିଲେ । ଆଉ ପରବର୍ତ୍ତୀ ସମୟରେ ଏହି ମାଛ ଯୋଗୁଁ ସେ ଲକ୍ଷପତି ହୋଇ ପାରିଛନ୍ତି ।

ସେ କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ କି ସେ ଉଦ୍ଧାର କରିଥିବା ଏହି ତେଲିଆ ମାଛଟି ତାଙ୍କର ଭାଗ୍ୟ ବଦଳାଇ ଦେବ । ସେ ସବୁଦିନ ଭଳି କେତେ ମାଛ ଧରିବେ କେତେ ଟଙ୍କା ରୋଜଗାର କରିବେ ତାହା ଆକଳନ କରି ଆସିଥିବେ । କିନ୍ତୁ ଭାଗ୍ୟଦେବୀ ତାଙ୍କ ଉପରେ ଏତେ ଅଧିକ ପ୍ରସନ୍ନ ହେବେ ସେ ହୁଏତ ଚିନ୍ତା ମଧ୍ୟ କରି ନଥିବେ ।

କିନ୍ତୁ ଏହି ମାଛରୁ ବିଶେଷ ମେଡ଼ିସିନ ତିଆରୁ ହେଉଥିବାରୁ ମୁମ୍ବାଇର ଏକ ମେଡ଼ିସିନ କମ୍ପାନୀ ପଚା ମାଛକୁ ମଧ୍ୟ ଏତେ ଅଧିକ ଅର୍ଥ ଦେଇ କିଣି ନେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।