ମୁଁ ବଞ୍ଚିବାକୁ ଚାହେଁ, ଯଦି ମୁଁ କେବେବି ଆପଣଙ୍କ ମନୋରଞ୍ଜନ କରିଛି ତା’ହେଲେ… ଦେଖନ୍ତୁ କଣ କହିଲେ ଅଭିନେତା Pintu Nanda

ଲିଭର ରୋଗରେ ପୀଡିତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଏନେଇ ପିଣ୍ଟୁ ନନ୍ଦଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଗଣମାଧ୍ୟମ ଜରିଆରେ ସ୍ଵତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପିଣ୍ଟୁ । ଏହି ଭିଡିଓରେ ସେ ହସ୍ପିଟାଲ ବେଡରେ ଥିବା ଦେଖିବାକୁ ମିଳୁଛି । ପିଣ୍ଟୁ ନନ୍ଦ କହିଛନ୍ତି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଗୁରୁତର ଅଛି । ତାଙ୍କୁ ଦୀର୍ଘ 6 ରୁ 7 ମାସ ଧରି ଜଣ୍ଡିସ ହୋଇଥିଲା ।

କିନ୍ତୁ ସେ ଠିକ ସମୟରେ ଜାଣି ନ ପାରିବାରୁ ଜଣ୍ଡିସ ଅତ୍ୟଧିକ ବଢି ତାଙ୍କ ଲିଭରକୁ ସଂପୂର୍ଣ୍ଣ ଖରାପ କରିଦେଇଛି । ବର୍ତ୍ତମାନ ସେ ଭୁବନେଶ୍ବରର କିଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସେଠାକାର ପରିବେଶ ତାଙ୍କ ମନରେ ଆତ୍ମବିଶ୍ବାସ ବଢାଏ ବୋଲି ସେ କହିଛନ୍ତି । ଡାକ୍ତର ତାଙ୍କୁ ଖୁବ ଶୀଘ୍ର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପରାମର୍ଶ ଦେଇଛନ୍ତି ଓ ସେଥିପାଇଁ ପିଣ୍ଟୁ ନନ୍ଦ ପ୍ରସ୍ତୁତ ହେଉଛନ୍ତି । କାରଣ ଏଥିପାଇଁ ତାଙ୍କୁ ବହୁତ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ଏହା ତାଙ୍କ ପାଇଁ ବାଧକ ସାଜିଛି ।

ତାଙ୍କ ପରିବାର ଲୋକ, ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ଠାରୁ ସେ କିଛି ଅର୍ଥ ଜମା କରିଛନ୍ତି । ହେଲେ ତାଙ୍କୁ ଚିକିତ୍ସା ପାଇଁ ଆହୁରି ଅନେକ ଅର୍ଥ ଆବଶ୍ୟକ । ତେଣୁ ସେ ତାଙ୍କ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ । ପିଣ୍ଟୁ କହିଛନ୍ତି କି, ଯଦି ମୁଁ ଆପଣଙ୍କୁ କେବେ ବି ମୋ ଅଭିନୟ ମାଧ୍ୟମରେ ହସେଇଛି କିମ୍ବା ଆପଣଙ୍କ ମନୋରଞ୍ଜନ କରିଛି ତେବେ ଆପଣ ନିଶ୍ଚୟ ମୋତେ ସାହାଯ୍ୟ କରନ୍ତୁ ।

ଭଗବାନଙ୍କ ଦୟାରୁ ମୁଁ ଭଲ ହୋଇ ଫେରିଲେ ପୁଣି ଥରେ ନିଶ୍ଚୟ ଅଭିନୟ ଦୁନିଆକୁ ଫେରିବି ଓ ଆପଣଙ୍କ ମନୋରଞ୍ଜନ କରିବି । ପିଣ୍ଟୁ ଆହୁରି ମଧ୍ୟ କହିଛନ୍ତି କି, ସେ ବଞ୍ଚିବାକୁ ଚାହାନ୍ତି । ସମସ୍ତଙ୍କ ସଦଇଚ୍ଛା, ଭଲ ପାଇବା ଓ ପ୍ରାର୍ଥନା ତାଙ୍କ ପାଇଁ ରହିଲେ ସେ ନିଶ୍ଚୟ ପୁଣି ଥରେ ଅଭିନୟ ଜଗତରେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅର୍ଥର ସମାଧାନ ହେଲେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହେବା ପରେ ସେ ନିଶ୍ଚିତ ଭାବେ ଭଲ ହୋଇଯିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।