ଶୁଦ୍ଧକ୍ରିୟା ପାଇଁ ଯାଉଥିଲେ ନିଜେ ଶବ ହୋଇ ଫେରିଲେ, ଏକାଠି ଚାଲିଗଲେ ଦୁଇ ବାଲ୍ୟବନ୍ଧୁ, କରୁଣ ଦୃଶ୍ୟ ଦେଖିଲେ ଛାତି ଫାଟିପଡିବ, ଦେଖନ୍ତୁ video

ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା ଭୋଜିରେ ସାମିଲ ହେବାକୁ ବାଇକରେ ଘରୁ ବାହାରିଥିଲେ ଦୁଇ ସାଙ୍ଗ । ସମ୍ପର୍କୀୟଙ୍କ ଘରେ ପହଞ୍ଚିବା ପାଇଁ ମାତ୍ର ଆଇ କିଛି ବାଟ ଥିଲା । ବାଳକୃଷ୍ଣ ଓ ଯୋଗେନ୍ଦ୍ର ପିଲାଟି ଦିନରୁ ଏମିତି ସାଙ୍ଗ ଯେ କେହି କାହାରିକୁ ଛାଡି ରହି ପାରନ୍ତିନି । ସେଥିପାଇଁ ସେଦିନ ବି ଏକାଠି ଘରୁ ବାହାରି ଯାଇଥିଲେ । ହେଲେ ବାଟରେ ଏମାନଙ୍କୁ ଯମ ଅପେକ୍ଷା କରିଥିଲା ବୋଲି କିଏ ଜାଣିଥିଲା । ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା ଯାଇ ନିଜେ ଶବ ହୋଇ ଫେରିଲେ ଦୁଇସାଙ୍ଗ ।

ଦୁ-ର୍ଘ-ଟ-ଣା ଖବର ଘରେ ପହଞ୍ଚିବା ପରେ ପରିବାର ଲୋକେ ଛାତିପିଟି କାନ୍ଦୁଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍ ଓ ବାଇକର ଦୃଶ୍ୟ ଦେଖିଲେ ଆପଣମାନେ ଜାଣିପାରିବେ କି ଦୁ-ର୍ଘ-ଟ-ଣା କେତେ ଭୟଙ୍କର ଥିଲା । ଆଉ ସେହି ଘଟଣାସ୍ଥଳରେ ହିଁ ଦୁଇସାଙ୍ଗଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଦାରିଙ୍ଗିବାଡି ଥାନା 59 ନଂ ଡବେରୀ ଠାରେ ଗତ ଗୁରୁବାର ସନ୍ଧ୍ୟାରେ ଏହି ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଥିଲା । ସେମାନେ କେରଳରେ ରହି କାମ କରୁଥିଲେ ।

ଗୋଟିଏ କି ଦୁଇ ଦିନ ହେବ ଘରକୁ ଆସିଥିଲେ । ଆଉ ସେଠାରୁ ସମ୍ପର୍କୀୟଙ୍କ ଶୁଦ୍ଧଘର ଭୋଜି ଖାଇବାକୁ ଯାଇଥିଲେ । ଗାଁ ର ଦୁଇ ଦୁଇଟି ଭେଣ୍ଡିଆ ପୁଅଙ୍କ ସଡକ ଦୁର୍ଘଟଣାରେ ପ୍ରାଣ ଚାଲିଯିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଶୁଦ୍ଧକ୍ରିୟା ପାଇଁ ଯାଇଥିବା ଦୁଇ ସାଙ୍ଗ ଯେ ଏମିତି ଏକାଠି ପ୍ରାଣ ହରାଇବେ ଏକଥା କେହି ବିଶ୍ବାସ କରି ପାରୁନାହାନ୍ତି ।

ସେମାନେ ଯାଉଥିବା ବେଳେ ଡବେରୀ ଠାରେ ତାଙ୍କ ବାଇକ ଏକ କାର ସହ ମୁହାଁମୁହିଁ ଧ-କ୍କା ହୋଇଥିଲା । ସେହି ବାଇକରେ ବାଳକୃଷ୍ଣ ଓ ଯୋଗେନ୍ଦ୍ରଙ୍କ ସମେତ ଅନ୍ୟଜଣେ ଯୁବକ ମଧ୍ୟ ଥିଲେ । ତେବେ ଦୁଇସାଙ୍ଗ ସେହି ଦୁ-ର୍ଘ-ଟ-ଣା-ରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯୁବକ ଏବେବି ଗୁରୁତର ଥିବା ଜଣାପଡିଛି । ଗାଁର ଦୁଇପୁଅଙ୍କ ଏଭଳି ଅକାଳ ମୃ-ତ୍ୟୁ-ରେ ସ୍ତବ୍ଧ ହୋଇ ଯାଇଛନ୍ତି ଗ୍ରାମବାସୀ ।

ସମସ୍ତଙ୍କ ଆଖିରେ ଲୁହ ସହ କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ତେବେ ସେମାନଙ୍କ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।