100 କୋଟି ଟଙ୍କାର କାର୍ ଠାରୁ ନେଇ 3 ଲକ୍ଷ ଟଙ୍କାର ଚା’ ପିଇବା ପର୍ଯ୍ୟନ୍ତ, ଏହା ହେଲା Nita Ambani ଙ୍କ କିଛି ମହଙ୍ଗା ସଉକ, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ !

ଭାରତର ସବୁଠୁ ଧନୀ ଅମ୍ବାନୀ ପରିବାର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କେବଳ ଟଙ୍କା ପଇସା ମାମଲାରେ ନୁହେଁ ବରଂ ନିଜର ମହଙ୍ଗା ସଉକ ସବୁ ପାଇଁ ମଧ୍ୟ ଏହି ପରିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟେ । ୧୯୮୫ରେ ଦେଶର ସବୁଠୁ ଧନୀବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସହ ନୀତା ଅମ୍ବାନୀଙ୍କ ବିବାହ ହୋଇଥିଲା । ନିଜ ଲାଇଫଷ୍ଟାଇଲ ଓ ମହଙ୍ଗା ସଉକ ପାଇଁ ନୀତା ଖୁବ ଚର୍ଚ୍ଚିତ । ଆଜି ଆମେ ଆପଣଙ୍କୁ ନୀତାଙ୍କର କିଛି ଏମିତି କଲେକ୍ସନ ବିଷୟରେ କହିବୁ ଯାହାର ଦାମ୍ ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ ।

ନୀତା ଅମ୍ବାନୀଙ୍କ ପାଖେ ଦୁନିଆର ସବୁଠୁ ମହଙ୍ଗା କାର୍ ମଧ୍ୟରୁ ଗୋଟିଏ ରହିଛି । ରିପୋର୍ଟ ଅନୁଯାୟୀ ନୀତାଙ୍କ କାର୍ ବିଶେଷ ଭାବେ ବିଦେଶରୁ ମଗାଯାଇଛି ବୋଲି ଶୁଣିବାକୁ ମିଳେ । ଏହା ଜର୍ମାନୀର ଲକ୍ସରି କାର୍ ନିର୍ମାତା କମ୍ପାନୀ ‘ଅଡି’ ର ସ୍ପେଶିଆଲ ଏଡିସନ କାର୍ ‘ଅଡି ଏ୯ କ୍ୟାମିଲିୟନ’ ଅଟେ । ଯାହାର ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ଭାରତକୁ ଆସିବା ଭିତରେ ଏହାର ମୂଲ୍ୟ ପ୍ରାୟ ୧୦୦କୋଟି ହୋଇଯାଏ ।

ଏହାଛଡା ନୀତାଙ୍କ ପାଖରେ ମର୍ଷିଡିଜ ବେଞ୍ଜ ଏସ କ୍ଳାସ, ବେଣ୍ଟଲେ କଣ୍ଟିନେଣ୍ଟାଲ ଫ୍ଲାଇଙ୍ଗ ସ୍ପର, ରୋଲ୍ସ ରାୟସ ଫେଣ୍ଟମ ଓ ବିଏମଡବ୍ଲ୍ୟୁ ୭ ସିରିଜ ଭଳି ଅନେକ ଗାଡି ରହିଛି । ନୀତ ଅମ୍ବାନୀ ସବୁବେଳେ ମହଙ୍ଗା ସ୍ୟାଣ୍ଡେଲ୍ସ ଓ ଜୋତା ପିନ୍ଧନ୍ତି । କୁହାଯାଏ କି ସେ କୌଣସି ଚପଲ ବା ଜୋତାକୁ ଦ୍ଵିତୀୟ ଥର ପିନ୍ଧନ୍ତି ନାହିଁ । ନୀତାସବୁବେଳେ ପେଡ୍ରୋ, ଗାର୍ସିୟା, ଜିମ୍ମି ଚୁ, ପେଲମୋଡା, ମର୍ଲିନ ବ୍ରାଣ୍ଡ ଭଳି ବଡ ବଡ ବ୍ରାଣ୍ଡର ଜୋତା ଓ ସ୍ୟାଣ୍ଡେଲ ପିନ୍ଧନ୍ତି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ।

ସେପରି ନୀତାଙ୍କ ପାଖେ ଏପରି ଅନେକ ହ୍ୟାଣ୍ଡବ୍ୟାଗ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ । ଫ୍ରେଡି, ସେଲିନ ଠୁ ନେଇ ହେମିଜ ପର୍ଯ୍ୟନ୍ତ ନୀତାଙ୍କ ହାତରେ ଦୁନିଆର ସବୁଠୁ ମହଙ୍ଗା ବ୍ୟାଗ ଦେଖିବାକୁ ମିଳିଥାଏ । ନୀତାଙ୍କ ପାଖରେ ମହଙ୍ଗା ଓ ଲକ୍ସରି ଘଣ୍ଟା ମଧ୍ୟରେ ବୁଲ୍ଗୋରି, କାର୍ଟିୟର, ରାଡ଼ୋ, ଗୁଚି ଓ କେଲଭିନ କେଳିନ ଭଳି ବ୍ରାଣ୍ଡର ଘଣ୍ଟା ମଧ୍ୟ ରହିଛି । ଏହି ସବୁ ଘଣ୍ଟାର ପ୍ରାରମ୍ଭ ମୂଲ୍ୟ ପ୍ରାୟ ଦୁଇରୁ ଅଢେଇ ଲକ୍ଷ ଟଙ୍କା । ଏକ ରିପୋର୍ଟ ଅନୁସାରେ ନେତା ଅମ୍ବାନୀଙ୍କ ପାଖେ ୪୦ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ କେବଳ ଲିପଷ୍ଟିକ କଲେକ୍ସନ ରହିଛି ।

କୁହାଯାଏ କି ନୀତାଙ୍କ ଲିପଷ୍ଟିକ ଗୁଡିକର ବାହାର ପ୍ୟାକେଜିଙ୍ଗ ଅଧିକାଂଶ ସୁନା ଓ ରୂପାରେ ତିଆରି ହୋଇଥାଏ । ନୀତା ଜାପାନର ସବୁଠୁ ପୁରୁଣା କ୍ରକରି ବ୍ରାଣ୍ଡ ନୋରିଟେକ କପ୍ ରେ ଚାହା ପିଅନ୍ତି, ଯାହାର ବର୍ଡର ସୁନାରେ ତିଆରି ହୋଇଥାଏ । ଏହା ଯୋଗୁଁ ନୀତାଙ୍କ ଏକ କପ୍ ଚାହାର ମୂଲ୍ୟ ୩ଲକ୍ଷ ଟଙ୍କା ବୋଲି କୁହାଯାଏ । ୨୦୦୭ରେ ପତି ମୁକେଶ ଅମ୍ବାନୀ ନୀତାଙ୍କୁ ସମସ୍ତ ସୁବିଧା ଉପଲବ୍ଧ ଥିବା ଏକ ଲକ୍ସରି ଜେଟ୍ ଉପହାର ଦେଇଥିଲେ । ଯାହାର ମୂଲ୍ୟ ପ୍ରାୟ ୨୪୦ କୋଟି ଟଙ୍କା ବୋଲି କୁହାଯାଏ ।

କୁହାଯାଏ କି ଥରେ ନୀତା ୪୦ଲକ୍ଷ ଟଙ୍କାର ଏକ ମହଙ୍ଗା ଶାଢୀ ପିନ୍ଧିଥିଲେ, ଯାହାକୁ ଦୁନିଆର ସବୁଠୁ ମହଙ୍ଗା ଶାଢୀ ମଧ୍ୟରୁ ଗୋଟିଏ ବୋଲି ମାନାଯାଏ । ଏହାଛଡା ସେ ପୁଖରାଜ, ମୋତି ଓ ମାଣିକରେ ଡିଜାଇନ ହୋଇଥିବା ଶାଢୀସବୁ ପିନ୍ଧନ୍ତି । ସେପରି ନୀତାଙ୍କ ପାଖେ କୋଟି କୋଟି ଟଙ୍କାର ଜୁଏଲାରୀ ତଥା ସୁନା ଓ ହୀରା ଅଳଙ୍କାର ମଧ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।