ଭଙ୍ଗା ହେଲେ ବି ସେ ଗୋଟିଏ, ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଆଖି ଥିଲେ ବି ଅନ୍ଧ ସେ କିଏ ?

ଉ: ମୂର୍ଖ ଲୋକ

୨- ନ ରୁ ଆରମ୍ଭ ନ ରେ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ, ସେ କିଏ ?

ଉ: ନୟନ

୩- ମନାକଲେ ବି ସାଙ୍ଗ ଛାଡେନି, ସେ କିଏ ?

ଉ: ଛାଇ

୪- ପାଣି ଢାଳିଲେ ବି ଗରମ ହୁଏ ତାହା କଣ ?

ଉ: ମୁଣ୍ଡ

୫- ମୃତ୍ୟୁ ପରେ ବି କିଏ ଠିଆ ହୋଇ ରହିଥାଏ ?

ଉ: ଗଛ

୬- ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇ ପାରେନି ସେ କିଏ ?

ଉ: ପଙ୍ଖା

୭- କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେନି ?

ଉ: ନଡିଆ

୮- କାହାର ଦାନ୍ତ ଅଛି ହେଲେ ସେ କାମୁଡି ପାରେ ନାହିଁ ?

ଉ: ପାନିଆ

୯- ଭଙ୍ଗା ହେଲେ ବି ସେ ଗୋଟିଏ, ତାହା କ’ଣ ?

ଉ: ଖିଲିପାନ

୧୦- କାହାକୁ ଟାଣିଲେ ଛୋଟ ହୁଏ, ସେ କିଏ ?

ଉ: ସିଗଆରଏଟ

୧୧- ଦିନରେ ଶୁଏ ମଜୁରି ନିଏ, ସେ କିଏ ?

ଉ: ରାତି ଜଗୁଆଳି

୧୨- କଞ୍ଚା ବେଳେ ଲତପତ ପାଚିଗଲେ ଟାଣ ତାହା କଣ ?

ଉ: ମାଟି ହାଣ୍ଡି

୧୩- ଏଇଠି ଅଛି ଏଇଠି ନାହିଁ, ଜେଣେ ଧାଇଁଲେ ତେଣେ ପଳାଉଛି ?

ଉ: ଛାଇ

୧୪- ନାକରେ ଯଦି ମୁଁ ଚଢିଯିବି, କାନ ଧରିକି ତୋତେ ମୁଁ ପଢେଇବି, ତାହା କଣ ?

ଉ: ଚଷମା

୧୫- ପବନ ତାହାର ଆହାର ଖାଏ ଗୋଇଠା ପାହାର ?

ଉ: ଫୁଟବଲ

୧୬- ତାହା କେଉଁ ଦାନ ଯାହା ଧନୀ ଗରିବ ସମସ୍ତେ କରିଥାନ୍ତି ?

ଉ: ମତଦାନ (ଭୋଟ)

୧୭- କେଉଁ ପ୍ରାଣୀ ନାକରେ ଖାଏ ?

ଉ: ପିମ୍ପୁଡି

୧୮- ଖାଇବାକୁ ସକ ସକ ଖାଇଦେଲେ ଲାଗେ ଭୋକ ?

ଉ? ଉକୁଣି

୧୯- ଏମିତି କେଉଁ ବାର ଯାହା ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ?

ଉ: ପରିବାର

୨୦- ଆଲୋ କମଳା, ପିଲାବେଳେ ଲୁଗା ପିନ୍ଧେ ବଡ ହେଲେ ଲଙ୍ଗଳା ?

ଉ: ବାଉଁଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।