କଳା ରଙ୍ଗ କାରଣରୁ କେହି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରୁ ନଥିଲେ, ସନି ଲିୟୋନି ଏହି ଅନାଥ ଝିଅଟିକୁ ଦେଲେ ନୂଆ ଜୀବନ

ଏମିତି କୁହାଯାଏ କି ଯାହାର ଭାଗ୍ୟ ଭଲ ହୋଇଥାଏ ସେ କାଦୁଅରେ ରହି ମଧ୍ୟ ହୀରା ହୋଇଥାଏ ଓ ହୀରା କୁ କେବଳ ବଣିଆ ଚିହ୍ନିଥାଏ । ଦୁଇ ବର୍ଷ ପୂର୍ବେ ବଲିଉଡ ଆକ୍ଟ୍ରେସ ସନୀ ଲିୟୋନି ନିଜ ସ୍ଵାମୀ ଡେନିଏଲ ଙ୍କ ସହିତ ମିଶି ଗୋଟିଏ ଦୁଇ ବର୍ଷର ଝିଅକୁ କୋଳାଇ ନେଇଛନ୍ତି । ସେହି ଝିଅଟିର ନାମ ସେ ନିଶା ରଖିଛନ୍ତି ଓ ଆଜି ସେ ସନୀ ଲିୟୋନି ଓ ତାଙ୍କ ସ୍ଵାମୀଙ୍କର ଜୀବନ ଅଟେ । ସନୀ ଲିୟୋନି ଏବେ ତାଙ୍କ ପରିବାର ସହିତ ଜୀବନ କାଟୁଛନ୍ତି ଓ ତାଙ୍କୁ କେବେ ପିକନିକ ସ୍ଫଟ ତ କେବେ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳୁଛି ।

ଏବେ ଶନିବାରକୁ ହିଁ ସେ ନିଜ ସ୍ଵାମୀ ଓ ପିଲାମାନଙ୍କ ସହିତ ଡିନର କରିବାକୁ ଆସିଥିଲେ । ସେହି ସମୟରେ ସନୀ ଲିୟୋନି ଓ ତାଙ୍କ ଝିଅର ବଣ୍ଡିଂ ଦେଖିବା ଯୋଗ୍ୟ ଥିଲା । କଳା ରଙ୍ଗ କାରଣରୁ କେହି କୋଳାଇ ନେବାକୁ ପ୍ରସ୍ତୁତ ନଥିଲେ, ସେହି ଝିଅକୁ ସନୀ ଲିୟୋନି ଓ ଡେନିଏଲ କୋଳାଇ ନେଇଛନ୍ତି ଓ ଆଜି ସେ ରାଜକୁମାରୀ ପରି ଜୀବନ କାଟୁଛି ।

୧୯ ଜାନୁୟାରୀ କୁ ସନୀ ଲିୟୋନି ନିଜ ସ୍ଵାମୀ ଡେନିଏଲ ୱେବର ଓ ଝିଅ ନିଶା ୱେବରଙ୍କ ସହିତ ନଜର ଆସିଥିଲେ । ସେହି ସମୟରେ ନିଶା ନିଜ ପାପା-ମମ୍ମିଙ୍କ ହାତ ଧରି ବୁଲୁଥିବାର ନଜର ଆସିଥିଲେ କିନ୍ତୁ ଅଚାନକ ନିଶା ନିଜ ମା’ ଙ୍କ କୋଳକୁ ଯିବା ପାଇଁ ଆତୁର ହେଲେ ଓ କାନ୍ଦୁଥିବା ନିଶାକୁ ସନୀ କୋଳାଇ ନେଇ ଗେଲ୍ହା କରିଥିଲେ । ସନୀଙ୍କ କୋଳକୁ ଆସିବା ମାତ୍ରେ ନିଶା ଚୁପ ହୋଇଗଲା ଓ ଖିଲି ଖିଲି ହସିବାକୁ ଲାଗିଲା । ମଦରହୁଡ ର ଏହି ନଜାରା ଅଦ୍ଭୁତ ଥିଲା ଓ ସନୀ ଏହାକୁ ଭଲ ଭାବେ ପାଳନ କରିଛନ୍ତି । ବହୁତ କମ ଲୋକ ଜାଣିଛନ୍ତି କି ସନୀ ଯେଉଁ ପିଲାଟିକୁ ଆଡ଼ପ୍ଟ କରିଛନ୍ତି ତାକୁ ପୂର୍ବରୁ ହାରାହାରି ୧୧ ଜଣ ପ୍ୟାରେଣ୍ଟ ତାର କଳା ରଙ୍ଗ କାରଣରୁ ରିଜେକ୍ଟ କରି ସାରିଥିଲେ ।

ପିଲାଙ୍କୁ ଆଡ଼ପ୍ଟ କରାଉଥିବା ଚାଇଲ୍ଡ ଆଡପ୍ସନ ରିସୋର୍ସ ଏଜେନ୍ସି ର ସିଇଓ ଲେପ୍ଟିନେଣ୍ଟ କର୍ନଲ ଦୀପକ କୁମାରଙ୍କ ଅନୁସାରେ ଅଧିକାଂଶ ଲୋକ ପିଲାର ରଙ୍ଗ, ଚେହେରାର କଟିଙ୍ଗ ଓ ପିଲାର ମେଡିକାଲ ହିଷ୍ଟ୍ରିକୁ ଜାଣିବା ପରେ ପିଲାକୁ ଆଡ଼ପ୍ଟ କରିଥାନ୍ତି । କିନ୍ତୁ ନିଶାଙ୍କ ସହିତ ତାଙ୍କ ରଙ୍ଗ କାରଣରୁ କେହି ତାଙ୍କୁ ଆଡ଼ପ୍ଟ କରିବାକୁ ଚାହୁଁ ନଥିଲେ । ତାକୁ ୧୧ଟି ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା କିନ୍ତୁ ସନୀ ଓ ଡେନିଏଲଙ୍କୁ ନିଶାଙ୍କର ସରଳତା ପସନ୍ଦ ଆସିଗଲା ଓ ସେମାନେ ନିଶା ବିଷୟରେ କିଛି ଜାଣିବା ବିନା ତାକୁ ଆଡ଼ପ୍ଟ କରିବାର ନିଷ୍ପତ୍ତି ନେଇଥିଲେ ।

ସନୀ ଲିୟୋନି ବହୁତ ଫିଲ୍ମୀରେ କାମ କରି ସାରିଛନ୍ତି ଓ ଆଜି ସେ ତିନିଟା ପିଲାଙ୍କର ମା ଅଟନ୍ତି । କାମରେ ବ୍ୟସ୍ତ ଥିବା କାରଣରୁ ସେ ୨୦୧୭ ରେ ଗୋଟିଏ ଝିଅକୁ ଆଡ଼ପ୍ଟ କରିଥିଲେ ଓ ଏହା ପରେ ସେରୋଗେସୀ ଦ୍ଵାରା ତାଙ୍କୁ ଦୁଇଟି ଯାଁଳା ପୁଅ ହେଲେ । ଆଜି ସନୀ ତାଙ୍କ ସ୍ଵାମୀ ଓ ପିଲାଙ୍କ ସାଙ୍ଗରେ ନିଜ ଦୁନିଆରେ ଖୁସିରେ ଅଛନ୍ତି ଓ ପ୍ରତ୍ୟେକ ମୂହୁର୍ତ୍ତକୁ ଉପଭୋଗ କରୁଛନ୍ତି । ସନୀ ଅଧିକାଂଶ ଫିଲ୍ମୀରେ ଆଇଟମ ନମ୍ବର କରିଛନ୍ତି । ଓ ଏବେ ସେ ଫିଲ୍ମୀ ଟୋଟାଲ ଧମାଲ ଓ ଟିନା ଆଣ୍ଡ ଲୋଲୋ ଫିଲ୍ମୀ ରେ ନଜର ଆସିବେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା କମେନ୍ଟ ରେ ଜଣାଇବେ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ଲେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।