11 ବର୍ଷରେ 11 ଟି ପିଲା, ଏବେ 12 ନମ୍ବର ପାଇଁ କରୁଛନ୍ତି ପ୍ରସ୍ତୁତି, ମହିଳା ନିଜେ କହିଲେ ବାରମ୍ବାର ପ୍ରେଗନେଣ୍ଟ ହେବାର କାରଣ

ଆପଣ ସବୁବେଳେ ଏହା ଶୁଣି ଆସୁଥିବେ କି ‘ଛୋଟ ପରିବାର ସୁଖୀ ପରିବାର’ । ଏହା ବି ସତ କାରଣ ପରିବାର ଯେତେ ଛୋଟ ହେବ ଦାୟିତ୍ଵ ଏବଂ ସମସ୍ଯା ମଧ୍ୟ ସେତେ କମ୍ ରହିବ । ଛୋଟ ପରିବାରରେ ବ୍ୟକ୍ତି ଯାହା ବି ରୋଜଗାର କରନ୍ତି ସେଥିରେ ଭରଣପୋଷଣ ହୋଇଯାଏ । ସେଥିପାଇଁ ଆଜିକାଲି ସମସ୍ତେ ଗୋଟିଏ କିମ୍ବା ଦୁଇଟି ପିଲା ହିଁ କରିବାକୁ ଚାହୁଁଛନ୍ତି । ଯେପରି ଠିକ ଭାବେ ପିଲାକୁ ବଡ କରିପାରିବେ ।

ତଥାପି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ପରେ ଗୋଟିଏ ପିଲା ଜନ୍ମ କରି ଚାଲିଛନ୍ତି । ଆମେରିକାରୁ ଏମିତି ଏକ ଘ-ଟ-ଣା ସାମନାକୁ ଆସିଛି । ସେଠିକାର ଜଣେ ମହିଳା ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ ଆମେରିକାର ମେକ୍ସିକୋରେ ରହୁଥିବା ଜଣେ ୩୭ ବର୍ଷୀୟ ମହିଳା ଏବେ ପର୍ଯ୍ୟନ୍ତ ୧୧ଟି ପିଲାଙ୍କ ମା ହୋଇ ସାରିଲେଣି ଓ ଏବେ ୧୨ ନମ୍ବର ପିଲାର ମା ହେବାକୁ ଯାଉଛନ୍ତି ।

ଶୁଣିଲେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ, ୧୨ଟି ସନ୍ତାନ ପରେ ଏବେ ବାରମ୍ବାର ଗର୍ଭବତୀ ହେବାର ମହିଳା ପ୍ରକାଶ କରିଛନ୍ତି । ଗତ କିଛି ବର୍ଷ ଧରି ମହିଳା ଜଣକ ପ୍ରତିବର୍ଷ ପ୍ରାୟ ଗୋଟିଏ ଲେଖାଏଁ ସନ୍ତାନ ଜନ୍ମ ଦେଇଛନ୍ତି । ‘ଦି ସନ୍’ ର ରିପୋର୍ଟ ଅନୁଯାୟୀ ଏହି ମହିଳାଙ୍କ ନାମ ହେଉଛି କୋର୍ଟନୀ । କୋର୍ଟନୀଙ୍କ କହିବା ଅନୁଯାୟୀ ଗର୍ଭାବସ୍ଥା ସମୟରେ ତାଙ୍କୁ ସବୁବେଳେ ଭଲ ଅନୁଭବ ହୁଏ ।

ସେ କୌଣସି ଦୁର୍ବଳତା କିମ୍ବା ବ୍ୟଥା ଅନୁଭବ କରନ୍ତି ନାହିଁ । ସମସ୍ତଙ୍କ ପାଇଁ ଏହି ଅନୁଭୂତି ଅଲଗା ରହିଥାଏ, ଆଉ ତାଙ୍କ ଶରୀର ଏହାକୁ ଖୁବ୍ ଭଲଭାବେ ସହ୍ୟ କରିନେଉଛି । କୋର୍ଟନୀ ଆହୁରି ମଧ୍ୟ କହିଥିଲେ କି, “ଏମିତି ହୋଇ ନଥିଲେ ଆମର ଏତେ ଗୁଡିଏ ପିଲା ହୋଇ ନଥାନ୍ତେ । କିନ୍ତୁ କେବଳ ବଡ ପରିବାର ଆମକୁ ଅନେକ ସମସ୍ଯାର ସାମନା କରିବାକୁ ପଡୁଛି ।

ଏହି କାରଣରୁ ଏହାପରେ ମୁଁ ଆଉ ଗର୍ଭବତୀ ହେବାକୁ ଚାହୁଁ ନାହାନ୍ତି ।” ବଡ ପରିବାର ଯୋଗୁଁ କୋର୍ଟନୀ ଓ ତାଙ୍କ ଯେଉଁଠାକୁ ମଧ୍ୟ ଯାଆନ୍ତି ସେଠାରେ ଲୋକେ ଭିଡ ଜମାଇ ଦେଉଛନ୍ତି । ଏପରିକି ଯିବା ଆସିବା ପାଇଁ ତାଙ୍କୁ ୧୫ ଯାତ୍ରୀବାଲା ଭ୍ୟାନ କିମ୍ବା ଟ୍ରାଭେଲର ଆବଶ୍ୟକ ହେଉଛି । ଏହା ପୂର୍ବରୁ ସେମାନେ ଯେତେବଳେ ଛୁଟି ବିତାଇବାକୁ କୌଣସି ଏକ ସ୍ଥାନକୁ ଯାଇଥିଲେ ସେଠାରେ ତାଙ୍କୁ ଘରଭଡା ନେବାକୁ ପଡିଥିଲା ।

କାରଣ ହୋଟେଲରେ ତାଙ୍କ ପୁରା ପରିବାର ରହିବା ପାଇଁ ତାଙ୍କୁ ଅନେକ ଗୁଡିଏ ରୁମ୍ ନେବାକୁ ପଡିଥାନ୍ତା । ତାଙ୍କ ନିଜ ଘରେ ୭ଟି ବେଡରୁମ୍ ଓ ୪ଟି ବାଥ୍ ରୁମ୍ ଥିବା ସତ୍ତ୍ୱେ ତାଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ସବୁଠାରୁ ରୋଚକ କଥା ହେଉଛି କୋର୍ଟନୀଙ୍କ ଘରେ ତାଙ୍କ ସ୍ଵାମୀ ସହ ସମସ୍ତ ପିଲାଙ୍କ ନାମ ‘C’ ଅକ୍ଷରରୁ ଆରମ୍ଭ ହେଉଛି । ତାଙ୍କର ୬ଟି ପୁଅ ଓ ୫ଟି ଝିଅ ଅଛନ୍ତି । ସେଥିପାଇଁ ତାଙ୍କ ୧୨ ନମ୍ବର ପିଲା ଝିଅ ହେଉ ବୋଲି ସେମାନେ ଚାହାନ୍ତି ।

ଏବେର ଜମାନାରେ କୋର୍ଟନୀ ଏତେ ପିଲାଙ୍କ ମା ହେବା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ତାଙ୍କ ସହ ଆହୁରି ଅନେକ ମହିଳା ଏମିତି ଅଛନ୍ତି ଯେଉଁମାନେ ୨୦ ରୁ ମଧ୍ୟ ଅଧିକ ସନ୍ତାନ ଜନ୍ମ ଦେଇଛନ୍ତି । ଭେଲେଣ୍ଟିନା ନାମକ ଜଣେ ମହିଳା ଦୁନିଆରେ ସବୁଠାରୁ ଅଧିକ ପିଲା ଜନ୍ମ ଦେଇଛନ୍ତି ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।