କଣ ଆପଣଙ୍କୁ ମୁହଁର ଦୁର୍ଗନ୍ଧ କରୁଛି ଅସୁବିଧା, ତେବେ ଏହି ୪ ଟି ଘରୋଇ ଉପାୟ ଦ୍ଵାରା ଦୁର୍ଗନ୍ଧରୁ ସଙ୍ଗେ ସଙ୍ଗେ ପାଆନ୍ତୁ ମୁକ୍ତି

ମଡର୍ନ ଜମାନାରେ ସମସ୍ତେ ନିଜକୁ ପରଫେକ୍ଟ ରଖିବାକୁ ଚାହୁଁଛନ୍ତି । ସେଥିପାଇଁ ସମସ୍ତେ ଭଲ ଖାଇଥାନ୍ତି, ଭଲ ପିନ୍ଧିଥାନ୍ତି ଏବଂ ଏମିତି ବହୁତ କିଛି କରିଥାନ୍ତି । ମାନେ ପରଫେକ୍ଟ ରହିବା ହେଲେ ଆମକୁ ସବୁଦିନ ସବୁ ଜିନିଷ ଉପରେ ଧ୍ୟାନ ଦେବାକୁ ହୋଇଥାଏ, କିନ୍ତୁ କେତେ ଥର ଆମର ଛୋଟ ଛୋଟ ଭୁଲ ଆମକୁ ଲଜ୍ଜତି କରିବା ପାଇଁ ବାଧ୍ୟ କରିଥାଏ ।

ବେଳେ ବେଳେ ଲୋକମାନେ ନିଜର ମୁହଁ ଭଲ ଭାବରେ ସଫା କରନ୍ତି ନାହିଁ । ଯାହା ଦ୍ଵାରା ମୁହଁରୁ ଦୁର୍ଗନ୍ଧ ଆସିଥାଏ । ମୁହଁରୁ ଦୁର୍ଗନ୍ଧ ଆସିବା ଯୋଗୁ ଆପଣ କାହା ସହିତ ଠିକ ରୂପରେ କଥାବାର୍ତ୍ତା ହୋଇ ପାରନ୍ତି ନାହିଁ । ଏତିକି ନୁହେଁ ଯଦି ଲୋକଙ୍କୁ ଜଣା ପଡି ଯାଏ, ତେବେ ସେମାନେ ବି ଆପଣଙ୍କ ସହିତ କଥାବାରତା କରନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ମୁହଁରୁ ଦୁର୍ଗନ୍ଧ ଦୂର କରିବା ପାଇଁ କିଛି ଘରୋଇ ଉପାୟ ଆଣିଛୁ ।

କାହିଁକି ଆସିଥାଏ ମୁହଁରୁ ଦୁର୍ଗନ୍ଧ ?

ବେଳେ ବେଳେ ମୁହଁରୁ ଦୁର୍ଗନ୍ଧ ଆସିବା ପିଆଜ ଖାଇବା ଦ୍ଵାରା ଆସିଥାଏ, କିନ୍ତୁ ଏହା ଅନ୍ୟ କାରଣ ଯୋଗୁ ମଧ୍ୟ ଆସିଥାଏ । ଦାନ୍ତକୁ ଭଲ ଭାବରେ ସଫା ନ କରିବା ଦ୍ଵାରା ଖାଇବା ଦାନ୍ତରେ ଫଶି ଯାଏ, ଯେଉଁ କାରଣରୁ ମୁହଁରୁ ଦୁର୍ଗନ୍ଧ ଆସିଥାଏ । ତେବେ ଚାଲନ୍ତୁ ମୁହଁର ଦୁର୍ଗନ୍ଧକୁ ଦୂର କରିବା ପାଇଁ କିଛି ଉପାୟ ବିଷୟରେ ଜାଣିବା ।

୧. ଲୁଣ ଏବଂ ତେଲ ମାଳିଶ କରନ୍ତୁ

ଯଦି ଆପଣଙ୍କର ମୁହଁରୁ ଦୁର୍ଗନ୍ଧ ଆସୁଛି କିମ୍ବା ଦାନ୍ତରେ ବ୍ୟଥା ହେଉଛି ତେବେ ସେଥିପାଇଁ ଆପଣ ଅଳ୍ପ ଲୁଣରେ ସୋରିଷ ତେଲ ମିଶାଇ ଦାନ୍ତରେ ମାଳିଶ କରନ୍ତୁ ।

୨. ଫିଟକରୀ ଏବଂ ହଳଦୀ

ଯଦି ଆପଣଙ୍କର ମୁହଁରୁ ଦୁର୍ଗନ୍ଧ ଆସୁଛି ତେବେ ଆପଣ ଫିଟକରୀକୁ ଅଳ୍ପ ନିଆରେ ଭାଜି କରି ତେବେ ଏହାକୁ ବାଟି ଦିଅନ୍ତୁ । ଏହା ପରେ ଏଥିରେ ଅଳ୍ପ ହଳଦୀ ମିଶାଇ ଦାନ୍ତରେ ମାଳିଶ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ମୁହଁର ସବୁ ସମସ୍ୟା ଦୂର ହୋଇଯିବ ।

୩. ତୁଲସୀ ପତ୍ର

ସବୁଦିନ ତୁଲସୀ ପତ୍ର ଚୋବାଇବା ଦ୍ଵାରା ଆପଣଙ୍କର ମୁହଁର ଦୁର୍ଗନ୍ଧ ଏବଂ ଅନ୍ୟ ସମସ୍ୟା ଗୁଡିକ ସବୁ ଦୂର ହୋଇଯିବ ।

୪. ଅଧିକ ପାଣି ପିଅନ୍ତୁ

ଏତଦ ବ୍ୟତିତ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ସବୁଦିନ ୮ ରୁ ୧୦ ଗିଲାସ ପାଣି ପିଇବା ଉଚିତ । ଟିପ୍ସ ଭଲ ଲାଗିଲେ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।