ଉଜ୍ଜୈନର ଦର୍ଶନୀୟ ସ୍ଥଳ ମଧ୍ୟରୁ ଏହି ୩ଟି ଜାଗା ହେଉଛି ଅତି ଉତ୍ତମ, ୨୦୧୯ ରେ ବୁଲିଯିବାର ପ୍ଳାନ କରନ୍ତୁ

ଭାରତରେ ଏମିତି ବହୁତ ତୀର୍ଥ ସ୍ଥଳ ଅଛି ଯାହା ପଛରେ ବହୁତ କିମ୍ବଦନ୍ତି ରହିଛି । ଏଥି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଉଜ୍ଜୈନର ଦର୍ଶନୀୟ ସ୍ଥଳରେ ଥିବା ମନ୍ଦିର ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣମାନେ ଜାଣିଥିବେ । ଯଦି ଆପଣ ପରିବାର ସହିତ କେଉଁଠି ଛୁଟି କାଟିବାକୁ ଯିବାକୁ ଚାହୁଁଛନ୍ତି ତେବେ ଉଜ୍ଜୈନ ର ଦର୍ଶନୀୟ ସ୍ଥଳ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ଅଟେ । ମଧ୍ୟ ପ୍ରଦେଶର ଥିବା ଉଜ୍ଜୈନ ମହାକାଳଙ୍କର ପୃଥିବୀ ବୋଲି କୁହା ଯାଇଥାଏ । ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମହାଦେବ ଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ଉଜ୍ଜୈନ ବିଷୟରେ ଗୋଟିଏ ତଥ୍ୟ ପ୍ରଚଳିତ ଅଛି କି , ଯଦି ଗୋଟିଏ ବଳଦ ଗାଡିରେ ଶସ୍ୟ ଭରି ଉଜ୍ଜୈନ ନଗରୀକୁ ନିଆଯାଏ ଓ ଏଠାରେ ସବୁ ମନ୍ଦିରରେ ଏକ ମୁଠି ଲେଖାଏଁ ଚଢାଯାଏ ଶସ୍ୟ ସରିଯିବ କିନ୍ତୁ ମନ୍ଦିର ସରିବନି ।

ଉଜ୍ଜୈନର ଦର୍ଶନୀୟ ସ୍ଥଳ – ମହାକାଳେଶ୍ଵର ମନ୍ଦିର

ଉଜ୍ଜୈନର ଦର୍ଶନୀୟ ସ୍ଥଳ ମଧ୍ୟରୁ ସବୁଠୁ ପ୍ରଥମେ ମହାକାଳେଶ୍ଵର ମନ୍ଦିରର ନାମ ଆସିଥାଏ । ଏହା ଉଜ୍ଜୈନର ରେଳ ଷ୍ଟେସନ ଠାରୁ ହାରାହାରି ୧.୫ କିଲୋମିଟର ଦୂରରେ ଅବସ୍ଥିତ । ମହାକାଳେଶ୍ଵର ମନ୍ଦିର ୧୨ ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏମିତି ଏକ ଲିଙ୍ଗ ଯିଏ ଦକ୍ଷିଣ ମୁଖା ଅଟେ । ଏହି କାରଣରୁ ଏଠାରେ ତାନ୍ତ୍ରିକ ବିଦ୍ୟାର ବିଶେଷ ମହତ୍ଵ ରହିଛି । ଏହି ମନ୍ଦିରରେ ଭଗବାନ ଶିବଙ୍କର ଗୋଟିଏ ସ୍ଵୟମ୍ଭୁ ଶିବଲିଙ୍ଗ ଅଛି ଯିଏ ନିଜେ ଏହି ଜାଗାରେ ପ୍ରକଟ ହୋଇଥିଲେ ।

ଏଠାରେ ହେଉଥିବା ଆରତିରେ ସିଲେଇ କରାଯାଇଥିବା ପୋଷାକ ପିନ୍ଧିବା ବର୍ଜିତ ଅଟେ ତେଣୁ ପୁରୁଷମାନେ ଧୋତି ପିନ୍ଧି ଆରତିରେ ସାମିଲ ହୋଇଥାନ୍ତି ଯେଉଁଠି ମହିଳା ମାନେ ଶାଢୀ ପିନ୍ଧିଥାନ୍ତି । ଭସ୍ମ ଆରତିରେ ସାମିଲ ହେବା ପାଇଁ ବୁକିଂ କରିବା ଆବଶ୍ୟକ ଅଟେ ।

ଉଜ୍ଜୈନର ଦର୍ଶନୀୟ ସ୍ଥଳ – ମଙ୍ଗଳନାଥ ମନ୍ଦିର

ଉଜ୍ଜୈନର ଦର୍ଶନୀୟ ସ୍ଥଳ ମଧ୍ୟରୁ ଏହା ଦ୍ଵିତୀୟ ମହତ୍ତ୍ଵ ପୂର୍ଣ୍ଣ ତୀର୍ଥସ୍ଥଳ ଅଟେ । କୁହାଯାଏ କି ଏଠାରେ ଭଗବାନ ଶଙ୍କରଙ୍କର ଗୋଟିଏ ଅଂଶ ପଡିଥିବାରୁ ମଙ୍ଗଳ ଗ୍ରହର ଜନ୍ମ ହୋଇଥିଲା ଦ୍ଵିତୀୟ ପକ୍ଷରେ କର୍କଟ ରେଖା ବି ଏହି ମନ୍ଦିର ଦେଇ ଗତି କରିଥାଏ । ମଙ୍ଗଳ ଗୃହରେ ଶାନ୍ତି ରଖିବା ପାଇଁ ପ୍ରତିବର୍ଷ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ । ଏହି ଅତି ପ୍ରାଚୀନ ମନ୍ଦିରର ଦର୍ଶନ କରି ଭକ୍ତର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଜଣାଇ ଦେଉଛୁ କି ଏହି ମନ୍ଦିର ମହାକାଳେଶ୍ଵର ମନ୍ଦିର ଠାରୁ ହାରାହାରି ୫ କିଲୋମିଟର ଦୂରରେ ଅବସ୍ଥିତ ।

ଉଜ୍ଜୈନର ଦର୍ଶନୀୟ ସ୍ଥଳ – ଚିନ୍ତାମନ ଗଣେଶ ମନ୍ଦିର

ଭଗବାନ ଗଣେଶଙ୍କର ଚିନ୍ତାମନ ଗଣେଶ ମନ୍ଦିର ଉଜ୍ଜୈନର ଦର୍ଶନୀୟ ସ୍ଥଳ ମଧ୍ୟରୁ ତୃତୀୟ ଦର୍ଶନୀୟ ସ୍ଥଳ ଅଟେ । ମାନ୍ୟତା ଅଛି କି ଏହି ମନ୍ଦିରରେ ଯେକୌଣସି ଭକ୍ତ ଯାଇଥାଏ, ତାର ସବୁ ପ୍ରକାରର ଚିନ୍ତା ଦୂର ହୋଇଥାଏ । ଭଗବାନ ଶିବ ଗଣେଶଙ୍କୁ ବରଦାନ ଦେଇଥିଲେ କି କୌଣସି ବି ଶୁଭ କାମ ଗଣେଶ ପୂଜନ ବିନା ଆରମ୍ଭ କରାଯାଇପାରିବ ନାହିଁ  ତେଣୁ ଏହି ମନ୍ଦିରରୁ ଭଗବାନ ଗଣେଶଙ୍କର ଆଶୀର୍ବାଦ ଆଣି ଯାତ୍ରାର ଆରମ୍ଭ କରାଯାଇଥାଏ ।

ଆପଣଙ୍କୁ ଆମର ଏହି ତଥ୍ୟ କିପରି ଲାଗିଲା କମେନ୍ଟ ବକ୍ସରେ ଲେଖନ୍ତୁ ଓ ଆହୁରି ଏହି ଭଳି ଦର୍ଶନୀୟ ସ୍ଥାନ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।