ମୁହଁରୁ କେମିତି ଯିବ କଳା ଦାଗ ବା ମେଲାଜମା (Melasma) ? ଜାଣନ୍ତୁ Dr Kumar Abhishek ଙ୍କ ଠାରୁ

ସୂର୍ଯ୍ୟକିରଣ ପ୍ରଭାବରେ ହେଉ ବା ବୟସ ବଢିବା ହେତୁ ହେଉ ଉଭୟ ଏବଂ ମହିଳାଙ୍କ ମୁହଁରେ କଳା କଳା ଦାଗ ସଦୃଶ ହୋଇଯାଏ, ଯାହାକୁ ମେଲାଜମା କୁହାଯାଏ । ଯାହାକୁ ନେଇ ଅନେକ ଲୋକ ବ୍ୟସ୍ତ ହୋଇ ପଡନ୍ତି ଓ ଅନ୍ଯଠାରୁ ଶୁଣି ଘରୋଇ ଉପଚାର ମଧ୍ୟ କରନ୍ତି । ଯାହାଫଳରେ ତାହା ଆହୁରି ବଢିଯାଏ । ତେବେ ସେହି କଳା ଦାଗ କେମିତି ଯିବ ? ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କ ଠାରୁ ।

ମେଲାଜମା ବିଭିନ୍ନ କାରଣ ଯୋଗୁଁ ହୋଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଇଥାଏ କିନ୍ତୁ ବିଶେଷ କରି ମହିଳା ମାନଙ୍କ ଠାରେ ଏହା ଅଧିକ ଦେଖା ଦେଇଥାଏ । ଏହି ରୋଗରେ ମୁହଁର ଦୁଇ ଗାଲରେ ନାକ ଉପରେ କିମ୍ବା ଗାଲର ଉପର ପାର୍ଶ୍ଵରେ କଳା କଳା ଦାଗ ହୋଇଯାଏ । ମହିଳାଙ୍କ ଠାରେ ଗର୍ଭବସ୍ଥା ସମୟରେ ସାଧାରଣତଃ ଏହି ରୋଗ ଦେଖା ଦେଇଥାଏ । କେବେ କେବେ କ୍ଲିଚି ହର୍ମୋନାଲ ଟ୍ରିଟମେଣ୍ଟ ନେବା ଦ୍ଵାରା ଏହା ଆରମ୍ଭ ହୋଇଥାଏ ।

ଥାଇରଏଡ ରୋଗ ଥିଲେ ମଧ୍ୟ ଏହି ସମସ୍ଯା ଆରମ୍ଭ ହୋଇଥାଏ । ଏହାଛଡା ସବୁଠୁ ଜରୁରୀ କଥା ହେଉଛି ଯଦି ଆପଣ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଅଧିକ ଆସୁଥିବେ ତେବେ ମଧ୍ୟ ଏହିଅପରି ସମସ୍ଯା ଦେଖା ଦେଇଥାଏ । ଏହାର ଚିକିତ୍ସା ଅନେକ ପ୍ରକାରର ରହିଛି । ଆପଣଙ୍କ ଚର୍ମକୁ ଦେଖିବା ପରେ ବିଭିନ୍ନ ପ୍ରକାରର ଡିପ ପିଗମେଣ୍ଟିଂ କ୍ରିମ ଡାକ୍ତର ଦେଇଥାନ୍ତି । କୁଜିକ ଏସିଡ, ଗାଇକ୍ଳୋଲିକ ଏସଡି, ହାଇଡ୍ରୋ କ୍ୟୁନାଇନ କ୍ରିମ ଡାକ୍ତର ଦେଇଥାନ୍ତି ଯାହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ କମିଥାଏ ।

ଏ ହାଛଡା ଟ୍ରାନିକସେମିକ ଏସିଡର କିଛି ଟାବଲେଟ ମଧ୍ୟ ଖାଇବାକୁ ଦେଇଥାନ୍ତି । ଏହ ବ୍ଯତୀତ ଆବଶ୍ୟକ ସ୍ଥଳେ କିଛି କେମିକାଲ ପିଲିଙ୍ଗ ମଧ୍ୟ କରିଥାନ୍ତି । ଯାହା କରିବା ଦ୍ଵାରା ଆପଣଙ୍କ ପିଗମେଣ୍ଟେସନ କମିବାକୁ ଲାଗେ । ଏହା ଛଡା କିଛି ଲେଜର ଟ୍ରିଟମେଣ୍ଟ କରାଯାଏ । ଯାହାଦ୍ୱାରା ମେଲାଜମା ରେ ଉନ୍ନତି ଦେଖିବାକୁ ମିଳିଥାଏ ।

ତେବେ ଏହି ରୋଗ ହେବ ମାତ୍ରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆରମ୍ଭରୁ ଡାକ୍ତରଙ୍କୁ ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଅନୁସାରେ ହିଁ ଚିକିତ୍ସା କରନ୍ତୁ । ସବୁଠୁ ବଡ କଥା ହେଉଛି ଚିକିତ୍ସାକୁ ଅଧାରୁ ବନ୍ଦ କରନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ ଅନ୍ୟ ଠାରୁ ଶୁଣି କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ଯା ଆହୁରି ବଢିଯାଇ ପରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।