“ମୁଁ ତୁମ ଫେସବୁକ ସାଙ୍ଗ, ଓଡିଶା ପୋଲିସରେ କାମ କରୁଛି, ଥରୁଟେ ମୋ ସହ…” ଫେସବୁକରେ ସାଙ୍ଗ ହେବା ପରେ ଯୁବକ ଝିଅଟି ସହ ଯାହା କରିଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ଆଜିକାଲି ପ୍ରାୟ ସମସ୍ତେ ଫେସବୁକ ବ୍ୟବହାର କରୁଛନ୍ତି । କିନ୍ତୁ ଅନେକ ମନ୍ଦ ପ୍ରବୃତ୍ତିର ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକୁ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଛନ୍ତି । ବିଶେଷ କରି ଝିଅମାନେ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । କାରଣ ଫେସବୁକରେ ମଧ୍ୟ ଷ୍ଟକର୍ ବୁଲୁଛନ୍ତି । ଯେଉଁମାନେ ଫେସବୁକ ପ୍ରୋଫାଇଲ ଲକ୍ କରି ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି । ଆଉ ତା’ପରେ ହାବଭାବ ଲକ୍ଷ୍ୟ କରି ପଛରେ ଫଲୋ କରୁଛନ୍ତି । ଆଉ ଏକୁଟିଆ ଜାଗା ଦେଖି ହାରାସମେଣ୍ଟ କରୁଛନ୍ତି ।

ଏହିପରି ଜଣେ ଷ୍ଟକର୍ ଙ୍କ ହାରାସମେଣ୍ଟର ଶିକାର ହୋଇଛନ୍ତି ଏହି ଯୁବତୀ । ଏନେଇ ମଞ୍ଚେଶ୍ଵର ଥାନାରେ ମଧ୍ୟ ଏକ ଅଭିଯୋଗ ଦାଖଲ କରିଛନ୍ତି । ଯୁବତୀଙ୍କ କହିବା ଅନୁସାରେ ସେ ସନ୍ଧ୍ୟା ୭ଟା ସମୟରେ କାର୍ଯ୍ୟ ଶେଷ କରି ତାଙ୍କ ରୁମ୍ କୁ ଫେରୁଥିଲେ । ଆଉ ସେହି ସମୟରେ କେହି ଜଣେ ବାଇକରେ ଆସି ପଛ ପଟୁ ତାଙ୍କ ଫୋନ ଛଡେଇକି ନେଇଗଲା । ଯୁବତୀ ପାଟି କଲା ବେଳକୁ ବାଇକ ବାଲା ଶେଷଠାରୁ ପଳାଇଥିଲା ।

ଯୁବତୀ ନିଜ ନମ୍ବରକୁ ଫୋନ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ ଫୋନ ସ୍ଵିଚ ଅଫ ଥିଲା ।କିନ୍ତୁ ତା’ ପରଦିନ ସକାଳେ ସେ ନିଜ ନମ୍ବରକୁ ଆଉଥରେ କଲ୍ ଲଗାଇଥିଲେ ଆଉ ତାହା ରିଙ୍ଗ ମଧ୍ୟ ହୋଇଥିଲା । ଆଉ ସେପଟୁ ଜଣେ ପୁଅଟିଏ ଫୋନ ରିସିଭ କରି କହିଥିଲେ, “ମୁଁ ତୋ ଫେସବୁକ ସାଙ୍ଗ ଜିତୁ ଦାସ । ମୁଁ ଓଡିଶା ପୋଲିସରେ କାମ କରୁଛି । ଥରୁଟେ ମୋ ସହ ପୁରୀ ଚାଲ ତୋ ଫୋନ ତୋତେ ଦେଇଦେବି ।”

ଯୁବତୀ ଜଣକ ସେ ପିଲାକୁ ଜାଣି ନଥିବା କହିଛନ୍ତି । ନୂଆବର୍ଷ ଦିନ ତାଙ୍କୁ ଜିତୁ ଦାସ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ ଆଉ ଯୁବତୀ ଜଣକ ତାହ ଆକସେପ୍ଟ କରି ଦେଇଥିଲେ । ତା’ପରେ ଯୁବକ ତାଙ୍କୁ ମେସେଜରେ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ, ଯାହାର ରିପ୍ଲାଇ ମଧ୍ୟ ଦେଇଥିଲେ ଯୁବତୀ । ଏହା ବ୍ଯତୀତ ସେ ତାଙ୍କ ସହ କଥା ହୋଇ ନାହାନ୍ତି କି ତାଙ୍କ ବିଷୟରେ କିଛି ଜାଣି ନାହାନ୍ତି ।

ତେବେ ଯୁବକ ଜଣକ ଫୋନ ଫେରାଇବ ବଦଳରେ ଯୁବତୀଙ୍କ ଠାରୁ ଅଜବ ଡିମାଣ୍ଡ କରିବା ପରେ ଫୋନ ପାଇବା ଆଶାରେ ସେ ତାଙ୍କୁ ହଁ କହିଥିଲେ । ଆଉ ତାଙ୍କୁ ତାଙ୍କ ରୁମ୍ ସାମ୍ନାକୁ ଡ଼ାକିଥିଲେ । ଏହି ସମସ୍ତ କଥା ଯୁବତୀ ଜଣକ ରହୁଥିବା ରୁମ୍ ର ମାଲିକଙ୍କୁ ଜଣାଇଥିଲେ । ଯାହାଫଳରେ ଫୋନ ଛଡାଇ ନେଇଥିବା ଯୁବକ ଯେତେବେଳେ ଆସିବେ ସେ ତାଙ୍କୁ ଧରିବାକୁ ଚେଷ୍ଟା କରିବେ ।

କିନ୍ତୁ ସେମାନଙ୍କ ଯୋଜନା ଫେଲ ହୋଇ ଯାଇଥିଲା ଆଉ ସମ୍ପୃକ୍ତ ଯୁବକ ସେଠାରୁ ଖସି ପଳାଇଥିଲା । ଏହାପରେ ଘଟଣା ସମ୍ପର୍କରେ ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ .।