Bollywood ଅଭିନେତା Anil kapoor ଙ୍କ ଦୁଇ ଝିଅ ସୁନ୍ଦରତାରେ କେହି କାହାକୁ ନୁହଁନ୍ତି କମ, ସାନ ଝିଅଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ବଲିଉଡରେ ଅଭିନୟ କରି କଳାକାର ମାନେ ବହୁତ ଚର୍ଚ୍ଚାରେ ରହିଛନ୍ତି । ବଲିଉଡର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ, ନିଜ ଷ୍ଟାଇଲ, ବ୍ୟକ୍ତିତ୍ବ, ପର୍ଫୋମାଂସ ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ରାଜ କରନ୍ତି ।

ବଲିଉଡର କଳାକାର ମାନଙ୍କର ଝିଅ ମାନଙ୍କୁ ଦେଖିବାକୁ ଗଲେ ସେମାନେ ମଧ୍ୟ ନିଜ ପିତାଙ୍କ ଭଳି ପରିଚୟ କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅନିଲ କପୁରଙ୍କ ଝିଅ ମାନଙ୍କ ବିଷୟରେ କିଛି ଇନ୍ଟ୍ରେଷ୍ଟିଙ୍ଗ କଥା କହିବାକୁ ଯାଉଛୁ । ଅଭିନେତା ଅନିଲ କପୁରଙ୍କୁ କିଏ ନ ଜାଣେ । ସେ ଜଣେ ଭାରତୀୟ ଫିଲ୍ମ ଅଭିନେତା ଓ ନିର୍ମାତା ଅଟନ୍ତି ଯାହା ପାଇଁ ସେ ଉଭୟ ବଲିଉଡ ଓ ହଲିଉଡରେ ନିଜର ଡାଇଲାଗ ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି ।

ଅଭିନେତା ଅନିଲ କପୁରଙ୍କ ଜନ୍ମ ଚେମ୍ବୁର  ମୁମ୍ବାଇରେ ହୋଇଥିଲା । ତାଙ୍କ ପିତାଙ୍କ ନାଁ ସୁରେନ୍ଦ୍ର କପୁର ଓ ମାତାଙ୍କ ନା ନିର୍ମଳା କପୁର ଅଟେ । ସେ “ହମାରେ ତୁମହାରେ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ବଲିଉଡରେ ଆରମ୍ଭ କରିଥିଲେ ।

ଫିଲ୍ମ “ୱୋ ସାଥ ଦିନ”ରୁ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ଏହା ପରେ ଯଶ ଚୋପଡାଙ୍କ ଫିଲ୍ମ “ମଶାଲ”ରେ ନିଜର ଦମଦାର ପର୍ଫୋମାଂସ ଦେଇ ଖୁବ ଫ୍ୟାମ୍ସ ହୋଇଥିଲେ । ଏହା ଛଡା ସେ “ମେରି ଜଙ୍ଗ”, “ଚମେଲୀ କି ସାଦି”, “ଯାନବାଜ”, “କର୍ମା”, “ମିଷ୍ଟର ଇଣ୍ଡିଆ”, “ତେଜାବ”, “ରାମ ଲଖନ”, “ଘର ହୋ ତୋ ଏସା”, “ବିରାଶତ”, “ହମ ଆପକେ ଦିଲ ମେ ରେହେତେ ହେ”, “ତାଲ”, “ବୁଲନ୍ଦି”, “ପୁକାର”, “ରେସ”, “ୱେଲକମ” ଆଦି ଫିଲ୍ମରେ କମ କରି ସାରିଛନ୍ତି ।

ଫିଲ୍ମ “ବେଟା” ଓ “ନାୟକ” ରେ ଅନିଲ କପୁର ନିଜ ଅଭିନୟ ପାଇଁ ବେଶ ଫ୍ୟାମାସ ହୋଇଥିଲେ । ତାଙ୍କର ସାନ ଝିଅର ନାଁ ରିୟା କପୁର ଅଟେ ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ରିୟା କପୁର ବଲିଉଡର ଫିଲ୍ମ ନିର୍ମାତା ଅଟନ୍ତି । ସେ “ଆଈଶା”, “ଖୁବସୁରତ” ଆଦି ଫିଲ୍ମର ନିର୍ମାତା ଭାବେ କମ କରିଛନ୍ତି । ଅନିଲ କପୁର ରିୟାଙ୍କୁ ବହୁତ ଭଲ ପାଆନ୍ତି ।

ତାଙ୍କର ବଡ ଝିଅର ନାଁ ହେଉଛି ସୋନମ କପୁର ଯିଏ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ମୁମ୍ବାଇର ମହାରଷ୍ଟ୍ରରେ ୧୯୮୫ରେ ସୋନାମ କପୁର ଜନ୍ମଗ୍ରହଣ କରିଥିଲେ । “ସାୱରିୟା” ଫିଲ୍ମରୁ ସେ ବଲିଉଡରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ତାଙ୍କର ଏହି ଫିଲ୍ମ ପାଇଁ ସେ ବହୁତ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମ ପାଇଁ ସୋନମଙ୍କୁ ବେଷ୍ଟ ଫିଲମି ଫେୟାର ଆୱାର୍ଡ ମିଳିଥିଲା । ସୋନାମ କପୁର “ପ୍ରେମ ରତନ ଧନ ପାୟୋ” ଫିଲ୍ମରେ ନିଜର ବେଷ୍ଟ ପର୍ଫୋମାଂସ ଦେଇଥିବାରୁ ଏହି ଫିଲ୍ମଟି ବହୁତ ହିଟ ହୋଇଥିଲା । ଅନିଲ କାପୁର ନିଜ ଦୁଇ ଝିଅଙ୍କୁ ବହୁତ ଭଲ ପାଇବା ସହ ସେମାନଙ୍କର ସବୁ କାମରେ ସାଥ ଦେଇଥାନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ