ବୋଟିଂ କରୁଥିବା ବେଳେ ମୋବାଇଲରେ କଏଦ ହେଲା ଏମିତି ଭୟଙ୍କର ଦୃଶ୍ୟ କି ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ Viral Video

ମନ ପସନ୍ଦର ପର୍ଯ୍ୟଟନ ସ୍ଥଳକୁ ବୁଲିଯିବା ଏବଂ ପ୍ରାକୃତିକ ସୌନ୍ଦର୍ଜ୍ୟକୁ ଉପଭୋଗ କରିବା ପାଇଁ ସମସ୍ତେ ଭଲ ପାଆନ୍ତି । ଆଉ ବର୍ତ୍ତମାନ ନୂଆବର୍ଷ ଏବଂ ପିକନିକ ସିଜିନ ଚାଲିଥିବାରୁ ସମସ୍ତେ କେଉଁ ନା କେଉଁ ସ୍ଥାନକୁ ବୁଲି ଯାଉଛନ୍ତି । ନୂଆ ଜାଗାକୁ ବୁଲିଯିବା ନୂଆ ଅନୁଭୂତି ହାସଲ କରିବାକୁ ଦେଶ ବିଦେଶର ପ୍ରାୟ ପ୍ରତ୍ଯେକ ଲୋକଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ବେଳେବେଳେ ଏହି ସମୟରେ କିଛି ଏଭଳି ଅଘଟଣ ଘଟିଯାଏ, ଯାହା ସମସ୍ତ ଆଶା ଏବଂ ଅନୁଭୂତିକୁ ଧୋଇ ନେଇଯାଏ ।

ପର୍ଯ୍ୟଟନ ସ୍ଥଳକୁ ଯାଇଥିବା ବେଳେ ଘଟିଥିବା ଗୋଟିଏ ଅଘଟଣ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଜଳପ୍ରପାତ ତଳେ ବୋଟିଂର ଆନନ୍ଦ ଉଠାଉଥିଲେ କିଛି ପର୍ଯ୍ୟଟକ । ଚାରିଆଡେ ପାହାଡ ମଝିରେ ଜଳଭଣ୍ଡାର ଆଉ ସେହି ଜଳଭଣ୍ଡାର ମଧ୍ୟରେ କେତୋଟି ବୋଟରେ ବୋଟିଂ କରୁଥିଲେ କିଛି ପର୍ଯ୍ୟଟକ । ଆଉ ଠିକ ଏତିକି ବେଳେ ସମସ୍ତଙ୍କ ଚିନ୍ତା ବାହାରେ ଘଟିଥିଲା ଏପରି ଏକ ହୃଦୟ ବିଦାରକ ଅଘଟଣ । ଯେଉଁଥିରେ ପ୍ରାୟ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ଯାହାର ଦୃଶ୍ୟ ଅନ୍ୟ କିଛି ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇ ଯାଇଥିଲା । ଆଉ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଜଳପ୍ରପାତ ତଳେ ବୋଟିଂ କରୁଥିବା ବେଳେ ପାହାଡର ଏକ ବିରାଟ ଅଂଶ ଖସି ପଡିଥିଲା । ଦକ୍ଷିଣପୂର୍ବ ବ୍ରାଜିଲର ଏକ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ବୋଟିଂ କରୁଥିବା ବେଳେ ପଥର ଖସିବା ହେତୁ ଦୁଇଟି ବୋଟରେ ପାହାଡର ଅଂଶ ଭାଙ୍ଗି ଧସେଇ ପଡିଥିଲା ।

ଯାହାଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ତିନି ଜଣ ନିଖୋଜ ଅଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପଥର ଖସି ପଡିବ ବେଳକୁ ପର୍ଯ୍ୟଟକ ମାନେ ପ୍ରାଣ ବିକଳରେ ଚିତ୍କାର କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ବୁଡାଳି ମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗତ ଦୁଇ ସପ୍ତାହ ଧରି ସମ୍ପୃକ୍ତ ଅଞ୍ଚଳରେ ଅତ୍ୟନ୍ତ ବର୍ଷା ହୋଇଥିଲା । ଯାହାଫଳରେ ପାହାଡ ନରମ ହୋଇ ଧସିଥିବା କୁହାଯାଉଛି । ପ୍ରକୃତିର ଆନନ୍ଦ ଉଠାଇବାକୁ ଯାଇଥିବା ବେଳେ ଏହିପରି ଅଘଟଣ ଘଟିବ ବୋଲି କେହି କେବେ ସ୍ଵପ୍ନରେ ସୁଧା ଭାବି ନଥିବେ । ଏହି ଭୟଙ୍କର ଅଘଟଣର ଦୃଶ୍ୟ, ଦେଖିବା ଲୋକର ଛାତି ଥରାଇ ଦେଉଛି । ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।