ଡ୍ରାଇଭର ବେପରୁଆ ଗୁଣ ପାଇଁ ବୁଡିଗଲା ଯାତ୍ରୀବାହୀ ବସ୍, ଦେଖନ୍ତୁ ବସ ବୁଡିବାର Live Video

ଚଳିତ ମାସରେ ଦେଶର ପ୍ରାୟ ପ୍ରତ୍ଯେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜନଜୀବନ ଏବଂ ଯାତାୟାତ ପାଇଁ ବାଧା ସୃଷ୍ଟି କରିବା ସହ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ବି-ପ-ଦ ମୁଖରେ ପଡୁଛି । ସାମାନ୍ଯ ଅସାବଧାନତା ବା ବେପରୁଆ ଆଚରଣ ଯୋଗୁଁ ଆପଣ ସମସ୍ୟାର ସମୁଖୀନ ହୋଇପାରନ୍ତି । ତେବେ ଏଥିରୁ ବାଦ୍ ପଡି ନାହିଁ ମହାରାଷ୍ଟ୍ର । ମହାରାଷ୍ଟ୍ରର ଜବତମାଲ ଜିଲ୍ଲାରୁ ଆସିଛି ଏକ ବଡ ଖବର ।

ଗତ କାଲି ସକାଳ ପ୍ରାୟ ସାଢେ ଆଠ ରୁ ନଅ ଟା ସମୟରେ ଗୋଟିଏ MSRTC ର ବସ୍ ବନ୍ୟା ଜଳରେ ବୁ-ଡି ଯାଇଛି । ଯାତ୍ରୀ ମାନେ ବସ୍ ରେ ଥିବା ବେଳେ ବସ୍ ଡ୍ରାଇଭରର ଏହିଭଳି ଦୁଃସାହସ ମହଙ୍ଗା ପଡିଛି । ଦୁ-ର୍ଘ-ଟ-ଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏହି ଘ-ଟ-ଣା-ଟି ମହାରାଷ୍ଟ୍ରର ଜବତମାଲ ଜିଲ୍ଲାର ଦହାଗାଓଁ ନିକଟରେ ଘ-ଟି-ଛି । ଲଗାଣ ବର୍ଷା ଯୋଗୁଁ ଗାଁ ର ନାଳ ରେ ପାଣି ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ମଧ୍ୟ ଖୁବ ଜୋର ସୁଅରେ ପ୍ରବାହିତ ହେଉଥିଲା ।

ଏହା ସତ୍ତ୍ୱେ ଏହି ବସ୍ ର ଡ୍ରାଇଭର ଦୁଃସାହସ ଦେଖାଇବାକୁ ଚେଷ୍ଟା କରିଥିଲେ । ବେପରୁଆ ହୋଇ କିଛି ଚିନ୍ତା ନକରି ବନ୍ୟା ପାଣି ମଧ୍ୟକୁ ନେଇ ଯାଇଥିଲେ ବସ୍ । କିନ୍ତୁ ରାସ୍ତାକୁ ନେଇ ସଠିକ ନିର୍ଣ୍ଣୟ ନେଇ ପାରି ନଥିଲେ ବସ୍ ଡ୍ରାଇଭର । ପ୍ରାଥମିକ ସୂଚନାରୁ ଜଣାପଡିଛି କି ବସ୍ ମଧ୍ୟରେ ସାତରୁ ଆଠ ଜଣ ଲୋକ ଥିଲେ । ଉଦ୍ଧାରକାରୀ ଟିମ୍ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଜଣଙ୍କ ଶ-ବ ମଧ୍ୟ ଉଦ୍ଧାର କରିଛି । ଉଛୁଳା ପାଣି ମଧ୍ୟକୁ ଏହିପରି ପଶିଯିବା ବିଲକୁଲ ମଧ୍ୟ ଉଚିତ ନଥିଲା ।

ଏହିଭଳି କାର୍ଯ୍ୟରେ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବି-ପ-ଦ-ରେ ପକାଇଦେଲା ବସ୍ ଡ୍ରାଇଭର । ଅନ୍ୟମାନେ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବେ ବୋଲି ଆମର ବିଶ୍ବାସ । ତେବେ ବସ୍ ଡ୍ରାଇଭରଙ୍କୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।