ନିଜ ମୋବାଇଲ ରେ ଘରେ ବସି ଏହିପରି ଆବେଦନ କରନ୍ତୁ ଓଡିଶା ଲେବର କାର୍ଡ (Labour Card), ମିଳିବ 15 ହଜାର ଟଙ୍କା ସହ ସାଇକେଲ ଓ ମୋବାଇଲ, ଜଲ୍ଦି କରନ୍ତୁ

ଗରିବ ଶ୍ରମିକ ମାନଙ୍କ ପାଇଁ ସହାୟତା ପାଇଁ ଆମ ରାଜ୍ୟ ପ୍ରଣୟନ କରିଥିବା ଯୋଜନା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଲେବର କାର୍ଡ । ସରକାରଙ୍କ ଯୋଜନା ଅନୁସାରେ ଏହି କାର୍ଡ ପାଇଁ ଯୋଗ୍ୟ ଗରିବ ଶ୍ରମିକ ଅନେକ ପ୍ରକାର ସୁବିଧା ଏବଂ ସହାୟତା ପ୍ରାପ୍ତ ହେବ । ସରକାରଙ୍କ ଏହି ଯୋଜନା ଦ୍ଵାରା ଗରିବ ଶ୍ରମିକ ମାନେ ଅନେକ ମାତ୍ରାରେ ଉପକୃତ ହେବେ । ସରକାରଙ୍କ ଏହି ଯୋଜନା ଅନ୍ତର୍ଭୁକ୍ତ କୌଣସି ଶ୍ରମିକଙ୍କୁ ସ୍ଵାସ୍ଥ୍ୟଗତ ସମସ୍ଯା ଦେଖାଗଲେ ଯୋଜନା ଅନୁଯାୟୀ ସରକାରଙ୍କ ତରଫରୁ ତାଙ୍କୁ ସାହାଯ୍ୟ ପ୍ରଦାନ କରାଯିବ ।

ଏହି ଯୋଜନାରେ ଅଂଶ ଗ୍ରହଣ କରିଥିବା ଶ୍ରମିକଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପ୍ରଦାନ କରାଯିବ । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ଅନଲାଇନ ଆବେଦନ କରିପାରିବେ । ଏହା ବ୍ଯତୀତ ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରାଯାଇ ପାରିବ ନାହିଁ । ଏହି ଯୋଜନାରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରଥମେ ଆପଣ ଜଣେ ଶ୍ରମିକ ହୋଇଥିବା ଆବଶ୍ୟକ ।

ଆବେଦନ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଫୋନର କୌଣସି ଏକ ବ୍ରାଉସରରେ ‘ଲେବର କାର୍ଡ ଓଡିଶା’ ଲେଖି ସର୍ଚ୍ଚ ମାରିବାକୁ ହେବ । ଏହାପରେ ଆସୁଥିବା ପ୍ରଥମ ଲିଙ୍କ ଉପରେ ଆପଣ କ୍ଲିକ କଲେ ଲେବର କାର୍ଡ ଆବେଦନ କରିବା ପେଜ୍ ବା ସାଇଟ ଖୋଲିଯିବ । ଆପଣଙ୍କୁ ପ୍ରଥମେ ଏହି ପେଜ୍କୁ ଡାଉନଲୋଡ କରିବାକୁ ହେବ ଓ ଆବେଦନ ପତ୍ରରେ ମାଗିଥିବା ଆବେଦକଙ୍କ ସମସ୍ତ ଆବଶ୍ଯକୀଯ ତଥ୍ୟ ଦେବାକୁ ପଡିବ । ଏଥିସହିତ ସେଠାରେ ମଗାଯାଇ ଥିବା ନିଜର କିଛି ପରିଚୟ ପ୍ରମାଣ ପତ୍ର ମଧ୍ୟ ଅଫଲୋଡ କରିବାକୁ ହେବ ।

ସମସ୍ତ ତଥ୍ୟ ସଠିକ ଭାବେ ପୂରଣ ହୋଇଛି କି ନାହିଁ ଦେଖିବା ପରେ ଆବେଦନ ପତ୍ର ସବମିଟ୍ କରିବାକୁ ହେବ ଓ ତାପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ କପି ଆପଣଙ୍କୁ ନେଇ ଲେବର କାର୍ଡ ଅଫିସରେ ଦାଖଲ କରିବାକୁ ହେବ । ଏହାପରେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି କି ନାହିଁ ଏହା ତଦନ୍ତ କରିବା ପାଇଁ ଆପଣଙ୍କ ପାଖକୁ କିଛି ସରକାରୀ କର୍ମଚାରୀ ଆସିବେ । ସେମାନଙ୍କ ତଦନ୍ତ ପରେ ଆପଣ ଯୋଗ୍ୟ ବିବେଚିତ ହୋଇଥିଲେ ଆପଣଙ୍କୁ ଏହି ଲେବର କାର୍ଡ ପ୍ରଦାନ କରାଯିବ ।

ଏହାପରେ ଆପଣ ଏହି ଲେବର କାର୍ଡରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିପାରିବେ । ତେବେ ଏହି କାର୍ଡ ପାଇଁ ନିଜକୁ ଯୋଗ୍ୟ ମଣୁଥିଲେ ଆଉ ବିଳମ୍ବ ନକରି ଆଜି ହିଁ ଆବେଦନ କରନ୍ତୁ ଓ ଏହାର ଲାଭ ଉଠାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।