Swapna Shastra- ସ୍ଵପ୍ନରେ ଆସୁଛନ୍ତି କି ମୃତ ପରିଜନ ? ଦେଖନ୍ତୁ କଣ ହୋଇପାରେ ଏହାର ଅର୍ଥ କଣ !

ପ୍ରିୟ ଲୋକଙ୍କ ଠାରୁ ବିଚ୍ଛେଦ ସବୁଠୁ ଦୁଃଖଦାୟକ ଅଟେ । କିନ୍ତୁ ଦିନେ ନା ଦିନେ ସମସ୍ତଙ୍କୁ ଦୁନିଆ ଛାଡି ଯିବାକୁ ପଡିଥାଏ । ଆପଣଙ୍କର ଯଦି କେହି ପ୍ରିୟ ଲୋକ, ସାଙ୍ଗସାଥି ଓ ବନ୍ଧୁବାନ୍ଧବ ପରିବାର ଲୋକ ମୃ-ତ୍ୟୁ-ବ-ର-ଣ କରିଥିବେ, ତେବେ ସେମାନଙ୍କୁ ନିଶ୍ଚୟ କେବେ ନା କେବେ ଆପଣ ସ୍ଵପ୍ନରେ ଦେଖିଥିବେ । କିନ୍ତୁ ଏପରି ସ୍ଵପ୍ନ ଆପଣଙ୍କୁ କାହିଁକି ଆସିଥାଏ ଏହାର କାରଣ ଜାଣିଛନ୍ତି କି ? ଯଦି ଆପଣଙ୍କ ସହ କେବେ ଏମିତି ହୋଇଛି ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହାର କାରଣ ଜଣାଇବୁ ।

ହିନ୍ଦୁ ଧର୍ମଶାସ୍ତ୍ରରେ ପ୍ରତ୍ଯେକ ସ୍ଵପ୍ନର ଭିନ୍ନ ଭିନ୍ନ ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି । ସ୍ଵପ୍ନ ଶାସ୍ତ୍ରରେ ପ୍ରତ୍ଯେକ ସ୍ଵପ୍ନ ସହ ଜଡିତ ପ୍ରଶ୍ନର ଉତ୍ତର ରହିଛି । ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି କିଛି ରୋଗ କାରଣରୁ ମୃ-ତ୍ୟୁ-ବ-ର-ଣ କରିଥାଏ ଏବଂ ସେହି ବ୍ୟକ୍ତି ଆପଣଙ୍କ ସ୍ଵପ୍ନରେ ବିଲକୁଲ ସୁସ୍ଥ ଦେଖାଯାନ୍ତି ଏହାର ଅର୍ଥ ସେ ଆପଣଙ୍କୁ ସଙ୍କେତ ଦେଉଛନ୍ତି କି, ସେ ଅନ୍ୟ ଏକ ସ୍ଥାନରେ ଜନ୍ମଗ୍ରହଣ କରି ସାରିଛନ୍ତି । ଏବେ ଆପଣ ତାଙ୍କ ବିଷୟରେ ଚିନ୍ତା କରିବା ଛାଡି ଆଗକୁ ବଢନ୍ତୁ । ସ୍ଵପ୍ନ ଶାସ୍ତ୍ରରେ ଏପରି ସ୍ଵପଙ୍କୁ ଆଶ୍ଵାସନା ସ୍ଵପ୍ନ କୁହାଯାଏ ।

ଯଦି କୌଣସି ସୁସ୍ଥ ବ୍ୟକ୍ତିଙ୍କ ଅ-କା-ଳ ମୃ-ତ୍ୟୁ ହୋଇଥାଏ ଏବଂ ସେ ରୋଗରେ ପଡିଥିବାର ଆପଣ ସ୍ଵପ୍ନରେ ଦେଖିଥାନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ସେ ଆପଣଙ୍କୁ ନିଜର କିଛି ଇଚ୍ଛା ଜଣାଇବାକୁ ଚାହୁଁଛନ୍ତି । ଏହା ବୁଝିବାକୁ ଚେଷ୍ଟା କରନ୍ତୁ ନଚେତ ଆପଣ ଯଦି ତାଙ୍କ ଇଚ୍ଛା ସମ୍ପର୍କରେ ଜାଣିଛନ୍ତି ତେବେ ତାହା ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ଵାରା ତାଙ୍କ ଆତ୍ମା ଶାନ୍ତି ପାଇବ ଓ ଆପଣଙ୍କ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ ।

ଯଦି କୌଣସି ଜୀବିତ ବ୍ୟକ୍ତିଙ୍କୁ ଆପଣ ସ୍ଵପ୍ନରେ ମୃ-ତ ଦେଖୁଛନ୍ତି ଓ ଆପଣ ଡରିଯାଇ ନିଦରୁ ଉଠି ପଡ଼ୁଛନ୍ତି ତେବେ ଆପଣ ବିଲକୁଲ ମଧ୍ୟ ଡରିବା ଉଚିତ ନୁହେଁ । କାରଣ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ବିପରୀତ ହୋଇଥାଏ । ଅର୍ଥାତ ସେହି ବ୍ୟକ୍ତିଙ୍କ ଆୟୁଷ ଆହୁରି ବଢିଯିବ ।

ଆପଣ କେତେଥର ଦେଖିଥିବେ ଆପଣଙ୍କ ମୃ-ତ ପରିଜନ ସ୍ଵପ୍ନରେ ଆସନ୍ତି କିନ୍ତୁ କିଛି କୁହନ୍ତି ନାହିଁ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ମୃ-ତ ପରିଜନ ଆମ ଜୀବନରେ ଚାଲୁଥିବା ଗତିବିଧିକୁ ଦେଖି ଆମକୁ ସତର୍କ କରିବାକୁ ଚାହୁଁଛନ୍ତି । ଏହାର ଅର୍ଥ ଆପଣ କୌଣସି ଭୁଲ କାର୍ଯ୍ୟ କରିବାକୁ ଯାଉଛନ୍ତି ତେଣୁ ସତର୍କ ହୋଇଯାନ୍ତୁ । ଏହା ବ୍ଯତୀତ ଆପଣ ଯଦି ସ୍ଵପ୍ନରେ ମୃ-ତ ପରିଜନ ଚୁପ ରହି ଆପଣଙ୍କୁ ଆଶୀର୍ବାଦ ଦେଉଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଜୀବନରେ କରୁଥିବା କାର୍ଯ୍ୟ ଶତ ପ୍ରତିଶତ ଠିକ ଅଟେ ।

କିନ୍ତୁ ଯଦି ସେ ଦୁଃଖୀ ଦେଖା ଯାଉଛନ୍ତି ତେବେ ଆପଣ ନିଶ୍ଚୟ କିଛି ଭୁଲ କାମ କରୁଛନ୍ତି । ଆପଣ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଆପମା ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।