MS Dhoni ଙ୍କୁ ନେଇ ବଡ ନିଷ୍ପତ୍ତି ନେଲା BCCI, ପୁଣି ଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବେ ପୂର୍ବତନ କ୍ଯାପଟେନ କୁଲ୍, ଫ୍ୟାନ୍ସଙ୍କ ଖୁସି କହିଲେ ନସରେ !

ସୂଚନା ଅନୁଯାୟୀ, କ୍ଯାପଟେନ କୁଲ୍ ଧୋନୀ ଟିମ୍ ଇଣ୍ଡିଆକୁ ପୁଣି ଥରେ କମବ୍ୟାକ୍ କରିପାରନ୍ତି । କୋଚ୍ ରାହୁଲ ଦ୍ରାବିଡଙ୍କ ଠାରୁ ଧୋନୀଙ୍କୁ ମିଳିପାରେ ବଡ ଦାୟିତ୍ଵ । ଚଳିତ ବର୍ଷ ICC ଟି20 ବିଶ୍ଵକପ ଫାଇନାଲରୁ ବିଦାୟ ହେବା ପରେ ଚମ୍ପିୟାନ ହେବା ଆଶା ପୁଣି ଥରେ ଧୂଳିସାତ୍ ହୋଇଯାଇଛି । ଭଲ ପ୍ରଦର୍ଶନ କରି ସେମିଫାଇନାଲ ଯାଏଁ ପହଞ୍ଚିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ଏହି ସ୍ଵପ୍ନ ପୂରଣ ହୋଇପାରିନି । ତେବେ ଏହାରି ମଧ୍ୟରେ ଟିମ୍ ରେ ଏକ ବଡ ଧରଣର ପରିବର୍ତ୍ତନ କରିବା ନେଇ BCCI ଅଣ୍ଟା ଭିଡୁଛି ବୋଲି ଚର୍ଚ୍ଚା ହେଉଛି ।

ବିଶେଷ କରି ରୋହିତ ଶର୍ମାଙ୍କ ପରିବର୍ତ୍ତେ କୌଣସି ଯୁବ ଖେଳାଳିଙ୍କୁ ଟି20 ଫର୍ମାଟର ମଙ୍ଗ ସମ୍ଭାଳିବାକୁ BCCI ତର୍ଜମା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ ଅନ୍ୟପଟେ ବିଶ୍ଵବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟିମ୍ କୁ କମବ୍ୟାକ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଖେଳାଳି ଭାବେ ନୁହେଁ, ବରଂ BCCI ଧୋନୀଙ୍କୁ ନୂଆ ଦାୟିତ୍ଵ ସମର୍ପଣ କରିପାରେ ବୋଲି କୁହାଯାଉଛି ।

ICC ଟୁର୍ଣ୍ଣାମେଣ୍ଟରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ BCCI ଏହାର ଦାୟିତ୍ଵ ଧୋନୀଙ୍କୁ ହସ୍ତାନ୍ତର କରିପାରେ । ଏହା ପୂର୍ବରୁ 2021 ଟି20 ବିଶ୍ଵକପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର ଭାବେ ଟିମ୍ ଇଣ୍ଡିଆରେ ସାମିଲ କରିଥିଲା BCCI । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ହିଁ ଧୋନୀଙ୍କ ଭୂମିକା ରହିଥିଲା ।

ହେଲେ ଏବେ ଦୀର୍ଘ ସମୟ ଯାଏଁ ଧୋନୀଙ୍କୁ ଦଳ ସହ ଯୋଡି ରଖିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଧୋନୀଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ICC ଟୁର୍ଣ୍ଣାମେଣ୍ଟରେ ଯେପରି ନିଜର ଦବଦବା ଜାହିର କରିପାରିବ । ତେବେ କୋଚ୍ ରାହୁଲ ଦ୍ରାବିଡଙ୍କ ଉପରୁ କାର୍ଯ୍ୟ ଚାପ କମ୍ କରିବାକୁ BCCI ଧୋନୀଙ୍କୁ ଦଳର ଡାଇରେକ୍ଟର ଅଫ୍ କ୍ରିକେଟ ଭାବେ ନିଯୁକ୍ତି ଦେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଫଳରେ ପୂର୍ବତନ କ୍ଯାପଟେନ କୁଲ୍ ଦଳ ଏବଂ ଖେଳାଳିଙ୍କୁ ଅଧିକ ସମୟ ଦେବେ ।

2007 ଟି20 ବିଶ୍ଵକପ ଏବଂ 2011 ଦିନିକିଆ ବିଶ୍ଵକପରେ ଧୋନୀଙ୍କ ନେତୃତ୍ବରେ ବିଜୟୀ ହୋଇ ପାରିଥିଲା ଟିମ୍ ଇଣ୍ଡିଆ । ତେଣୁ ଧୋନୀଙ୍କ ସେହି ଅନୁଭବର ପୁରା ଲାଭ ଉଠାଇବା ଲକ୍ଷ୍ୟ ରଖିଛି BCCI । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।