କି ଶାଶ୍ଵତ ପ୍ରେମ ! ପ୍ରେମିକାର ଗୋଡ ଦୁଇଟି ଅକାମୀ ହେବା ପରେ ବି ହାତ ଛାଡିଲାନି ପ୍ରେମିକ, ହ୍ଵିଲଚେୟାରରେ ବସେଇ କନିଆ ସଜେଇ ନେଲା, ଦେଖନ୍ତୁ video

ଅନେକ ଦିନ ଧରି ଚାଲିଥିଲା ପ୍ରେମ । ହେଲେ ଠିକ ବାହାଘର ସମୟ ବେଳକୁ ଆଉ ନିଜ ଗୋଡରେ ଠିଆ ହେବାକୁ ସକ୍ଷମ ନଥିଲା ପ୍ରେମିକା । ହଠାତ ତାଙ୍କ ଗୋଡ ଦୁଇଟି ଅକାମୀ ହୋଇ ଯାଇଥିଲା । ପ୍ରେମିକା କାନ୍ଦି କାନ୍ଦି ଏକଥା ଜଣାଇଥିଲା ପ୍ରେମିକକୁ । ହେଲେ ହୃଦୟବାନ ପ୍ରେମିକର ପ୍ରେମ ବହୁତ ବଳବାନ ଥିଲା । ପ୍ରେମିକାକୁ ଚିନ୍ତା ନକରିବା ପାଇଁ କହି କଥା ଦେଇଥିଲା କି, ମୁଁ ତୁମକୁ ଭଲ ପାଇଛି ମାନେ ତୁମକୁ ହିଁ ବାହା ହେବି ଏବଂ ତୁମର ଯତ୍ନ ନେବି ।

ଆଉ ଆଜି ସତରେ ଗୋଡ ଦୁଇଟି ଅକାମୀ ହୋଇ ଯାଇଥିବା ପ୍ରେମିକାର ହାତ ଧରି ବାହା ହୋଇଛନ୍ତି ପ୍ରେମିକ । କଥାରେ ଅଛି, ପ୍ରେମ ଯଦି ହୃଦୟରୁ ଥାଏ ତେବେ କେହି ଏବଂ କୌଣସି ପରିସ୍ଥିତି ତାଙ୍କୁ ଅଲଗା କରିପାରିବେ ନାହିଁ । ପ୍ରେମିକ ହ୍ଵିଲ ଚେୟାରରେ ବସି ପ୍ରେମିକ ସହ ସାତଫେରା ନେଇଛି । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଲଭଷ୍ଟୋରି ଏକଦମ ସତ ଅଟେ ।

ଏହା ହେଉଛି ବାଲେଶ୍ଵର ଜିଲ୍ଲା ଓଉପଦା ବ୍ଲକ ଫତେପୁର ଅଞ୍ଚଳର ଘଟଣା । ଫତେପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ବିଷ୍ଣୁଚରଣ ମହାପାତ୍ରଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର ତାଙ୍କ ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । ଦୀର୍ଘ 8 ବର୍ଷର ଭଲପାଇବାକୁ ସାର୍ଥକ କରି ଶେଷରେ ଦୁହେଁ ସ୍ଵାମୀ ସ୍ତ୍ରୀ ହୋଇଛନ୍ତି । ଶୁଭ୍ରାଂଶୁ 2015 ମସିହାରୁ ଶେରଗଡ ଗଡପଦା ଅଞ୍ଚଳର ଦେବସ୍ମିତା ପଣ୍ଡାଙ୍କୁ ପ୍ରେମ କରୁଥିଲେ ।

ସେମାନଙ୍କ ପ୍ରେମ ସମ୍ପର୍କ ଅନେକ ଝଡଝଞ୍ଜା ଦେଇ ଗତି କରୁଥିବା ବେଳେ ହଠାତ ଉଭୟଙ୍କ ଜୀବନରେ ଏକ ଦୁଃଖର ଛାଇ ମାଡି ଆସିଥିଲା । ଫଳରେ ଦେବସ୍ମିତା ଆଉ ନିଜ ଗୋଡରେ ଠିଆ ହୋଇ ପାରି ନଥିଲେ । ଦେବସ୍ମିତା ପକ୍ଷାଘାତର ଶିକାର ହୋଇଥିଲେ । ଠିଆ ହୋଇ ପାରୁ ନଥିବା ପ୍ରେମିକା ଦେବସ୍ମିତାଙ୍କୁ ଜୀବନସାଥି ରୂପେ ଗ୍ରହଣ କରିବା ପାଇଁ କିନ୍ତୁ ସ୍ଥିରମନା ଥିଲେ ଶୁଭ୍ରାଂଶୁ । ଫଳରେ ଉଭୟ ଗତ ନଭେମ୍ବର ମାସ 4 ତାରିଖରେ ଏକ ମନ୍ଦିରରେ ବିବାହ କରିଥିଲେ ।

ଆଉ ସେମାନଙ୍କ ବାହାଘରର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ବିଷୟ ପାଲଟିଛି । ସତରେ ଏମାନଙ୍କ ପ୍ରେମ କେତେ ଗଭୀର ଓ ପବିତ୍ର ସେନେଇ କଥା ହେଉଛନ୍ତି ନେଟିଜେନ୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।