ଗୋଟିଏ ଫ୍ୟାନ ଓ ଦୁଇଟି ବଲବରେ ବିଦ୍ୟୁତ ବିଲ୍ ଆସିଛି ଦେଢ ଲକ୍ଷରୁ ଉର୍ଦ୍ଧ୍ଵ, କେମିତି ଏତେ ବିଲ୍ ହେଲା ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ଛୋଟିଆ ଘରଟିରେ ଲାଗିଛି ମାତ୍ର ଗୋଟିଏ ଫ୍ୟାନ ଓ ଦୁଇଟି ବଲବ । ସେତକ ବି ଦିନରେ କେତେବେଳେ କେମିତି ଜଳୁଛି ଆଉ ଅଧିକାଂଶ ସମୟ ବନ୍ଦ ରହୁଛି । ହେଲେ ମାସ ଶେଷ ହେଲା ବେଳକୁ ବିଲ୍ ଆସିଛି ଦେଢ ଲକ୍ଷ ଟଙ୍କା । ଟାଟା ଇଲେକ୍ଟ୍ରିକ କମ୍ପାନୀ ଦେଇଥିବା ଏହି ବିଲ୍ କୁ ଦେଖିଲେ ଯେ କେହି ଚମକି ପଡିବେ । କେତେବେଳେ କେମିତି ଲାଗୁଥିବା ମାତ୍ର ଗୋଟିଏ ଫ୍ୟାନ ଓ ଦୁଇଟି ବଲବକୁ ନେଇ ଏତେ ପରିମାଣର ବିଲ୍ କେମିତି ଆସିଲା ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।

ଗଞ୍ଜାମର ଜଗନ୍ନାଥପ୍ରସାଦ ର ଚଢିଆପଲ୍ଲୀ ଗାଁରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ଗାଁର ପଙ୍କଜ ଗୌଡ ନାମକ ବ୍ୟକ୍ତି ଦୁଇ ଝିଅଙ୍କ ସହ ରୁହନ୍ତି । ଦୁଇ ଝିଅ ମୁଲମଜୁରି ଲାଗି ଯେତିକି ରୋଜଗାର କରନ୍ତି ସେତିକିରେ ଚାଲେ ପଙ୍କଜଙ୍କ ପରିବାର । କାରଣ ପଙ୍କଜ ଆଉ କାମଧନ୍ଦା କରି ପାରୁନାହାନ୍ତି । ସରକାରଙ୍କ ପକ୍ଷରୁ ମିଳିଥିବା ଏହି ଇନ୍ଦିରା ଆବାସ ଘର ଖଣ୍ଡକ ଏକମାତ୍ର ମୁଣ୍ଡ ଗୁଞ୍ଜିବାର ବସା । ହେଲେ ତାଙ୍କୁ ମାସିକ ଉଲେକ୍ଟ୍ରିକ ବିଲ୍ ବାବଦକୁ ଆସିଛି 1 ଲକ୍ଷ 65 ହଜାର 876 ଟଙ୍କା ।

ଏକଦମ ଅସମ୍ଭବ ହେଲେ ବି ଏଭଳି ଏକ ଘଟଣା ପଙ୍କଜ ଓ ତାଙ୍କ ପରିବାରର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହା ପୂର୍ବରୁ ସେମାନଙ୍କ ମାସିକ ଇଲେକ୍ଟ୍ରିକ ବିଲ୍ ମାତ୍ର 100 କି 200 ଲେଖାଏଁ ଆସେ । କିନ୍ତୁ ଦେଢ ଲକ୍ଷର ବିଲ୍ ଆସିବା ପରେ ତିନି ଚାରି ମାସ ବିଲ୍ ପଇଠ କରିନାହାନ୍ତି । ଦିନକୁ 100 ରୁ 200 ମଜୁରି ପାଉଥିବା ଘରେ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଦ୍ୟୁତ ବିଲ୍ ଏବେ ସେମାନକ ନିଦ ହଜେଇ ଦେଇଛି ।

ଗୋଟିଏ ଫ୍ୟାନ ଓ 2ଟି ବଲବରେ ଏତେ ଟଙ୍କାର ବିଲ୍ କେମିତି ହେଲା ସେନେଇ ବାରମ୍ବାର ସ୍ଥାନୀୟ ବିଜୁଳି ବିଭାଗ ଅଫିସକୁ ପଙ୍କଜ ଦୌଡୁଛନ୍ତି । ହେଲେ ତାଙ୍କ ଦୁଃଖ ବୁଝିବାକୁ କେହି ନାହିଁ । କେବଳ ପଙ୍କଜ ନୁହନ୍ତି ବରଂ ସେହି ଗାଁର ହରି ଗୌଡ ମଧ୍ୟ ବିଦ୍ୟୁତ ବିଲ୍ କୁ ସମାନ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ତାଙ୍କର 200 ଟଙ୍କା ଲେଖାଏଁ ମାସିକ ବିଦ୍ୟୁତ ବିଲ୍ ଆସୁଥିଲା । କିନ୍ତୁ ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ ମିଟର ଆସିବା ପରେ ଏବେ ମାସିକ ଏକ ହଜାର ଟଙ୍କା ଲେଖାଏଁ ବିଲ୍ ଆସୁଛି ।

ଏନେଇ ଅଭିଯୋଗ ପରେ ବି ତାଙ୍କ ବିଲ୍ ସଂଶୋଧିତ କରା ଯାଇନାହିଁ । ତେବେ ଶୀଘ୍ର ଏଭଳି ଭୁଲ ବିଦ୍ୟୁତ ବିଲ୍ ନେଇ କୌଣସି ପଦକ୍ଷେପ ନନେଲେ ଏଭଳି ଗରିବ ଲୋକମାନେ ବହୁତ ଅସୁବିଧାରେ ପଡିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।