ସୁପରଷ୍ଟାର Babushan Mohanty ଙ୍କୁ ବଲିଉଡ ସିନେମା ଅଫର୍, ଫିଲ୍ମ “ଦମନ” ର ସଫଳତା ପରେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଚଢୁଛନ୍ତି ବାବୁଶାନ !

ଫିଲ୍ମ “ଦମନ” ର ସଫଳତା ପରେ ଅଲିଉଡ ସୁପରଷ୍ଟାର ବାବୁଶାନଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବଲିଉଡ ସିନେମା ଅଫର୍ । ଆଜ୍ଞା ହଁ, ଖାଲି ଓଡିଆ ନୁହେଁ ବରଂ ଏବେ ହିନ୍ଦୀରେ ମଧ୍ୟ ସିନେମା କରିବେ ହିରୋ ବାବୁଶାନ ମହାନ୍ତି । ତାଙ୍କ ଅଭିନୀତ ଫିଲ୍ମ ଦମନ ଦର୍ଶକଙ୍କ ମନରେ ଯେଉଁ ଭଳି ଛାପ ଛାଡିଛି ଏବେ ବାବୁଶାନଙ୍କୁ ନେଇ ଫିଲ୍ମ ବନେଇବାକୁ ସମସ୍ତେ ଉତ୍ସୁକ ଅଛନ୍ତି । ଦମନ ର କାହାଣୀ ଯେଉଁ ଭଳି ଭାବେ ଲୋକଙ୍କ ମନ ଛୁଇଁ ପାରିଛି ବଲିଉଡ ଫିଲ୍ମ ନିର୍ମାତା ମଧ୍ୟ ଦର୍ଶକଙ୍କୁ ସେହିଭଳି କିଛି କାହାଣୀ ଭେଟି ଦେବାକୁ ଚାହାନ୍ତି ।

ନୂଆ ଚରିତ୍ରକୁ ନେଇ ପରୀକ୍ଷଣ କରିବାକୁ ସମସ୍ତେ ଚାହୁଁଛନ୍ତି । ଦମନ ର କାହାଣୀ ଓ କଥାବସ୍ତୁ ଦର୍ଶକ ଓ ଫିଲ୍ମ ନିର୍ମାତା ସମସ୍ତଙ୍କୁ ବେଶ ପ୍ରଭାବିତ କରୁଛି । ଓଡିଆ ଫିଲ୍ମ “ଦମନ” ଏବେ ସୋସିଆଲ ମିଡିଆ, ୟୁଟ୍ଯୁବ ବ୍ଲଗରଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ କମ୍ପନ ସୃଷ୍ଟି କରିଛି । ଦମନ ର ହିନ୍ଦୀ ଡବିଙ୍ଗକୁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି । ହିନ୍ଦୀ ଡବିଙ୍ଗ ସମାପ୍ତ ହେବା ପରେ ହିନ୍ଦୀ ଭାଷାଭାଷି ଲୋକଙ୍କ ଉପରେ ଏହାର ଟ୍ରେଲର କିପରି ପ୍ରଭାବ ପକାଇବ ତାହା ବର୍ତ୍ତମାନ ବାବୁଶାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

ଫିଲ୍ମ ରିଲିଜ ହେବା ପରଠୁ ଏହାକୁ ନେଇ ଯେପରି ଆଲୋଚନା କରାଯାଉଛି ଏବଂ ଫିଲ୍ମ ନିର୍ଦ୍ଦେଶକ ଓ ଫିଲ୍ମ ସମୀକ୍ଷକ ମାନେ ଯେଉଁ ଭଳି ଭାବେ ଏହାକୁ ଏକ ଉଚ୍ଚ କୋଟିର ଫିଲ୍ମ ବୋଲି ଅବିହିତ କରୁଛନ୍ତି ଏହା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବାବୁଶାନଙ୍କ ପାଇଁ ନିହାତି ଭାବେ ଏକ ଆଶାର କିରଣ ।

କିଛି ବର୍ଷ ଧରି ଲୋକଙ୍କ ମନରୁ ଓଡିଆ ଫିଲ୍ମ ପ୍ରତି ଆଗ୍ରହ କମି ଆସୁଥିବା ବେଳେ ଫିଲ୍ମ ଦମନ ହିଁ ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉଦ୍ଧାରକର୍ତ୍ତା ଭଳି କାମ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ଫିଲ୍ମରେ ବାବୁଶାନଙ୍କ ଚରିତ୍ର ଲୋକଙ୍କ ମନକୁ ବେଶ ଭଲଭାବେ ସ୍ପର୍ଶ କରିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଆଗକୁ ବାବୁଶାନଙ୍କୁ ଏହିପରି ଅନେକ ଚ୍ୟାଲେଞ୍ଜିଙ୍ଗ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରେରଣା ଯୋଗାଇବ ।

ତେବେ ଫିଲ୍ମ ଦୁନିଆରେ ନିଜ ଭବିଷ୍ୟତ ସହ ଓଡିଆ ଫିଲ୍ମ ଜଗତର ଭବିଷ୍ୟତକୁ ବାବୁଶାନ ଆଗକୁ ନେବେ ବୋଲି ପ୍ରତିଟି ଓଡିଆଙ୍କ ଆଶା ଓ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।