ଖଣ୍ଡଗିରି ବସ୍ ଟର୍ମିନାଲ ପାଲଟିଛି କିନ୍ନରଙ୍କ OYO, ବସ୍ ଭିତରେ ମାଳ ମାଳ କଣ୍ଡୋମ ସହ ଯାହା ସବୁ ପଡିଛି ନା… ଦେଖିଲେ ମୁଣ୍ଡ ଘୁରେଇ ଦେବ, ଦେଖନ୍ତୁ video

ଭୁବନେଶ୍ବର ଖଣ୍ଡଗିରି ବସ୍ ଟର୍ମିନାଲ ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବସ୍ ଭିତରେ ଚାଲିଛି କିନ୍ନରଙ୍କ ଅନୈତିକ କାର୍ଯ୍ୟ । ଖଣ୍ଡଗିରି ଭଳି ଐତିହ୍ୟସ୍ଥଳୀକୁ ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ସଂଖ୍ଯାରେ ପର୍ଯ୍ୟଟକମାନେ ଆସିଥାନ୍ତି । ଏହାସହ ଅନେକ ହାଉସିଂ ଆପାର୍ଟମେଣ୍ଟ ମଧ୍ୟ ସେହି ଅଞ୍ଚଳରେ ରହିଛି, ଯେଉଁଠି ଅନେକ ସମ୍ଭ୍ରାନ୍ତଶୀଳ ଲୋକମାନେ ରହୁଛନ୍ତି । ହେଲେ ସେହି ଅଞ୍ଚଳରେ ଏଭଳି କାର୍ଯ୍ୟ ନିହାତି ଭାବେ ଏକ ଲଜ୍ଜାର ବିଷୟ । ସେଠାରେ ତିନୋଟି ଚକାଡୋଳା ବସ୍ ପରିତ୍ୟକ୍ତ ଅବସ୍ଥାରେ ପଡିଛି ।

ରାତି ହେଲେ ସେଠାରେ ଖୋଲୁଛି କିନ୍ନରଙ୍କ ପସରା । ବସ୍ ଭିତରେ ଯଦି ଥରେ ଆଖି ପକେଇବେ ତେବେ ଭଲରେ ଜାଣିପାରିବେ ସେଠାରେ କଣ ସବୁ ଚାଲିଛି । ବସ୍ ଭିତରେ ପଡି ରହିଛି ମାଳ ମାଳ ବ୍ୟବହୃତ କଣ୍ଡୋମ, ସିଗାରେଟ, ମଦ ବୋତଲ, ବିଭିନ୍ନ ଖାଦ୍ଯସାମଗ୍ରୀର ଜରି ଓ ଡବା ଏବଂ ଅନେକ ଆପତ୍ତିଜନକ ଜିନିଷ । ଯାହା ଦେଖିବା ଲୋକର ମୁଣ୍ଡ ଲଜ୍ଜାରେ ତଳକୁ ନୁଆଁଇ ଦେବ । ପାର୍କିଂ ଥାନାରେ ଥିବା ଏହି ତିନୋଟି ଚକାଡୋଳା ବସ୍ ଏବେ କିନ୍ନରଙ୍କ ପାଇଁ ରଙ୍ଗଶାଳା ଭଳି କାମ କରୁଛି ।

ବସ୍ ର ପ୍ରତିଟି ସିଟ୍ ଓୟୋ ରୁମ୍ ଭଳି କାମ ଦେଉଛି । ସଞ୍ଜ ନଇଁଲେ କିନ୍ନର ଦଳ ସେଠାରେ ଆଡ୍ଡା ଜମେଇ ଦେଉଛନ୍ତି । କିଛି କିନ୍ନର ବାହାରେ ଜଗି ରହୁଥିବା ବେଳେ ଆଉ କିଛି କିନ୍ନର କାମାଭିଳାଷୀ ଲୋକଙ୍କୁ ଧରି ସେହି ବସ୍ ଭିତରେ ଯାଇ ପଶୁଛନ୍ତି । ଆଉ ସେଠାରେ କଣ ଚାଲିଥିବ ଆପଣ ଅନୁମାନ କରି ପାରୁଥିବେ ।

ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ଏବଂ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜ୍ୟ ସରକାର ଅନେକ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଏହିସବୁ ଦୃଶ୍ୟ ଦେଖିଲେ ପର୍ଯ୍ୟଟକ ଆମ ରାଜ୍ୟକୁ ଆସିବାକୁ ନାକ ଟେକିବେ । ବିଶ୍ଵ ଇତିହାସରେ ଜୈନ ଧର୍ମାବଲମ୍ବୀଙ୍କର ଏହା ହେଉଛି ତୃତୀୟ ଶତାବ୍ଦୀର ଏକ କୀର୍ତ୍ତିମୟ ସ୍ଥାନ । ଖଣ୍ଡଗିରିର ଗୁମ୍ଫା ଦେଖିବାକୁ ଏବଂ ଊର୍ଜାକୁ ଅନୁଭବ କରିବାକୁ ଅନେକ ଲୋକ ଏଠାକୁ ଆସନ୍ତି । କିନ୍ତୁ ସେଠାରେ ଚାଲିଥିବା ଏଭଳି କୁକର୍ମ ଅନେକ ଲୋକଙ୍କ ପାଇଁ ଲଜ୍ଜାର ବିଷୟବସ୍ତୁ ପାଲଟିଛି ।

ଏଭଳି ଲଜ୍ଜାଜଣକ କାର୍ଯ୍ୟ ଯୋଗୁଁ ଐତିହ୍ୟସ୍ଥଳୀ ଖଣ୍ଡଗିରି ବଦନାମ ମୁଣ୍ଡାଇବାରେ ଲାଗିଛି । ଶୀଘ୍ର ଏସବୁ ଅନୈତିକ କାର୍ଯ୍ୟ ବିରୋଧରେ ପଦକ୍ଷେପ ନନେଲେ ଆଗକୁ ଏହା ଆହୁରି ଭୀଷଣ ରୂପ ଧାରଣ କରିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।