ମୃତ୍ୟୁ ସମୟରେ ଆତ୍ମା ଆମ ଶରୀରର କେଉଁ ଅଙ୍ଗ ଦେଇ ବାହାରି ଥାଏ ? ଶାସ୍ତ୍ରରେ ଲେଖାହୋଇଛି ସଂପୂର୍ଣ୍ଣ କଥା, ଜାଣିବା ନିହାତି ଜରୁରୀ

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ମୃ-ତ୍ୟୁ ସୁନିଶ୍ଚିନ୍ତ ଏହା ସମସ୍ତଙ୍କୁ ଜଣାଥାଲେ ମଧ୍ୟ ଏହି ସତ୍ୟକୁ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଶରୀର ଜୀବିତ ଥାଏ ଆତ୍ମା ପାଇଁ ଯେତେବଳେ ଶରୀରରୁ ଆତ୍ମା ବାହାରିଯାଏ ସେତେବେଳେ ଶରୀର ଶବ ପାଲଟି ଯାଏ । ତେବେ ଏହା ଏକ ବଡ ପ୍ରଶ୍ନ ହୋଇଥାଏ କି ମଣିଷ ଆଖିକୁ ଦେଖା ଯାଉନଥିବା ବାୟୁ ରୂପୀ ଆତ୍ମା ଶରୀରର କେଉଁ ଅଙ୍ଗ ଦେଇ ବାହାରକୁ ଯାଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଦୁଇ ଆଖି, ଦୁଇ କାନ, ନାକ ଏବଂ ମୁଖ ଦ୍ଵାର ଦେଇ ପୂଣ୍ୟ ଆତ୍ମା ଶରୀର ତ୍ୟାଗ କରିଥାଏ । ଆପଣ ଯଦି କେବେ ଧ୍ୟାନ ଦେଇଥିବେ ତେବେ ଜାଣିଥିବେ କି ମାରିବାକୁ ଯାଉଥିବା ମଣିଷର ପାଦ ପ୍ରଥମେ ଥଣ୍ଡା ହେବାକୁ ଲାଗିଥାଏ । ଏହାପରେ ଧୀରେ ଧୀରେ ପୁରା ଶରୀର ଥଣ୍ଡା ହୋଇଯାଏ । ଯେଉଁ ବ୍ୟକ୍ତି ନିଜ ଜୀବନରେ ଧ୍ୟାନ ମଗ୍ନ ରହିଥାଏ ସେହି ବ୍ୟକ୍ତିଙ୍କ ଆତ୍ମା ଜ୍ଞାନ ଚକ୍ର ଦେଇ ବାହାରକୁ ଯାଇଥାଏ ।

ଯେଉଁ ମଣିଷ ନିଜର ସାରା ଜୀବନ କାଳରେ କେବଳ ଲୋଭ ମାୟା, ପାରିବାରିକ ସୁଖର ଲୋଭ ସହ ଖାଇବା ପିଇବା ଲାଳସାରେ ବିତାଇ ଦେଇଥାନ୍ତି ସେହି ମଣିଷର ଆତ୍ମା ମଣିପୁର ଚକ୍ର ଦେଇଥାଏ ଶରୀର ତ୍ୟାଗ କରିଥାଏ । ଯେଉଁ ମଣିଷ ଜୀବନସାରା କେବଳ ଶାରୀରିକ ସମ୍ପର୍କ ରଖିବା କଥା ଭାବିଥାଏ ସେହି ମଣିଷର ଆତ୍ମା ମୂଳ ଆଧାର ଚକ୍ର ଦେଇ ଶରୀରରୁ ବାହାରକୁ ଯାଇଥାଏ ।

ଯେଉଁ ମଣିଷଙ୍କ ଜୀବନ ଜ୍ଞାନ ବାଣ୍ଟି ବିତିଥାଏ ସେହି ମଣିଷର ଆତ୍ମା ଗଳା ଚକ୍ର ଦେଇ ଶରୀରରୁ ବାହାରକୁ ଯାଇଥାଏ । ଏହାସହ ଯେଉଁ ମଣିଷ ନିଜ ମୃ-ତ୍ୟୁ ସମୟରେ ନିଜର ଇଷ୍ଟ ଦେବଙ୍କୁ ଧ୍ୟାନ କରିଥାଏ ସେହି ମଣିଷର ଆତ୍ମା ଆଖି ଦ୍ଵାର ଦେଇ ଶରୀର ତ୍ୟାଗ କରିଥାଏ ।

ଯେଉଁ ମଣିଷଙ୍କ ଆତ୍ମା ସହସ୍ତ୍ରା ଚକ୍ର ଦେଇ ବାହାରକୁ ବାହାରିଥାଏ ସେହି ଆତ୍ମା ବହୁତ ଭାଗ୍ୟଶାଳୀ ହୋଇଥାଏ । ସେହି ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ପ୍ରାଣ ଆସୁଥିବା ସମୟରେ ଯେଉଁ ମଣିଷ କହିଥାଏ କି ମୁଁ ସନ୍ୟାସ ଧାରଣ କରିସାରିଛି ସେହି ମଣିଷ ମୃ-ତ୍ୟୁ ପରେ ବିଷ୍ଣୁ ଲୋକ ପ୍ରାପ୍ତ କରିଥାଏ । ସେହି ମନିଷର ଜନ୍ମ ଆଉ କେବେ ମଧ୍ୟ ଏହି ପୃଥିବୀ ପୃଷ୍ଠରେ ହୋଇନଥାଏ ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଦାନ ଧର୍ମ କରିଥାନ୍ତି ସେହି ବ୍ୟକ୍ତିଙ୍କ ଜୀବନ ଆଖି ଦ୍ଵାର ଦେଇ ଯାଇଥାଏ । ଆତ୍ମା ବିନା ଶରୀରର କୌଣସି ଅସ୍ତିତ୍ଵ ନଥାଏ । ଆତ୍ମା ଶରୀର ତ୍ୟାଗ କରିବା ପରେ ସେହି ଶରୀର ଦୁର୍ଗନ୍ଧ ଯୁକ୍ତ ହେବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।