କବାଟରେ କେଉଁ ଚିହ୍ନ ଆଙ୍କିବା ଦ୍ଵାରା ଘରୁ କଳିଝଗଡା ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଉପଚାର

ବାସ୍ତୁଶାସ୍ତ୍ରରେ ଏଭଳି କିଛି ନିୟମ ଓ ଅନୁଶାସନ ବିଷୟରେ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଜୀବନ ସୁଖ ସମୃଦ୍ଧିରେ ଭରି ଉଠେ । ଚାଲନ୍ତୁ ଜାଣିବା ଏଭଳି କିଛି ଅନୁଚିନ୍ତା ବିଷୟରେ । ବସିବା କିମ୍ବା ଶୋଇବା ବେଳେ କେବେ ହେଲେ ଗୋଡ ଉପରେ ଗୋଡ ରଖିବା ଉଚିତ ନୁହେଁ, ଏହାଦ୍ବାରା ଧନ ଏବଂ ଆୟୁ କମ୍ ହୋଇଥାଏ । ନିଜ ମୁଣ୍ଡକୁ କେବେବି ଦୁଇ ହାତରେ କୁଣ୍ଡାଇବା ଉଚିତ ନୁହେଁ, ଏହାଦ୍ବାରା ମଧ୍ୟ ଅଶୁଭତ୍ଵ ବୃଦ୍ଧି ହୋଇଥାଏ ।

ବିବସ୍ତ୍ର ହୋଇ କେବେବି ଶୋଇବା କିମ୍ବା ଗାଧୋଇବା ଉଚିତ ନୁହେଁ, ଏହାଦ୍ବାରା ଧନହାନି ଏବଂ ପାରିବାରିକ ସମସ୍ଯା ଦେଖା ଦେଇଥାଏ । ମୁଣ୍ଡରେ ତେଲ ଲଗାଇବା ପରେ ବଳିଥିବା ତେଲ ଦେହରେ ମାରିବା ଉଚିତ ନୁହେଁ, ଏହାଦ୍ବାରା ଶରୀର ଅସୁସ୍ଥ ହୋଇଥାଏ । ଦିନ ସମୟରେ କେବେବି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଆର୍ଥିକ ସ୍ଥିତି ଖରାପ ହେବାସହ ଶରୀର ଅସୁସ୍ଥ ଏବଂ ଆୟୁ ହ୍ରାସ ପାଏ । ଘରେ ଗଙ୍ଗାଜଳ ରଖୁଥିବା ସ୍ଥାନକୁ ପରିଷ୍କାର ରଖନ୍ତୁ ଓ ପ୍ରତିଦିନ ଗଙ୍ଗାଜଳ ପାନ କରିବା ଦ୍ଵାରା ଶରୀର ନିରୋଗ ରହିଥାଏ ।

ଘରେ ଗଙ୍ଗାଜଳ ତମ୍ବା କିମ୍ବା ଚାନ୍ଦି ପାତ୍ରରେ ରଖିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ପ୍ରତ୍ଯେକ ସୋମବାର ଦିନ ଗଙ୍ଗାଜଳରେ ମହାଦେବଙ୍କୁ ଅଭିଷେକ କରିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପ୍ରତ୍ଯେକ ଦିନ ଘର ସଫା କରିବା ପରେ ସବୁଆଡେ ଗଙ୍ଗାଜଳ ଛିଞ୍ଚନ କଲେ ମନରେ ଶାନ୍ତି ଆସିଥାଏ ଓ ଅଶୁଭ ଶକ୍ତି ଦୂର ହୁଏ ।

ମାନ୍ୟତା ଅନୁସାରେ ଗଙ୍ଗାଜଳ ପାନ କରିବା ଦ୍ଵାରା ନିମୋନିଆ ଏବଂ ମସ୍ତିଷ୍କ ସମସ୍ଯା ରୋଗରୁ ଉପଶମ ମିଳିଥାଏ । ପ୍ରତ୍ଯେକ ଦିନ ସୂର୍ଯ୍ୟ ପୂଜା କରିବା ଉଚିତ, କାରଣ ଏହାଦ୍ବାରା ବୁଦ୍ଧି, ବିବେକ, ବଳ, ସରକାରୀ ଚାକିରି, ମାନସମ୍ମାନ ଓ ଧନ ପ୍ରାପ୍ତି ହୋଇଥାଏ । ରବିବାର ଦିନ ତେଲ ଓ ଲୁଣ ସେବନ କରିବା ଉଚିତ ନୁହେଁ ଏହାସହ ଏହିଦିନ ମଦ ମାଂସ ଖାଇବା ମଧ୍ୟ ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ ।

ରବିବାର ଦିନ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ରବିବାର ଦିନ ଗାଈକୁ ରୁଟି ଖୁଆଇବା ଦ୍ଵାରା ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଓ ବାଞ୍ଛିତ ଫଳ ପ୍ରାପ୍ତ ହୁଏ । ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇବା ଦ୍ଵାରା ଘରୁ ଅଶୁଭତ୍ଵ ଦୂର ହୋଇଥାଏ ଓ ଶୁଭତ୍ଵ ପ୍ରକାଶ ପାଇଥାଏ ।

ଏକ କାଚପାତ୍ରରେ କିଛି ଲୁଣ ରଖି ଘରର ଯେକୌଣସି କୋଣରେ ରଖିଲେ ସକାରାତ୍ମକ ବୃଦ୍ଧି ପାଇଥାଏ । ଶନିବାର ଦିନ ସୋରିଷ ତେଲ ଦାନ କରିବା ଓ କୁକୁରକୁ ରୁଟି ଖାଇବାକୁ ଦେବା ଦ୍ଵାରା ସମସ୍ତ ସଙ୍କଟ ଦୂର ହୋଇଥାଏ । ମଙ୍ଗଳବାର ଦିନ କେବେବି ପଇସାପତ୍ର ନେଣଦେଣ କରିବା ଉଚିତ ନୁହେଁ କି ପ୍ରସାଧନ ସାମଗ୍ରୀ କିଣିବା ଅନୁଚିତ, ଏହା ମଧ୍ୟ ଅଶୁଭ ହୋଇଥାଏ ।

ଯଦି ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳିଝଗଡା ହେଉଛି ତେବେ ଘରର ମୁଖ୍ୟଦ୍ଵାରରେ କବାଟରେ ଏକ ସ୍ଵସ୍ତିକ ଚିହ୍ନଟିଏ ସିନ୍ଦୂରରେ ଆଙ୍କିବା ଦ୍ଵାରା ତାହା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।