New Year 2023 ରାଶିଫଳ, ଏହି ରାଶି ଉପରୁ ଶେଷ ହେବାକୁ ଯାଉଛି ଶନିଦେବଙ୍କ ସାଢେସାତୀ, ଏବେ ଆଉ ଧନୀ ହେବାକୁ କେହି ବି ଅଟକାଇ ପାରିବେନି, ଆପଣଙ୍କ ରାଶି କି ?

ଆଉ କିଛିଦିନରେ ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ 2023 ଓ ଏଥିପାଇଁ ଗ୍ରହ ମାନଙ୍କରେ ହେବାକୁ ଯାଉଛି ବାର ପରିବର୍ତ୍ତନ । ଜ୍ଯୋତିଷ ଗଣନା ଅନୁସାରେ ନୂଆବର୍ଷରେ କିଛି ରାଶିଙ୍କ ଉପରେ ଶନିଦେବଙ୍କ ଅଶେଷ କୃପାଦୃଷ୍ଟି ପଡିବାକୁ ଯାଉଛି । ଫଳରେ ଏହି ରାଶିର ଲୋକମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଏବେ ଠାରୁ ଏମାନଙ୍କ ଜୀବନରେ ଧନଜନିତ ସବୁ ସମସ୍ଯା ଶନିଦେବ ଦୂର କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ମେଷ ରାଶି: ଆପଣଙ୍କ ପାଇଁ ନୂଆବର୍ଷ 2023 ବହୁତ ଶୁଭ ରହିବ । ପୁରା ବର୍ଷ ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ବିଶେଷ ଲାଭ ପ୍ରାପ୍ତ ହେବାକୁ ଯାଉଛି । ବେପାର କ୍ଷେତ୍ରରେ ନୂଆ ଯୋଜନା କରୁଥିଲେ ତାହା ଆପଣଙ୍କ ପାଇଁ ବହୁତ ଲାଭଦାୟୀ ସାବ୍ୟସ୍ତ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ଆପଣ ବିଶେଷ ଲାଭବାନ ହେବେ । ଏହି ବର୍ଷ ଆପଣଙ୍କ ପାଇଁ କେବଳ ଖୁସି ହିଁ ଖୁସି ନେଇକରି ଆସୁଛି ।

ମିଥୁନ ରାଶି: ଆପଣଙ୍କ ପାଇଁ ମଧ୍ୟ ନୂଆବର୍ଷଟି ବହୁତ ଶୁଭ ଓ ଲାଭଦାୟକ ହେବାକୁ ଯାଉଛି । ଧନ ଆମଦାନୀର ଅନେକ ରାସ୍ତା ଆପଣଙ୍କ ପାଇଁ ଖୋଲିବାକୁ ଯାଉଛି । ସମୟ ସହିତ ଆୟରେ ଆପଣ ବୃଦ୍ଧି ଦେଖିବାକୁ ପାଇବେ । ଆପଣଙ୍କ ଜୀବନରେ ଏହି ବର୍ଷ ଠାରୁ ଉନ୍ନତିର ମାର୍ଗ ଖୋଲିଯିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ନୂଆବର୍ଷ 2023 ଟି ବହୁତ ଖାସ୍ ହେବାକୁ ଯାଉଛି ।

ସିଂହ ରାଶି: ନୂଆବର୍ଷରେ ଆପଣଙ୍କ ଭାଗ୍ୟରେ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଦୀର୍ଘ 30 ବର୍ଷ ପରେ ଶନିଦେବ ଆପଣଙ୍କ ସପ୍ତମ ଘରେ କୁମ୍ଭ ରାଶିକୁ ଗୋଚର କରୁଥିବାରୁ ଏହି ବର୍ଷଟି ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି । ଏହି ବର୍ଷ ଆପଣଙ୍କ ପାଇଁ ଧନ ପ୍ରାପ୍ତିର ଅନେକ ଗୁଡିଏ ମାର୍ଗ ଖୋଲିଯିବ ଓ ପୂର୍ବରୁ କୌଣସି କରଜରେ ବୁଡି ରହିଥିଲେ ତାହା ଖୁବ ଶୀଘ୍ର ସମାଧାନ ହୋଇଯିବ । ପୁରା ବର୍ଷ ଆପଣଙ୍କ ପାଇଁ ଖୁସି ନେଇ ଆସିବ ।

ତୁଳା ରାଶି: ଆପଣଙ୍କ ପାଇଁ ମଧ୍ୟ ଏହି ବର୍ଷ ଅତ୍ୟନ୍ତ ଅନୁକୂଳ ରହିବ । ଆପଣ କୌଣସି ଦାମିକା ସମ୍ପତ୍ତି, ଘର ଓ ଯାନବାହାନ କିଣି ପାରନ୍ତି । ଚାକିରି କରୁଥିବା ଲୋକଙ୍କ ପାଇଁ ନୂଆବର୍ଷ ବହୁତ ଶୁଭ ସାବ୍ୟସ୍ତ ହେବ । ବେତନରେ ବୃଦ୍ଧି ହେବା ସହ ପ୍ରମୋଶନ ମିଳିବାର ସମ୍ଭାବନା ମଧ୍ୟ ରହିଛି । ତୁଳା ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବର୍ଷଟି ବହୁତ ଖାସ୍ ରହିବ । ଆପଣଙ୍କ ସବୁ ମନସ୍କାମନା ଏଥର ପୂର୍ଣ୍ଣ ହେବ ।

ଧନୁ ରାଶି: ବର୍ଷ ଆରମ୍ଭରେ ଆପଣଙ୍କ ଉପରୁ ଶନିଙ୍କ ସାଢେସାତୀ ଶେଷ ହୋଇଯିବ । ତେଣୁ ଆପଣ ନିଜ କାର୍ଯ୍ୟକ୍ଷେତ୍ର ଓ କ୍ଯାରିୟରରେ ନୂଆ ନୂଆ ଅବସର ପ୍ରାପ୍ତ କରିବେ । ବର୍ଷଟି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହେବାକୁ ଯାଉଛି । ଏହି ସମୟରେ ଆପଣଙ୍କ ଆତ୍ମବିଶ୍ବାସ ଖୁବ ଦୃଢ ରହିବ ତେଣୁ ଏହି ବର୍ଷ ସବୁ ଅଧୁରା କାମ ପୂରଣ ହେବ । ଏହି ବର୍ଷ ଆପଣଙ୍କୁ ବହୁତ ସଫଳତା ପ୍ରଦାନ କରିବା ସହ ଜୀବନକୁ ଖୁସିରେ ଭରିଦେବ ।

ମକର ରାଶି: ଆପଣଙ୍କ ପାଇଁ ନୂଆବର୍ଷ ବହୁତ ଶୁଭ ରହିବ । କାର୍ଯ୍ୟକ୍ଷେତ୍ର ଓ କ୍ଯାରିୟର ବହୁତ ଭଲ ରହିବ ଏବଂ ଆର୍ଥିକ ଉନ୍ନତି ମଧ୍ୟ ହେବ । ପୂର୍ବରୁ ଥିବା ସମସ୍ତ ବାଦବିବାଦ ସମାପ୍ତ ହେବା ସହ ପାରିବାରିକ ସୁଖ ମଧ୍ୟ ଲାଭ କରିବେ । ଆପଣଙ୍କ ଉପରୁ ଶନିଙ୍କ ସାଢେସାତୀର ଅନ୍ତିମ ଚରଣର ପ୍ରଭାବ ଆରମ୍ଭ ହୋଇଯିବ । କାରଣ ଶନିଦେବ ଅନ୍ତିମ ଚରଣରେ ବହୁତ ସୁଖ ପ୍ରଦାନ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।