ଅଢେଇ ବର୍ଷ ପରେ Sushant Singh Rajput ଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୋଷ୍ଟମର୍ଟମ କରିଥିବା କର୍ମଚାରୀ, କାହିଁକି ଚାପି ଦିଆଗଲା ମାମଲା ?

14 ଜୁନ 2022 କଥା ଆପଣଙ୍କର ନିଶ୍ଚୟ ମନେଥିବ । ଦିନ ଦ୍ଵିପ୍ରହରେ ହଠାତ ଖବର ଆସିଲା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏହି ଖବରକୁ କେହି ସହଜରେ ହଜମ କରି ପାରି ନଥିଲେ । କାରଣ ସୁଶାନ୍ତଙ୍କ ବ୍ୟକ୍ତିତ୍ବ ଏକଦମ ଲଗା ଥିଲା ଓ ଖୁବ କମ୍ ଦିନରେ ସେ ଲୋକଙ୍କ ମନରେ ରାଜ୍ କରି ପାରିଥିଲେ । ତେଣୁ ସୁଶାନ୍ତଙ୍କ ମୃ-ତ୍ୟୁକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା ।

ତାଙ୍କ ମୃ-ତ ଶରୀରର ଫଟୋ ଭା-ଇ-ରା-ଲ ହେବା ପରେ ବେକରେ ଦାଗ ଦେଖି ସମସ୍ତେ କହୁଥିଲେ କି ତାଙ୍କୁ ହ-ତ୍ୟା କରାଯାଇଛି । ଏନେଇ ଦୀର୍ଘ ମାସ ଧରି ତଦନ୍ତ ମଧ୍ୟ ଜାରି ରହିଥିଲା । ପ୍ରଥମେ ମୁମ୍ବାଇ ପୋଲିସ ଓ ପରେ ସିବିଆଇ ଏହି ଘଟଣାର ତଦନ୍ତ କରିଥିଲେ । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ମଧ୍ୟ ଗିରଫ ହୋଇଥିଲେ । ତଥାପି ସୁଶାନ୍ତଙ୍କ ମାମଲାରେ କୌଣସି ଖାସ୍ ତଥ୍ୟ ସାମ୍ନାକୁ ଆସିପାରିଲା ନାହିଁ ।

ସୁଶାନ୍ତଙ୍କ ମୃ-ତ୍ୟୁକୁ ପ୍ରାୟ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ଏହାକୁ ନେଇ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଚର୍ଚ୍ଚା ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ସୁଶାନ୍ତଙ୍କ ଶରୀରକୁ ପୋଷ୍ଟମର୍ଟମ କରିଥିବା କୁପର ହସ୍ପିଟାଲର ଜଣେ କର୍ମଚାରୀ ଏନେଇ ମୁହଁ ଖୋଲିଛନ୍ତି । ଜାତୀୟ ଗଣମାଧ୍ୟମରେ କର୍ମଚାରୀ ଜଣକ କହିଛନ୍ତି କି, ସୁଶାନ୍ତ ଆ-ତ୍ମ-ହ-ତ୍ୟା କରିନାହାନ୍ତି ବରଂ ତାଙ୍କୁ ହ-ତ୍ୟା କରାଯାଇଛି । ଏଭଳି ବୟାନ ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ମୃ-ତ୍ୟୁକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

କୁପର ହସ୍ପିଟାଲରେ ସୁଶାନ୍ତ ସିଂ ରାଜପୁତଙ୍କ ଅଟୋପ୍ସି କରିଥିବା କର୍ମଚାରୀ ରୂପ କୁମାର ଶାହାଙ୍କ ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ସୋସିଆଲ ମିଡିଆ ପଡୁଛି ଉଠୁଛି । ସେ କହିଛନ୍ତି କି, ସୁଶାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରିବାର ଚିହ୍ନ ଥିଲା । ଏହାସହ ସୁଶାନ୍ତଙ୍କ ବେକରେ ଥିବା ଦାଗ ମଧ୍ୟ ଆ-ତ୍ମ-ହ-ତ୍ୟା ଜନିତ ନୁହେଁ ବୋଲି ସେ କହିଛନ୍ତି । ଏନେଇ ସେ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ । ହେଲେ ସେତେବେଳେ ସୁଶାନ୍ତଙ୍କ ଅଟୋପ୍ସି ପେପରରେ ସେ ଆ-ତ୍ମ-ହ-ତ୍ୟା କରିଥିବା ଦର୍ଶା ଯାଇଥିଲା ।

ତେଣୁ ଅଢେଇ ବର୍ଷ ପରେ କର୍ମଚାରୀ ଜଣକ ଏଭଳି ମୁହଁ ଖୋଲିବା ସମସ୍ତଙ୍କୁ ବିଚଳିତ କରୁଛି । ଏହାକୁ ନେଇ ଲୋକଙ୍କ ମନରେ ପୁଣି ଥରେ ସନ୍ଦେହ ଘନେଇବାରେ ଲାଗିଛି । ତେବେ ଏହି ସତ୍ୟ ଉପରୁ କେବେ ପରଦା ହଟିବ କି ନାହିଁ ଏହା କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।