ମୃତ୍ୟୁ ପରେ ଆତ୍ମା କୁ ଯମପୁର ରେ ପହଞ୍ଚିବାପାଇଁ କେତେ ଦିନ ଲାଗିଥାଏ ଓ ତା ସହିତ କଣ କଣ ହୋଇଥାଏ ଜାଣନ୍ତୁ

ମୃତ୍ୟୁ ଜୀବନର ପରମ ସତ୍ୟ ଅଟେ କିନ୍ତୁ ମୃତ୍ୟୁ ପରର ସତ୍ୟ ତାହା କେହି ଜାଣି ନାହାଁନ୍ତି । ମୃତ୍ୟୁ ପରେ କଣ ହୋଇଥାଏ, କିପରି ଆତ୍ମା ପ୍ରାଣ ତ୍ୟାଗ କରେ, କିପରି ସେ ଯମପୁରରେ ପହଞ୍ଚିଥାଏ, ଏହି ସବୁ ପ୍ରଶ୍ନର ଉତ୍ତର ଯଦି କେଉଁଠୁ ଖୋଜି ପାଇବେ ତାହା ହେଉଛି ଗରୁଡ ପୁରାଣ ।

ଗରୁଡ ପୁରାଣର ଗୋଟିଏ ଭାଗରେ ଯେଉଁଠି ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ ତାଙ୍କୁ ପଚାରିଛି, ହେ ଶ୍ରୀ ହରି ଆପଣ ମୋତେ କୁହନ୍ତୁ କି ମୃତ୍ୟୁ ପରେ କଣ ହୋଇଥାଏ ଏବଂ ଆତ୍ମା କେତେ ଦିନରେ ଯମପୁରରେ ପହଞ୍ଚିଥାଏ । ଏହାର ଉତ୍ତରରେ ଭଗବାନ ବିଷ୍ଣୁ ଗୋଟି ଗୋଟି କରି ୪୭ ଦିନର ବିଷୟ ଉଲ୍ଲେଖ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ୪୭ ଦିନ ପର୍ଯ୍ୟନ୍ତ ଆତ୍ମା ସହିତ କଣ କଣ ହୋଇଥାଏ ।

ଗରୁଡ ପୁରାଣରେ କୁହାଯାଇଛି ମୃତ୍ୟୁ ସମୟରେ ମଣିଷର ପାଟି ପଡିଯାଇଥାଏ ଅର୍ଥାତ ସେ କିଛି ବି କହି ପାରେ ନାହିଁ । ଯେମିତି ଶରୀରରେ ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହୋଇଯାଏ ସେତେବେଳେ ତାକୁ ଏକ ଦିବ୍ୟଦୃଷ୍ଟି ମିଳିଥାଏ । ଏହି ଦିବ୍ୟଦୃଷ୍ଟି ଏଥିପାଇଁ ମିଳିଥାଏ କି ଯାହାଦ୍ୱାରା ସେ ପୁରା ସୃଷ୍ଟିକୁ ଗୋଟିଏ ମିନିଟ ରେ ପୁରା ପୁରି ଦେଖି ପାରିବ ।

ଏହାପରେ ଆତ୍ମାକୁ ନେବା ପାଇଁ ଯମଦୂତମାନେ ଆସିଥାନ୍ତି, ଯମଦୂତଙ୍କୁ ଦେଖିବା ମାତ୍ରେ ହିଁ ଆତ୍ମା ହୁଁ ହୁଁ ଚିତ୍କାର କରି ଶରୀରରୁ ବାହାରି ଯାଇଥାଏ । ଯେତେବେଳେ ଆତ୍ମା ଶରୀରରୁ ବାହାରି ଯାଇଥାଏ ତା ବେକରେ ଏକ ଶିକୁଳୀକୁ ଯମଦୂତମାନେ ବାନ୍ଧି ଦେଇଥାନ୍ତି ଏବଂ ତାକୁ ଯମପୁରକୁ ନିଆଯାଇଥାଏ ।

ଗରୁଡ ପୁରାଣ ଅନୁସାରେ ଯଦି ଆତ୍ମା ପବିତ୍ର ହୋଇଥାଏ ତେବେ ତାକୁ ନେବା ପାଇଁ ପରମାତ୍ମାଙ୍କ ବାହାନ ନିଜେ ଆସିଥାନ୍ତି ଏବଂ ଯଦି ଆତ୍ମା ପାପୀ ହୋଇଥାଏ ତେବେ ତାକୁ ନିଆଁ ଏବଂ ଅନ୍ଧାର ରାସ୍ତାରେ ଯିବାକୁ ପଡିଥାଏ । ପାପୀ ଆତ୍ମାକୁ ଯମପୁରରେ ପହଞ୍ଚିବା ପରେ ନିର୍ଯ୍ୟାତନା ଦିଆ ଯାଇଥାଏ ଏହା ପରେ ଆତ୍ମାକୁ ପୁଣି ଥରେ ତା ଘରେ ନେଇ ଛାଡି ଦିଆଯାଏ । ଆତ୍ମା ନିଜର ଅନ୍ତିମ କାର୍ଯ୍ୟକୁ ନିଜ ଆଖିରେ ଦେଖିଥାଏ ।

ମୃତ୍ୟୁର ୧୨ ଦିନ ପର୍ଯ୍ୟନ୍ତ ନିଜ ଘରେ ନିଜ ଲୋକମାନଙ୍କ ପାଖରେ ରହିଥାଏ । ୧୩ ଦିନ ପରେ ପିଣ୍ଡଦାନର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ଯମଦୂତମାନେ ପୁଣି ତାକୁ ନେବା ପାଇଁ ଆସିଥାନ୍ତି । କିନ୍ତୁ ଏବେ ଆତ୍ମାକୁ ଯମପୁର ଯିବା ପାଇଁ ଅନେକ କଷ୍ଟ ସହିବାକୁ ପଡିଥାଏ ।

ଗରୁଡ ପୁରାଣ ଅନୁସାରେ ଯଦି ଆତ୍ମା ପାପୀ ହୋଇଥାଏ ତେବେ ତାକୁ ବୈତରଣୀ ନଦୀ ପାରି ହୋଇ ଯିବାକୁ ପଡିଥାଏ । ପୁରାଣରେ ଲେଖା ଅଛି କି ଏହି ଜଳ ନାଲି ରଙ୍ଗର ହୋଇଥାଏ ଏବଂ ଏହା ନିଆଁ ଭିତରେ ବହିବା ସହିତ ଏଥିରେ ବହୁତ ଭୟଙ୍କର ଜୀବ ମଧ୍ୟ ରହିଥାନ୍ତି । ଏବେ ଆତ୍ମାର କର୍ମ ଅନୁସାରେ ତାକୁ ନଦୀ ପାରି ହେବାକୁ ପଡିଥାଏ ।

ଯଦି ଆତ୍ମା ପାପୀ ହୋଇଥାଏ ତେବେ ତାକୁ ସେହି ନଦୀରେ ହିଁ ଘୋଷାଡ଼ି ନିଆଯାଇଥାଏ, ସେତେବେଳେ ଆତ୍ମା ଅନୁଭବ କରେ କି ତାକୁ ଯେପରି କିଏ ଜାଳି ଦେଉଛି କିନ୍ତୁ ଯଦି ବହୁ ପାପ ମଧ୍ୟରେ ଯଦି କିଛି ପୂଣ୍ୟ କରିଥାଏ ତେବେ ତାକୁ ବାହନ ଦ୍ଵାରା ନଦୀ ପାରି କରାଯାଏ ।

ବୈତରଣୀ ନଦୀର ଏହି ରାସ୍ତା ୪୭ ଦିନର ହୋଇଥାଏ ଏବଂ ୪୭ ଦିନ ପର୍ଯ୍ୟନ୍ତ ତାକୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ୪୭ ଦିନ ପର୍ଯ୍ୟନ୍ତ ତାର ସବୁ ପାପ ମୁତାବକ ତାକୁ ଦଣ୍ଡ ଦିଆଯାଇଥାଏ ।ଏହା ଥିଲା ଆତ୍ମାର ୪୭ ଦିନର ବିଷୟ ଯାହା ଭଗବାନ ବିଷ୍ଣୁ ନିଜ ବାହନ ଗରୁଡକୁ ଜଣାଇଥିଲେ ।