ପୁରୀ ଜଗନ୍ନାଥ ମନ୍ଦିରର ଅଜଣା ରହସ୍ୟ… ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଜଗନ୍ନାଥ ମନ୍ଦିର ଓଡିଶାର ପୁରୀ ସହରର ମଧ୍ୟ ଭାଗରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ । ଓଡିଶାର ସଂସ୍କୃତି ଓ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । ଆଜି ଆମେ ଆପଣଙ୍କୁ ଜଗନ୍ନାଥ ମନ୍ଦିର ବିଷୟରେ କିଛି ରହସ୍ୟମୟ କଥା ଜଣାଇବୁ ଯାହା ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

୧. ଶ୍ରୀକ୍ଷେତ୍ର ପୁରୀର ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ । ଦିନରେ ଗୋଟିଏ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟାରେ ଏହାର ଠିକ ଓଲଟା ଦିଗରେ ଗତି କରେ । ସମୁଦ୍ରର ପବନ ସାଧାରଣତଃ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଗତି କରେ କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡକୁ ଗତି କରେ ।

୨. ଶ୍ରୀ ମନ୍ଦିରର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରୁ ଠିଆ ହୋଇ ଦେଖିଲେ ତାହା ଆପଣଙ୍କୁ ସାମ୍ନାରେ ଠିଆ ହୋଇ ଦେଖିବା ଭଳି ଲାଗିବ ଯାହାକୁ ନିଳଚକ୍ର ମଧ୍ୟ କୁହାଯାଏ ଓ ଏହା ଅଷ୍ଟ ଧାତୁରେ ନିର୍ମିତ ।

୩. ବିଶ୍ଵର ଏହା ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ବି ମନ୍ଦିରର ତଳେ ପଡେ ନାହିଁ ବା ପ୍ରତିଫଳିତ ହୁଏ ନାହିଁ ।

୪. ଜଗନ୍ନାଥ ମନ୍ଦିରର ଆଉ ଏକ ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ମନ୍ଦିରର ପତାକା ଉଡେ । ଏହା କେମିତି ସମ୍ଭବ ସେ ବିଷୟରେ ବୈଜ୍ଞାନିକମାନେ ମଧ୍ୟ କହି ପାରୁନାହାଁନ୍ତି ।

୫. ଶ୍ରୀ ମନ୍ଦିରର ଉପର ଦେଇ କିମ୍ବା ଚତୁପାର୍ଶ୍ଵରେ କୌଣସି ପକ୍ଷୀ ଉଡନ୍ତି ନାହିଁ ଓ ଏହା ଉପର ଦେଇ ବିମାନ ମଧ୍ୟ ଉଡେ ନାହିଁ ।

୬. ସମସ୍ତ ପୁରୀରେ ସମୁଦ୍ରର ଗର୍ଜନ ଶୁଣା ଯାଉଥିଲେ ମଧ୍ୟ ସିଂହଦ୍ଵାରରେ ପାଦ ଦେବା କ୍ଷଣି ସମୁଦ୍ରର ଗର୍ଜନ ଆଉ ଶୁଣାଯାଏ ନାହିଁ ।

୭. ପୁରୀରେ ସବୁବେଳେ ଗୋଟିଏ ପରିମାଣରେ ରୋଷେଇ କରାଯାଏ ଓ ଏହାକୁ ହାଜାର ହଜାର ଲୋକରୁ ଲକ୍ଷାଧିକ ଲୋକ ପର୍ଯ୍ୟନ୍ତ ଖାଇଥାନ୍ତି । ଆଶ୍ଚର୍ଯ୍ୟ କଥା ହେଉଛି ଯେତେ ଲୋକ ଏହି ମହା ପ୍ରସାଦ ଖାଇଲେ ମଧ୍ୟ ସରେ ନାହିଁ କି ବଳେ ନାହିଁ । ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ଲକ୍ଷାଧିକ ଲୋକ କିପରି ଖାଆନ୍ତି ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ ।

୮. ଏହି ମହାପ୍ରସାଦକୁ ସାତୋଟି ମାଟି ପାତ୍ରରେ ଗୋଟିଏ ଉପରେ ଗୋଟିଏ ରଖି ପ୍ରସ୍ତୁତି କରାଯାଏ ଏବଂ ଆଶ୍ଚର୍ଯ୍ୟ କଥା ହେଉଛି ଉପରେ ଥିବା ମାଟି ପାତ୍ରର ଖାଦ୍ୟ ସର୍ବ ପ୍ରଥମେ ହୋଇଯାଏ ଓ ତା ପରେ ତଳକୁ ତଳ ଥିବା ପାତ୍ରର ଖାଦ୍ୟ ହୋଇଥାଏ । ଲେଖାଟି ଭଲ ଲାଗିଲେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।