ଡେଟା କହୁଛି କି ୧୮ କୋଟି ଭାରତୀୟଙ୍କର ପୂର୍ବରୁ ହିଁ କୋବିଡ – ୧୯ ବିରୁଦ୍ଧରେ ରୋଗ ପ୍ରତିଷେଧକ କ୍ଷମତା ରହିଛି, ଦେଖନ୍ତୁ ପୁରା ରିପୋର୍ଟ

ଏକ ପ୍ରାଇବେଟ ଲ୍ୟାବ ଦେଶରେ ୨୦ ଦିନ ପାଇଁ କରିଥିବା ଆନ୍ଟିବଡି ପରୀକ୍ଷଣର ନିଜର ଡାଟାକୁ ସାର୍ବଜନୀକ କରିଛି । ଡାଟା ଅନୁସାରେ ପାଖାପାଖି ୧୮ କୋଟି ଲୋକମାନଙ୍କ ପାଖରେ ପୂର୍ବରୁ ହିଁ କରୋନା ଭାଇରସ ବିରୁଦ୍ଧରେ ଆନ୍ଟିବଡି ରହିଛି । ଅଧିକାଂଶ ଲୋକ କୌଣସି ମେଜର ସିମଟମ୍ସ ନ ଥାଇ ଭଲ ହେଇ ଯାଉଛନ୍ତି । ଟ୍ୱିଟରରେ ଲାବୋରେଟୋରୀ ଚେନ୍ ଥାୟରୋକେୟରର ସଂସ୍ଥାପକ ଓ ପ୍ରବନ୍ଧର ନିର୍ଦେଶକ ଅରୋକାସ୍ୱାମୀ ବେଲୁମନୀ ଟ୍ବିଟ କରିଛନ୍ତି ।

ତାଙ୍କ ଦ୍ୱାରା ଶେୟାର କରାଯାଇଥିବା ଡାଟାରୁ ଜଣା ପଡୁଛି କି ସେହି ପରୀକ୍ଷଣରେ ପାଖପାଖି ୧୫ ପ୍ରତିଶତ ଲୋକଙ୍କ ମଧ୍ୟରେ SARS-Cov2 ବିରୁଦ୍ଧରେ ଆନ୍ଟିବଡି ଥିଲା, ଯାହା କୋବିଡ – ୧୯ ସହ ଲଢିଥାଏ । ତାଙ୍କ ଟ୍ୱୀଟରେ ଲେଖା ହୋଇଥିଲା କି, ୯୦ ପ୍ରତିଶତ ଲୋକ ଏବେ ଯାଏ କୋଭିଡ ସଂସ୍ପର୍ଶରେ ଆସି ନାହାନ୍ତି ।

୯ ପ୍ରତିଶତ ଲୋକମାନେ ସଂସ୍ପର୍ଶରେ ଆସିଛନ୍ତି, ହେଲେ ଏମାନଙ୍କ ମଧ୍ୟରେ ଲକ୍ଷଣ ନାହିଁ, ଯାହାର କାରଣ ହାଇ ଇମୁନିଟି ସିସ୍ଟମ । ୦.୯ ପ୍ରତିଶତ ଲକ୍ଷଣ । ପ୍ରତିରକ୍ଷାର ଲାଭ ଉଠାନ୍ତୁ । ପରୀକ୍ଷଣ କରାଯାଇ ନାହିଁ । ଅବଗତ ନାହାନ୍ତି । ୦.୦୯ ପ୍ରତିଶତ ଲୋକମାନେ ଅସୁସ୍ଥ ଅଛନତି । କମ ପ୍ରତିରକ୍ଷା ।

ଡା. ୱେଲୁମଣି ବି ୫୩,୦୦୦ ଲୋକମାନଙ୍କ ପରୀକ୍ଷଣ ପରେ ଏହି ଡାଟା ଶେୟାର କରିଛନ୍ତି । ଏଥିରୁ ଜଣା ପଡୁଛି କି ପାଖାପାଖି ୧୮ କୋଟି ଭାରତୀୟମାନଙ୍କ ମଧ୍ୟରେ ପୂର୍ବରୁ ହିଁ ଭାଇରସ ବିରୁଦ୍ଧରେ ରୋଗ ପ୍ରତିରୋଧକ କ୍ଷମତା ଅଛି । ପଜିଟିଭ ଏନ୍ଟିବଡି ପରୀକ୍ଷଣର ଉଚ୍ଚ ସଂଖ୍ୟା ଏହା ବି କହୁଛି କି ଲୋକମାନେ ଭାଇରସ ସଂସ୍ପର୍ଶରେ ଆସିଥିବେ, ଏହାର ପ୍ରକୃତ ସୋର୍ସ ନ ଜାଣି ଯାହା ସାମୁଦାୟକ ସଂକ୍ରମଣର ସଂକେତ ହୋଇପାରେ ।

ଡା. ୱେଲୁମଣି ଟାଇମ୍ସ ନାଓକୁ କହିଲେ କି ସେ ୧୫ ପ୍ରତିଶତ ପଜିଟିଭ କେଶକୁ ନେଇ ଏହି ଦାତ ସଂଗ୍ରହ କରିଛନ୍ତି । ଡାଟା ଅନୁସାରେ ହାଇଏଷ୍ଟ ପଜିଟିଭ କେସ ପିନ କୋର୍ଡ ଅନୁସାରେ ଭିବିଣ୍ଡି, ଥାନେ  – ୪୪ ପ୍ରତିଶତ, ତା ପରେ ବେଂଗଲୁରୁରେ ପୀନ୍ୟା ଦଶରହଲ୍ଲୀ କ୍ଷେତ୍ର ୪୪%, ତା ପରେ ୩୭.୭ ପ୍ରତିଶତର ସହିତ ନୂଆ ଦିଲ୍ଲୀର ଆନନ୍ଦ ବିହାର । ୩୭. ୩ ପ୍ରତିଶତ ସହିତ ହାଇଦ୍ରାବାଦର ଜୁବଲୀ ଏରିଆ ।

ହୁଏତ ଏମିତି ଅନେକ କଣ୍ଟାକ୍ଟ ଟ୍ରାନ୍ସମିସନ କେଶ ଥିବ ଯାହା ଲୋକମାନେ ଏବେ ଯାଏ ବି ଜାଣି ନଥିବେ କି ସେମାନେ ଇନଫେକଟେଡ଼ ଅଛନ୍ତି । ଏନ୍ଟିବଡିର ଉପସ୍ଥିତି କେବଳ ଥାଇରୋକେୟାର କହିନଥିଲା ଏହା ସହିତ ଦିଲ୍ଲୀର ସୀରୋ – ସର୍ବେକ୍ଷଣର ସଂସ୍ଥା ମଧ୍ୟ ଏହି ଦାବି କରିଥିଲା ।

ଥାଇରୋକେୟାର ଭାରତରେ ୬୦୦ରୁ ବି ଅଧିକ ପିନ କୋର୍ଡରେ ୬୦୦୦୦ରୁ ଅଧିକ ନମୁନାର ପରୀକ୍ଷଣ କରିଛନ୍ତି । ଗ୍ଲୋବାଲ ସ୍ତରରେ କୋବିଡର ୧.୪୬ କୋଟିରୁ ବି ଅଧିକ ଲୋକ ସଂକ୍ରମିତ ହେଇଛନ୍ତି । ଏହା ଛଡା ବର୍ତ୍ତମାନ ପର୍ଯ୍ୟନ୍ତ ୬.୦୬ ଲକ୍ଷରୁ ବି ଅଧିକ ଲୋକମାନଙ୍କ ନିଧନ ହୋଇ ସାରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।