Rahul ଙ୍କ କଥା ହେଲା ସତ: ସଭା ମଝିରେ ହଠାତ ଭାଷଣ ଭୁଲି ଗଲେ Modi, ଭାଇରାଲ ହେଲା Video

ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କୌଣସି ନା କୌଣସି କାରଣରୁ ନ୍ୟୁଜ ଚ୍ୟାନେଲରେ ଛାଇ ରହିଥାନ୍ତି । ବିଶେଷ କରି କେବଳ ଭାରତରେ ନୁହେଁ ପୁରା ବିଶ୍ଵରେ ସେ ନିଜର ଭାଷଣ ପାଇଁ ବହୁତ ପରିଚିତ ଅଟନ୍ତି । କିନ୍ତୁ ଗତକାଲିର ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କହିବାକୁ ଗଲେ ଗତ ଜାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂଫରେନସି ମାଧ୍ୟମରେ ବିଶ୍ଵ ଅର୍ଥନୀତି ଫୋରମର ଡାଭୋସ ସମ୍ମିଳନୀରେ ଉଦବୋଧନ ଦେଉଥିଲେ ।

କିନ୍ତୁ ଏହି ସମୟରେ ଅଚାନକ ତାଙ୍କର ଟେଲିପ୍ରମ୍ପଟର ବନ୍ଦ ହୋଇଗଲା । ମୋଦୀ ଭାଷଣ ଦେଉ ଦେଉ ଅଟକି ଯାଇ ଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଏହା ବିଷୟରେ ମୋଦୀଙ୍କୁ ନେଇ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି ।

ରାହୁଲ କହିଲେ କି ପିଏମ ନରେନ୍ଦ୍ର ମୋଦୀ ଟେଲିପ୍ରମ୍ପଟର ବିନା କିଛି ବି କହି ପାରିବେ ନାହିଁ । ପ୍ରିୟଙ୍କା ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଏକ ଭିଡିଓ ବି ସେୟାର କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରିବେ କି ଭାଷଣ ଆରମ୍ଭ ହେବାର କିଛି ସମୟ ପରେ ଟେଲିପ୍ରମ୍ପଟର ବନ୍ଦ ହୋଇ ଯିବା କାରଣରୁ ପ୍ରଧାନମନ୍ତ୍ରୀ ବାମ ପାର୍ଶ୍ଵଙ୍କୁ ଦେଖି ଅଟକି ଯାଉଛନ୍ତି । ଏହା ପରେ ମୋଦୀ କାନରୁ ଇୟରଫୋନ ଖୋଲି ଫୋରମର ମିଟିଙ୍ଗ ପରିଚାଳକଙ୍କୁ ପଚାରୁଛନ୍ତି ତାଙ୍କ କଥା ତାଙ୍କୁ ସ୍ପଷ୍ଟ ଶୁଣା ଯାଉଛି କି ନାହିଁ ।

ମିଟିଂ ସଂଯୋଜକଙ୍କୁ ପଚାରୁଛନ୍ତି କି ଆପଣଙ୍କୁ ଶୁଭା ଯାଉଛି ନା ନାହିଁ । ଏହା ପରେ ମିଟିଂ ସଂଯୋଜକ କହୁଛନ୍ତି ହଁ । କିନ୍ତୁ ଏହାର କିଛି ସେକନ୍ଡ ପରେ ସେ ପୁଣି ଥରେ ନିଜର ଭାଷଣ ଆରମ୍ଭ କରୁଛନ୍ତି । କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଲେ କି ଏତେ ମିଛ ଟେଲିପ୍ରମ୍ପଟର ବି ସହି ପାରିଲା ନାହିଁ ।

କିନ୍ତୁ ଏହା ସହିତ ଟ୍ଵିଟରରେ ସହ ରାହୁଲ ଗାନ୍ଧୀ ମୋଦୀଙ୍କୁ ନେଇ କହିଥିବା ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ରାହୁଲ କହୁଛନ୍ତି କି ନରେନ୍ଦ୍ର ମୋଦୀଙ୍କ ପାଖରେ ଏବେ କହିବା ପାଇଁ ଆଉ କିଛି ନାହିଁ । ଟେଲିପ୍ରମ୍ପଟର ସାହାର୍ଯ୍ୟରେ ସେ ଭାଷଣ ଦେଉଛନ୍ତି । ଟେଲିପ୍ରମ୍ପଟର ବିନା ସେ ପଦଟିଏ ବି କହି ପାରିବେ ନାହିଁ ।