ପିଏମ ମୋଦୀ ସୈନିକଙ୍କୁ କହିଲେ ୪୪ ବଦଳରେ ପାକିସ୍ତାନର ୪ ହଜାରଙ୍କୁ ମାର… ଗୁଳିର ହିସାବ ନେବି ନାହିଁ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ପାକିସ୍ତାନ ଭୁଲି ଯାଉଛି କି ଏହା ନୂଆ ନୀତି ବାଲା ଭାରତ ଅଟେ । ଆତଙ୍କି ସଂଗଠନ ଯେଉଁ ପୁଶୁ ରୂପୀ ଆଚାରଣ ଦେଖାଇଛନ୍ତି ତାହାର ପୁରା ହିସାବ କରାଯିବ । ସେ କହିଲେ କି ଉତ୍ତର ଦେବାର ସମୟ ଏବଂ ସ୍ଥାନ ସୈନିକମାନେ ଠିକ କରିବେ ।

ସେ କହିଲେ କି ବଦହାଲୀରେ ଏହି ସମୟରେ ଭାରତ ଉପରେ ଏହିଭଳି ଆକ୍ରମଣ କରି, ପୁଲୱାମାର ବିନାଶ କରି, ଆମକୁ ବିନାଶ କରିବାକୁ ଚାହୁଁଛନ୍ତି । କିନ୍ତୁ ତାହାର ଏହି ପ୍ଳାନ ବିରୁଦ୍ଧରେ ଦେଶର ୧୩୦ କୋଟି ଲୋକମାନେ ଜବାବ ଦେବେ । ପ୍ରଧାନ ମନ୍ତ୍ରୀ କହିଲେ କି ପୁରା ବିଶ୍ଵ ଅଲଗା ଅଲଗା ହୋଇ ସାରିଛନ୍ତି । ଆମର ପଡୋଶୀ ଦେଶ ଯଦି ଭାବୁଛନ୍ତି କି ଯେଉଁ କାର୍ଯ୍ୟ ସେ କରୁଛନ୍ତି, ଯେଉଁ ପ୍ରକାରରେ ଆମ ବିରୁଦ୍ଧରେ ପ୍ଳାନ କରୁଛନ୍ତି ଏବଂ ତାହା ଦ୍ଵାରା ସେମାନେ ଭାରତରେ ଅସ୍ଥିରତା କରିବାରେ ସଫଳ ହୋଇଯିବେ, ତେବେ ସେମାନେ ବହୁତ ବଡ ଭୁଲ କରୁଛନ୍ତି ।

ଝାଂସୀର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ଦେଶର ସୈନିକମାନେ ନିଜ ପ୍ରାଣର ଆହୁତି ଦେଇଛନ୍ତି । ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ପ୍ରଧାନମନ୍ତ୍ରୀ ଦେଶର ସୈନିକମାନଙ୍କୁ ପୂରାପୂରି ଖୋଲା ଛାଡି ଦେଇଛନ୍ତି । ଏହି ସମୟରେ ପାକିସ୍ତାନର ଅବସ୍ଥା ଖରାପ ଅଟେ । ପାକିସ୍ତାନ ଆଜି ଭିକ ମାଗି ବୁଲୁଛି । ସେ କହିଛନ୍ତି କି ପୁଲୱାମାର ଅପରାଧୀମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବ । ସେ ଆଗକୁ କହିଛନ୍ତି କି ଆମେ ସୁରକ୍ଷାକର୍ମୀମାନଙ୍କୁ ସବୁ ନିଷ୍ପତି ନେବା ପାଇଁ ଅନୁମତି ଦେଇଛୁ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସହ ଏହି ଘଟଣା ପରେ ଗୃହମନ୍ତ୍ରୀ ରାଜନାଥ ସିଂ ଆଲୋଚନା କରିଛନ୍ତି । ଏହା ସହ ସେ ବିଭିନ୍ନ ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କସହ ଆଲୋଚନା କରିଛନ୍ତି । ଭୁଟାନ ଗସ୍ତକୁ ଗୃହ ସଚିବ ଅଧାରୁ ବାତିଲ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ସିଆରପିଏଫର ୨୫୦୦ ଯବାନ ୭୮ଟି ବସରେ ଛୁଟି ସାରି କାର୍ଯ୍ୟସ୍ଥଳୀକୁ ଫେରୁଥିବା ବେଳେ ଜୈସ-ଏ-ମହମ୍ମଦ ଆତଙ୍କୀ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଅବନ୍ତିପୁରା ପାଖରେ ଏକ ବିସ୍ଫୋରକ ବୋଝେଇ ଗାଡିକୁ ସୁରକ୍ଷା ବଳ ବସ ସହ ଧକ୍କା କରିଥିଲେ । ଘଟଣାସ୍ଥଳରେ ୧୮ ଜଣ ଯବାନ ଶହୀଦ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨୬ ଜଣଙ୍କ ମୃତ୍ୟୁ ଘଟିଛି ।