ଭାରତ ଉପରେ ଆକ୍ରମଣ ହେଲା ତ ରାଗି ଗଲେ ପୂତିନ… କହିଲେ – ପାକିସ୍ତାନକୁ ବର୍ତ୍ତମାନ କେହି ବି…

ପୁଲୱାମାରେ ସୀଆରପୀଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପୁରା ଦୁନିଆ ଭାରତ ସହିତ ଛିଡା ହୋଇଛି । ରୁଷି ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଶୋକ ସନ୍ଦେଶ ପଠାଇଛନ୍ତି । ପୁତିନ ସନ୍ଦେଶରେ ଲେଖାହୋଇଛି କି, ‘ଜମ୍ମୂ କଶ୍ମୀର ଉପରେ ହୋଇଥିବା ଆତଙ୍କି ଆକ୍ରମଣ ପ୍ରତି ଆମେ ସାନ୍ତ୍ଵନା ଏବଂ କ୍ରୋଧ ପ୍ରକାଶ କରୁଛୁ ।

ଏହି କ୍ରୂର ଅପରାଧ ପାଇଁ ତାଙ୍କୁ କଡା ନିନ୍ଦା କରା ଯାଉଛି । ଏହି ଆକ୍ରମଣକୁ ଅଞ୍ଜାମ ଦେଇଥିବା ଅପରାଧୀ ମାନଙ୍କୁ ଏବଂ ଏହା ପଛରେ ଥିବା ପ୍ରୟୋଜକ ମାନଙ୍କୁ କଡା ଦଣ୍ଡ ଦେବା ଉଚିତ । ସେ ସାନ୍ତ୍ଵନା ବ୍ୟକ୍ତି କରି କହିଲେ କି ଆକ୍ରମଣରେ ସାମିଲ ଥିବା ଲୋକମାନେ ଏବଂ ତାଙ୍କ ସହିତ ସହଯୋଗ କରିଥିବା ଲୋକମାନଙ୍କୁ କେହି ବର୍ତ୍ତମାନ ବଞ୍ଚାଇ ପାରିବେ ନାହିଁ ।

ଏହା ପୂର୍ବରୁ ରୁଷି ସଂଘ ଦୂତାବାସ ହୋଇଥିବା ଆକ୍ରମଣର ନିନ୍ଦା କରି କହିଥିଲେ କି ଆମେ ଆତଙ୍କବାଦୀଙ୍କୁ ସବୁ ରୂପରେ ନିନ୍ଦା କରୁଛୁ । ଆମେ ସହିଦଙ୍କ ପରିବାର ପ୍ରତି ସଂବେଦନ ବ୍ୟକ୍ତ କରୁଛୁ ଏବଂ ଆହତ ହୋଇଥିବା ସୈନିକମାନେ ଜଲ୍ଦି ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ସନ୍ଦେଶ ପତ୍ରରେ ଆଗକୁ ଲେଖା ହୋଇଛି କି ଆମେ ବାରମ୍ବାର ଏହି କଥାକୁ କହୁଛୁ କି ଆମେ ଭବିଷ୍ୟତରେ ଭାରତ ସହିତ ଆହୁରି ବି ମଜବୁତ ସବନ୍ଧ ଚାହୁଞ୍ଚୁ । ଆଗକୁ କହିଲେ କି, ଦୁଖର ଏହି ସମୟରେ ଆମେ ଭାରତର ଲୋକ ମାନଙ୍କ ସହିତ ଆମେ ଛିଡା ଅଛୁ । ଆଶା କରୁଛି ଆହତ  ସୈନିକ ମାନେ ଜଲ୍ଦି ଠିକ ହୋଇ ଯିବେ ।