ସବୁଦିନ କିଛି ନା କିଛି ନୂଆ ନୂଆ ଟେକନିକର ବିକଶିତ କରାଯାଉଛି । ଯାହା ଦ୍ଵାରା ଆମର ଜୀବନ ଆହୁରି ସହଜ ହୋଇଯିବ । ଏହାର ସବୁଠୁ ବଡ ଉଦାହରଣ ହେଉଛି ମୋବାଇଲ । ବର୍ତ୍ତମାନ କିଛି ସମୟ ପୂର୍ବରୁ ହିଁ ଲୋକମାନେ ଲ୍ୟାଣ୍ଡଲାଇନ ଏବଂ ପିସିଓରୁ ଦୂରରେ ଥିବା ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲେ । କିନ୍ତୁ ବର୍ତ୍ତମାନର ଯୁଗ ହେଉଛି ସ୍ମାର୍ଟଫୋନର ଯୁଗ ।
ଏହି Android ସ୍ମାର୍ଟଫୋନରେ ଆପଣ ଲୋକମାନଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ତାଙ୍କୁ ଦେଖି ମଧ୍ୟ ପାରିବେ । ଏବଂ ଆପଣ କାହାକୁ ଟଙ୍କା ମଧ୍ୟ ପଠାଇ ପାରିବେ । ନିଜର ସମସ୍ତ ବିଜନେସ ଆପଣ ସ୍ମାର୍ଟଫୋନରେ କରି ପାରିବେ । କହିବାକୁ ଗଲେ ସ୍ମାର୍ଟଫୋନ ଦ୍ଵାରା ଲୋକମାନଙ୍କର ଜୀବନ ବହୁତ ସହଜ ହୋଇ ଯାଇଛି ।
ସ୍ମାର୍ଟଫୋନରେ ଲୋକମାନେ ଛୋଟ ଛୋଟ ସୂଚନା ବି ରଖୁଛନ୍ତି । ଯେମିତି କି ବ୍ୟାଙ୍କର ସୂଚନାରୁ ଆରମ୍ଭ କରି ଫେସବୁକ, whatsapp ଇତ୍ୟାଦି । କିନ୍ତୁ ଆଜି ଏହି ମୋବାଇଲର ସୁରକ୍ଷା ଏକ ଗମ୍ଭୀର ବିଷୟ ଅଟେ । ସ୍ମାର୍ଟଫୋନର ସୁରକ୍ଷା ସବୁଠୁ ବଡ ବାଧା ଭାଇରସ ଅଟେ । ଭାଇରସ ମାଧ୍ୟମରେ ଯେ କୌଣସି ମୋବାଇଲକୁ ସଜରେ ହ୍ୟାକ କରାଯାଇ ପାରିବ ।
ଅର୍ଥାତ ଆପଣଙ୍କର ଗୋପନୀୟ ସୂଚନାକୁ ସହଜରେ ଚୋରୀ କରିହେବ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଭାଇରସ ଏବଂ ତାହା ସହିତ ଜଡିତ କିଛି କଥା ବିଷୟରେ କଥାବାର୍ତ୍ତା କରିବୁ ।
ମୋବାଇଲ ଭାଇରସ କଣ
ଭାଇରସକୁ ସହଜ ଭାଷାରେ କହିଲେ ତାହା ଏକ ପ୍ରୋଗ୍ରାମ ସଫ୍ଟୱେୟର ଅଟେ । ଭାଇରସ ଏକ ଏମିତି ସଫ୍ଟୱେୟର ହୋଇଥାଏ, ଯାହା ମୋବାଇଲକୁ କ୍ଷତି ପହଞ୍ଚାଇ ଥାଏ ।
ଭାଇରସ ବିଭିନ୍ନ ପ୍ରକାରର ହୋଇଥାଏ
୧. କିଛି ଭାଇରସ ମୋବାଇଲର ବ୍ୟାଟେରୀକୁ ଖରାପ କରିଥାଏ ।
୨. କିଛି ଭାଇରସ ମୋବାଇଲର ଡେଟାକୁ ଶେଷକରି ଦେଇଥାଏ ।
୩. କିଛି ଭାଇରସ ଡେଟାକୁ ପୁରା ବନ୍ଦ କରିଦିଏ ।
ଆଜିକାଲି ବହୁତ ଭାଇରସ ବାହାରି ସାରିଛି । କିନ୍ତୁ ସେହି ସବୁ ଭାଇରସକୁ ମୋବାଇଲରେ ନ ଆସିବା ପାଇଁ ଆପଣ Antivirusର ବ୍ୟବହାର କରି ପାରିବେ ।
ସେହି ସବୁ Antivirus ଗୁଡିକ ହେଲା-
1. Bitdefender Mobile Security
2. Avast mobile security
3. CM security
4. Norton Mobile Security
5. AVG
6. Avira Antivirus Security
7. AhnLab V3 Mobile Security
8. Trend Micro Mobile Security & Antivirus
9. Sophos Free Antivirus and Security
10. McAfee Security & Power Booster Free
11. kaspersky
ଏହି ସବୁ ମୋବାଇଲ Antivirus app ଅଟେ । ଏହା ସାହାର୍ଯ୍ୟରେ ଆପଣ ନିଜର ମୋବାଇଲକୁ ସୁରକ୍ଷା କରି ପାରିବେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।