କେନ୍ଦ୍ରର ମୋଦୀ ସରକାରଙ୍କର ବଡ ନିଷ୍ପତ୍ତି,1 ଫେବୃଆରୀ ରୁ ପ୍ୟାନ କାର୍ଡ ବିନା ହୋଇ ପାରିବ ନାହିଁ ଏହି 5 ଟି କାମ

ଦେଶରେ ଚାଲୁଥିବା ଯୋଜନାର ଲାଭ ଉଠାଇବା ପାଇଁ ଜରୁରୀ ଡକୁମେଣ୍ଟ ମଧ୍ୟରେ ପ୍ୟାନ କାର୍ଡ ଗୋଟିଏ ଅଟେ । ଆଜ୍ଞା ହଁ, ପ୍ୟାନ କାର୍ଡ ଏବେ ଧୀରେ ଧୀରେ ଛୋଟ ଠାରୁ ବଡ ଲେଣ ଦେଣ ପାଇଁ ଅନିବାର୍ଯ୍ୟ ହେଉଛି । ଏମିତିରେ ଯାହା ପାଖରେ ପ୍ୟାନ କାର୍ଡ ନାହିଁ, ତାକୁ ଶୀଘ୍ର ପ୍ୟାନ କାର୍ଡ କରାଇ ନେବା ଦରକାର ଯାହା ଦ୍ଵାରା ଆପଣ ଭବିଷ୍ୟତରେ ସବୁ ଯୋଜନାର ଲାଭ ସହଜରେ ଉଠାଇ ପାରିବେ । ପ୍ୟାନ କାର୍ଡକୁ ନେଇ ସବୁବେଳେ ନୂଆ ନୂଆ ନିୟମ ଲାଗୁ ହେଉଛି, ଯାହାର ସୂଚନା ସମସ୍ତଙ୍କ ପାଖରେ ଥିବା ଆବଶ୍ୟକ, ନତୁବା ଆପଣ ସରକାରୀ ଯୋଜନାର ଲାଭ ନେବାରେ ଅସମର୍ଥ ହେବେ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ପ୍ୟାନ କାର୍ଡ ବିନା କରି ପାରିବେ ନାହିଁ ଏହି କାମ

ଜଣାଇ ଦେଉଛୁ କି କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ ନାହିଁ, ତେବେ ଆପଣ 1 ଫେବୃଆରୀ ରୁ ତଳେ ଦିଆଯାଇଥିବା କାମ କରି ପାରିବେ ନାହିଁ ।

ବାହନ କିଣିବା ପାଇଁ

ଯଦି ଆପଣ 1 ଫେବୃଆରୀ ପରେ କାର ବା ବାଇକ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ପ୍ୟାନ କାର୍ଡ ଥିବା ଜରୁରୀ ଅଟେ । ଆଜ୍ଞା ହଁ, ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ ନାହିଁ, ତେବେ ଏବେ ଆପଣ କାର ବା ବାଇକ କିଣି ପାରିବେ ନାହିଁ, କାରଣ କେନ୍ଦ୍ର ସରକାର କାର ବା ବାଇକ କିଣିବା ପାଇଁ ପ୍ୟାନ କାର୍ଡ ଅନିବାର୍ଯ୍ୟ କରିଛନ୍ତି ।

ବିଜନେସ ପାଇଁ

ଯଦି ଆପଣ ବିଜିନେସ ମ୍ୟାନ ଅଟନ୍ତି ବା ବିଜିନେସ କରିବା ପାଇଁ ଭାବୁଛନ୍ତି, ତେବେ ଆପଣଙ୍କ ପାଖରେ ପ୍ୟାନ କାର୍ଡ ଥିବା ଅନିବାର୍ଯ୍ୟ ଅଟେ । ଆଜ୍ଞା ହଁ , ଯଦି ଆପଣଙ୍କ କମ୍ପାନୀର ଟର୍ନଓଭର 5 ଲକ୍ଷ ଟଙ୍କାରୁ ଅଧିକ ଅଟେ ତେବେ ଆପଣଙ୍କୁ ପ୍ୟାନ କାର୍ଡ ଦେବାକୁ ପଡିବ । ଏହା ବ୍ୟତୀତ ଯିଏ ନୂଆ ବିଜିନେସ ଆରମ୍ଭ କରିବାକୁ ଯାଉଛନ୍ତି, ବିଜିନେସ ଛୋଟ ହେଉ ବା ବଡ, ତାକୁ ପ୍ୟାନ କାର୍ଡ ଦେଖାଇବା ଜରୁରୀ ଅଟେ ।

2.5 ଲକ୍ଷରୁ ଅଧିକ ଲେଣ ଦେଣ ପାଇଁ

ଯଦି ଆପଣ କ୍ୟାସରେ 2.5 ଲକ୍ଷରୁ ଅଧିକ ଲେଣ ଦେଣ କରନ୍ତି, ତେବେ ଏହା ପାଇଁ ଆପଣଙ୍କୁ ପ୍ୟାନ କାର୍ଡ ମଗାଯିବ ଓ ଯଦି ଆପଣଙ୍କ ପାଖରେ ନାହିଁ ତେବେ ଆପଣ ସମସ୍ୟାରେ ପଡି ପାରନ୍ତି । ଏଥିପାଇଁ ଆଜି ହିଁ ପ୍ୟାନ କାର୍ଡ ପାଇଁ ଆପ୍ଲାଏ କରନ୍ତୁ ।

ସେୟାର କିଣିବା ପାଇଁ

ଯଦି ଆପଣ ସେୟାର ବଜାରରେ ନିବେଶ କରନ୍ତି, ତେବେ ଏଥିପାଇଁ ବି ପ୍ୟାନ କାର୍ଡ ଏବେ ଜରୁରୀ ହୋଇ ଯାଇଛି । ଏମିତିରେ ଯଦି ଆପଣ ଏକ ବଡ ପରିମାଣ ସେୟାର ବଜାରରେ ନିବେଶ କରୁଛନ୍ତି, ତେବେ ଆପଣଙ୍କୁ ପ୍ୟାନ କାର୍ଡ ଦେଖାଇବାକୁ ପଡିପାରେ ।

ବ୍ୟାଙ୍କ ରେ ପଇସା ଜମା କରିବା ପାଇଁ

ଯଦି ଆପଣ କାହାର ବ୍ୟାଙ୍କ ଆକାଉଣ୍ଟରେ 50 ହଜାରରୁ ଅଧିକ ପଇସା ଜମା କରୁଛନ୍ତି ବା ନିଜ ଆକାଉଣ୍ଟରେ ଜମା କରୁଛନ୍ତି ତେବେ ଆପଣଙ୍କୁ ଏବେ ପ୍ୟାନ କାର୍ଡ ମଗାଯିବ । ଏମିତିରେ ଆପଣ ନିଶ୍ଚୟ ପ୍ୟାନ କାର୍ଡ କରାଇ ନିଅନ୍ତୁ ।

ଆଶା କରୁଛୁ ଆମର ଏହି ତଥ୍ୟ ନିଶ୍ଚୟ ଆପଣଙ୍କ କାମରେ ଆସିବ । ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଏହି ଭଳି ଲାଟେଷ୍ଟ ନ୍ୟୁଜ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।