ମୋବାଇଲ ଭାଇରସ କଣ ହୋଇଥାଏ ଏବଂ ଏଥିରୁ କେମିତି ବଞ୍ଚି ହେବ ?

ସବୁଦିନ କିଛି ନା କିଛି ନୂଆ ନୂଆ ଟେକନିକର ବିକଶିତ କରାଯାଉଛି । ଯାହା ଦ୍ଵାରା ଆମର ଜୀବନ ଆହୁରି ସହଜ ହୋଇଯିବ । ଏହାର ସବୁଠୁ ବଡ ଉଦାହରଣ ହେଉଛି ମୋବାଇଲ । ବର୍ତ୍ତମାନ କିଛି ସମୟ ପୂର୍ବରୁ ହିଁ ଲୋକମାନେ ଲ୍ୟାଣ୍ଡଲାଇନ ଏବଂ ପିସିଓରୁ ଦୂରରେ ଥିବା ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲେ । କିନ୍ତୁ ବର୍ତ୍ତମାନର ଯୁଗ ହେଉଛି ସ୍ମାର୍ଟଫୋନର ଯୁଗ ।

ଏହି  Android ସ୍ମାର୍ଟଫୋନରେ ଆପଣ ଲୋକମାନଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ତାଙ୍କୁ ଦେଖି ମଧ୍ୟ ପାରିବେ । ଏବଂ ଆପଣ କାହାକୁ ଟଙ୍କା ମଧ୍ୟ ପଠାଇ ପାରିବେ । ନିଜର ସମସ୍ତ ବିଜନେସ ଆପଣ ସ୍ମାର୍ଟଫୋନରେ କରି ପାରିବେ । କହିବାକୁ ଗଲେ ସ୍ମାର୍ଟଫୋନ ଦ୍ଵାରା ଲୋକମାନଙ୍କର ଜୀବନ ବହୁତ ସହଜ ହୋଇ ଯାଇଛି ।

ସ୍ମାର୍ଟଫୋନରେ ଲୋକମାନେ ଛୋଟ ଛୋଟ ସୂଚନା ବି ରଖୁଛନ୍ତି । ଯେମିତି କି ବ୍ୟାଙ୍କର ସୂଚନାରୁ ଆରମ୍ଭ କରି ଫେସବୁକ, whatsapp ଇତ୍ୟାଦି । କିନ୍ତୁ ଆଜି ଏହି ମୋବାଇଲର ସୁରକ୍ଷା ଏକ ଗମ୍ଭୀର ବିଷୟ ଅଟେ । ସ୍ମାର୍ଟଫୋନର ସୁରକ୍ଷା ସବୁଠୁ ବଡ ବାଧା ଭାଇରସ ଅଟେ । ଭାଇରସ ମାଧ୍ୟମରେ ଯେ କୌଣସି ମୋବାଇଲକୁ ସଜରେ ହ୍ୟାକ କରାଯାଇ ପାରିବ ।

ଅର୍ଥାତ ଆପଣଙ୍କର ଗୋପନୀୟ ସୂଚନାକୁ ସହଜରେ ଚୋରୀ କରିହେବ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଭାଇରସ ଏବଂ ତାହା ସହିତ ଜଡିତ କିଛି କଥା ବିଷୟରେ କଥାବାର୍ତ୍ତା କରିବୁ ।

ମୋବାଇଲ ଭାଇରସ କଣ

ଭାଇରସକୁ ସହଜ ଭାଷାରେ କହିଲେ ତାହା ଏକ ପ୍ରୋଗ୍ରାମ ସଫ୍ଟୱେୟର ଅଟେ । ଭାଇରସ ଏକ ଏମିତି ସଫ୍ଟୱେୟର ହୋଇଥାଏ, ଯାହା ମୋବାଇଲକୁ କ୍ଷତି ପହଞ୍ଚାଇ ଥାଏ ।

ଭାଇରସ ବିଭିନ୍ନ ପ୍ରକାରର ହୋଇଥାଏ

୧. କିଛି ଭାଇରସ ମୋବାଇଲର ବ୍ୟାଟେରୀକୁ ଖରାପ କରିଥାଏ ।

୨. କିଛି ଭାଇରସ ମୋବାଇଲର ଡେଟାକୁ ଶେଷକରି ଦେଇଥାଏ ।

୩. କିଛି ଭାଇରସ ଡେଟାକୁ ପୁରା ବନ୍ଦ କରିଦିଏ ।

ଆଜିକାଲି ବହୁତ ଭାଇରସ ବାହାରି ସାରିଛି । କିନ୍ତୁ ସେହି ସବୁ ଭାଇରସକୁ ମୋବାଇଲରେ ନ ଆସିବା ପାଇଁ ଆପଣ Antivirusର ବ୍ୟବହାର କରି ପାରିବେ ।

ସେହି ସବୁ Antivirus ଗୁଡିକ ହେଲା-

1. Bitdefender Mobile Security

2. Avast mobile security

3. CM security

4. Norton Mobile Security

5. AVG

6. Avira Antivirus Security

7. AhnLab V3 Mobile Security

8. Trend Micro Mobile Security & Antivirus

9. Sophos Free Antivirus and Security

10. McAfee Security & Power Booster Free

11. kaspersky

ଏହି ସବୁ ମୋବାଇଲ Antivirus app ଅଟେ । ଏହା ସାହାର୍ଯ୍ୟରେ ଆପଣ ନିଜର ମୋବାଇଲକୁ ସୁରକ୍ଷା କରି ପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।