ମୋବାଇଲ ଓ ଲ୍ୟାପଟପ୍ ଦ୍ଵାରା ହେଉଛି ଏହି ଭୟଙ୍କର ରୋଗ, ଦେଖନ୍ତୁ ଏନେଇ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ !

ଆଜିର ଆଧୁନିକ ତଥା ଡିଜିଟାଲ ଯୁଗରେ ମୋବାଇଲ ଓ ଲ୍ୟାପଟପ୍ ଭଳି ସ୍ମାର୍ଟ ଗ୍ୟାଜେଟ ଯୋଗାଯୋଗର ମାଧ୍ୟମକୁ ଖୁବ ସହଜ ଓ ସରଳ କରିଦେଇଛି । ହେଲେ ଏହିସବୁ ଗ୍ୟାଜେଟ ର ବହୁଳ ବ୍ୟବହାର ଲୋକଙ୍କ ମଧ୍ୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ସୃଷ୍ଟି କରିବାରେ ଲାଗିଛି । ବିଶେଷ କରି ମୋବାଇଲ ଓ ଲ୍ୟାପଟପ୍ ଆଗରେ ଅଧିକ ସମୟ ବିତାଉଥିବା ଲୋକ ପିଠି ଯନ୍ତ୍ରଣା ଓ ବେକ ଯନ୍ତ୍ରଣା ଭଳି ସମସ୍ଯା ଭୋଗ କରୁଥିବାର ଦେଖିବାକୁ ମିଳୁଛି । ଚିକିତ୍ସା ବିଜ୍ଞାନରେ ଏହାକୁ “ଟେକନେକ୍” ବୋଲି କୁହାଯାଉଛି ।

ଅର୍ଥାତ ମୁଣ୍ଡ ବ୍ୟଥା, ବେକ ଓ କାନ୍ଧ ଯନ୍ତ୍ରଣା ଏବଂ ହାତ ଓ କହୁଣି ବ୍ୟଥା ଭଳି ସ୍ଵାସ୍ଥ୍ୟଗତ ସମସ୍ଯା ଏହି ଟେକନେକ ର ମୁଖ୍ୟ ଲକ୍ଷଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତରେ ଅନେକ ଲୋକ ଏହି ଟେକନେକ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଡାକ୍ତରଙ୍କ ପାଖକୁ ଆସୁଥିବା 20 ପ୍ରତିଶତ ଲୋକ ଟେକନେକ ବା ବେକ, କାନ୍ଧ ଓ ପିଠି ଯନ୍ତ୍ରଣା ହେଉଥିବା ଅଭିଯୋଗ କରୁଛନ୍ତି ।

ଅନେକ ସମୟ ଯାଏଁ ଭୁଲ ଢଙ୍ଗରେ ବସି ରହି ମୋବାଇଲ କିମ୍ବା ଲ୍ୟାପଟପ୍ ବ୍ୟବହାର କରିବା ଦ୍ଵାରା ଲୋକଙ୍କୁ ସ୍ନାୟୁ ଆଘାତଜନିତ ଯନ୍ତ୍ରଣା ଭୋଗିବାକୁ ପଡୁଛି । ଘଣ୍ଟା ଘଣ୍ଟା ଧରି ମୋବାଇଲ ଓ ଲ୍ୟାପଟପ୍ ବ୍ଯବହାର କରିବା ଦ୍ଵାରା ସେମାନେ ନଇଁକି ବସୁଛନ୍ତି । ଏହାଦ୍ବାରା ଆମ ବେକରେ ଯେଉଁ ମାଂସପେଶୀ ଓ ସ୍ନାୟୁ ଅଛି ତା’ ଉପରେ ଅତ୍ୟଧିକ ଚାପ ପଡୁଛି ।

ଏହାଦ୍ବାରା ବେକରୁ ତଳକୁ ଯାଉଥିବା ନର୍ଭ କୁ ପ୍ରଭାବିତ କରୁଛି । ଏହି କାରଣରୁ ବେକ ଏବଂ ପିଠି ଆଦିରେ ଏହା ଯନ୍ତ୍ରଣା ସୃଷ୍ଟି କରୁଛି । ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଆମ ଦେଶରେ କମ୍ ବୟସର ବାଳକ ଓ ବାଳିକାମାନେ ମଧ୍ୟ ଏହି ଟେକନେକ ର ଶିକାର ହେବାରେ ଲାଗିଛନ୍ତି । କରୋନା ମହାମାରୀ ଆସିବା ପରେ ଅନଲାଇନ କ୍ଳାସ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହାପରେ ଛାତ୍ର ଛାତ୍ରୀଙ୍କ ହାତକୁ ମୋବାଇଲ ସହଜରେ ଆସିଗଲା ।

ଏବେ ପୁଣି ଥରେ ସ୍କୁଲରେ ପାଠପଢା ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ମୋବାଇଲ ଅଭ୍ଯାସ ପିଲାମାନେ ଛାଡି ପାରୁନାହାନ୍ତି । ଅଧିକ ସମୟ ମୋବାଇଲ ଧରି ବସୁଥିବା ପିଲାମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି । ଅଧିକ ସମୟ ଧରି ମୋବାଇଲ ଓ ଲ୍ୟାପଟପ୍ ବ୍ୟବହାର କଲେ, ବସିବାର ଶୈଳୀ ଭୁଲ ଥିଲେ, ଶୋଇ ରହି ମୋବାଇଲ ଦେଖିଲେ ଓ ମୁଣ୍ଡ ଉପରେ ଅଧିକ ଚାପ ପଡିଲେ ଟେକନେକ ସମସ୍ଯା ଦେଖାଦିଏ ।

କିଛି ସତର୍କ ହେଲେ ଏହି ଯନ୍ତ୍ରଣାକୁ କମ୍ କରି ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି । ଏହାସହ ଟେକନେକ ର କୌଣସି ଲକ୍ଷଣ ଦେଖାଦେର୍ବା ମାତ୍ରେ ଡାକ୍ତରଙ୍କୁ ତୁରନ୍ତ ଦେଖାଇବାକୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଖି ସମାନ୍ତରାଳରେ ମୋବାଇଲ ରଖି ଦେଖନ୍ତୁ, ମୋବାଇଳ ଓ ଲ୍ୟାପଟପ୍ ବ୍ୟବହାର ବେଳେ ମେରୁଦଣ୍ଡ ସିଧା ରଖନ୍ତୁ ଏବଂ ନିରବଚ୍ଛିନ୍ନ ଭାବେ ବହୁ ସମୟ ଯାଏଁ ଲ୍ୟାପଟପ୍ ରେ କାମ କରନ୍ତୁ ନାହିଁ ।

ମଝିରେ ବିରତି ନେବା ସହ ଅଧିକ ସମସ୍ଯା ହେଲେ ଦକତାରଙ୍କ ପରାମର୍ଶ ନିହାତି ଭାବେ ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।