ଏହିଦିନ କେଶ ଧୋଇ ଦିଅନ୍ତୁ ଦେଖିବେ ସ୍ଵାମୀ ଅଳ୍ପ ଦିନରେ କୋଟିପତି ହୋଇଯିବେ, ଏହାସହ ଜାଣନ୍ତୁ ସ୍ତ୍ରୀ ମାନେ କେଉଁ ଦିନ ଭୁଲରେ ବି କେଶ ଧୋଇବା ଉଚିତ ନୁହେଁ ?

ହିନ୍ଦୁଧର୍ମରେ ପ୍ରତ୍ଯେକ ଦିନର ଅଲଗା ଅଲଗା ମହତ୍ଵ ରହିଛି । ମନୁଷ୍ୟ ମାନଙ୍କ ପାଇଁ ଶାସ୍ତ୍ରରେ ଅନେକ ନିୟମମାନ ଲେଖାଯାଇଛି । କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ କଲେ ସୁଫଳ ମିଳେ ଏହା ମଧ୍ୟ ହିନ୍ଦୁ ଧର୍ମଶାସ୍ତ୍ର ମାନଙ୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ମହିଳା ମାନେ କେଉଁ ଦିନ ଭୁଲରେ ବି କେଶ ଧୋଇବା ଉଚିତ ନୁହେଁ ଏବଂ କେଉଁ ଦିନ କେଶ ଧୋଇଲେ ଭଲ ଫଳ ମିଳିଥାଏ ।

ଧର୍ମଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଖିଅର ହେବା, ନଖ ଓ ବାଳ କାଟିବାକୁ ବାରଣ କରାଯାଇଛି । ଏହାଦ୍ବାରା ପୁତ୍ର ଉପରେ ସଙ୍କଟ ପଡିଥାଏ । ହିନ୍ଦୁ ଧର୍ମରେ ସମସ୍ତ ପର୍ବ ତିଥି ଅନୁସାରେ ପାଳିତ ହୋଇଥାଏ ଏଥିପାଇଁ ସବୁବେଳେ ପର୍ବର ଗୋଟିଏ ଦିନ ପୂର୍ବରୁ କେଶ ଧୋଇନେବା ଉଚିତ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅମାବାସ୍ୟା, ଏକାଦଶୀ, ପୂର୍ଣ୍ଣିମା, ତିଥି ଦିନ ଚନ୍ଦ୍ରମା ଉଚ୍ଚରେ ଥାନ୍ତୁ କି ନୀଚ ସ୍ଥାନରେ ଏହିସବୁ ଦିନରେ ସଧବା ମହିଳା କେଶ ଧୋଇବା ଦ୍ଵାରା ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ ।

ଏହା ଯୋଗୁଁ ପରିବାରରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ । ସଧବା ସ୍ତ୍ରୀ ମାନେ ସୋମବାର ଦିନ ନିଜ କେଶ ଧୋଇ ପାରିବେ । କିନ୍ତୁ ଏହିଦିନ ବ୍ରତ ରଖିଥିଲେ କେଶ ଧୋଇବା ଅନୁଚିତ । ଏହାସହ ଯଦି କୌଣସି ମହିଳାଙ୍କ ଛୁଆ ସୋମବାର ଦିନ ଜନ୍ମ ହୋଇଥିବେ ତେବେ ସେ ସେଦିନ କେଶ ଧୋଇବା ଉଚିତ ନୁହେଁ ।

ମଙ୍ଗଳବାର ଦିନ ସୁହାଗିନୀ ସ୍ତ୍ରୀମାନେ କେଶ ଧୋଇବା ଦ୍ଵାରା ଆର୍ଥିକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ ଓ ବୈବାହିକ ଜୀବନରେ ମଧ୍ୟ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ମଙ୍ଗଳବାର ଦିନ କେଶ ଧୋଇବାକୁ ପଡୁଥିଲେ ଆପଣ ଅଅଁଳା ପେଷ୍ଟ ବା ଗୁଣ୍ଡକୁ ପାଣିରେ ମିଶାଇ ନିଜ କେଶରେ ଲଗାଇ ପାରିବେ । ଯେଉଁ ମହିଳାଙ୍କ ଛୋଟ ଭାଇ ନଥିବେ ସେମାନେ ବୁଧବାର ଦିନ କେଶ ଧୋଇ ପାରିବେ ।

ନଚେତ ଏହିଦିନ କେଶ ଧୋଇବାର ଦୋଷ ଛୋଟ ଭାଇଙ୍କ ଉପରେ ଲାଗିଥାଏ । ଏଥିରୁ ବଞ୍ଚିବା ପାଇଁ ଆପଣ ଭଗବାନ ଶ୍ରୀଗଣେଶଙ୍କ ଆରାଧନା କରିପାରିବେ । ଗୁରୁବାର ଦିନ ସଧବା ମହିଳାଙ୍କ ସହ କୌଣସି ପୁରୁଷ ମଧ୍ୟ ନିଜ କେଶ ଧୋଇବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିବା ସହ ସ୍ଵାମୀଙ୍କ ଆୟୁଷ କମିଯାଇ ପାରେ ।

ଯଦି କୌଣସି କାରଣରୁ ଏହିଦିନ କେଶ ଧୋଇବାକୁ ପଡୁଛି ତେବେ ହଳଦୀ ଓ ବେସନକୁ ପେଷ୍ଟକୁ କେଶରେ ଲଗାଇ ମୁଣ୍ଡ ଧୋଇପାରିବେ । ଯେଉଁ ସ୍ତ୍ରୀ ପୁତ୍ର କାମନା କରୁଥିବେ କିମ୍ବା ଯାହାର ପୁତ୍ର ଥିବେ ସେହି ସ୍ତ୍ରୀମାନେ ଶୁକ୍ରବାର ଦିନ ମୁଣ୍ଡ ଧୋଇପାରିବେ ନାହିଁ । ଯଦି ଦରକାର ପଡେ ତେବେ କେଶରେ ଅଳ୍ପ ଦହି ଲଗାଇ କେଶ ଧୋଇପାରିବେ ।

ଶନିବାର ଦିନ କେଶ ଧୋଇବା ଦ୍ଵାରା ଶନିଙ୍କ କୋପ ପଡିଥାଏ । ତେଣୁ ଏହିଦିନ କେଶରେ କ୍ଷୀର ଲଗାଇ ଧୋଇଲେ ଏହି ଦୋଷରୁ ବଞ୍ଚିହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।