‘ମୋ ସ୍ଵାମୀ ଭଲ, କିନ୍ତୁ ଶ୍ଵଶୁର ତାଙ୍କୁ ବତେଇ ଶିଖେଇ ଏମିତି କରୁଛନ୍ତି’- ସାରା ଦିନ ଓ ସାରା ରାତି ଶ୍ଵଶୁର ଘର ସାମନାରେ ଧାରଣାରେ ବସିଛି ବୋହୁ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ଶ୍ଵଶୁର ଘରଲୋକେ ଭିତରକୁ ନେବେ କହି ଜିଦ୍ କରି ସାରା ରାତି ବାହାରେ ବସିଛି କନ୍ୟା । ହେଲେ ନା ଖୋଲୁଛି ଗେଟ୍ ନା ବୋହୂକୁ ଭିତରକୁ ନେଉଛନ୍ତି ଶ୍ଵଶୁର ଘରଲୋକେ । ବଧୂ ବେଶରେ ସାରା ଦିନ ସାରା ରାତି ବର ଘର ଆଗରେ ବସି ରହିଛନ୍ତି ଏହି କନ୍ୟା ତଥା ଡିମ୍ପଲ । ବିବାହ ପ୍ରତିଶ୍ରୁତି ଦେଇ ଠ-କି-ଥି-ବା ଅ-ଭି-ଯୋ-ଗ-ରେ ବର ଘର ଆଗରେ ବୋହୂ ଦିନରାତି ବସି ରହିଥିବା ଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି ବ୍ରହ୍ମପୁରର ବ୍ରହ୍ମାନଗର ଅଞ୍ଚଳରେ ।

ଉକ୍ତ ଯୁବତୀଙ୍କ ଦାବି ଅନୁଯାୟୀ ଡାକ୍ତର ସୁମିତ କୁମାର ସାହୁ ଓ ସେ ଉଭୟ ପରସ୍ପରକୁ ପ୍ରେମ କରି ୨୦୨୦ ସେପ୍ଟେମ୍ବରରେ କୋର୍ଟରେ ବିବାହ କରିଥିଲେ । ଯାହାକି ତାଙ୍କ ପାଖେ ଏହାର ପ୍ରମାଣ ମଧ୍ୟ ରହିଛି । ଆଉ ବିବାହ ପରେ ସେ ଶ୍ବଶୁର ଘରେ ମଧ୍ୟ ଏକ ବର୍ଷ ଧରି ରହି ଆସୁଥିଲେ । କିନ୍ତୁ କୌଣସି ଏକ କାରଣରୁ ସେମାନଙ୍କ ମଧ୍ୟରେ ଝ-ଗ-ଡା ହୋଇ ମା-ମ-ଲା ମହିଳା ଥା-ନା ହୋଇ କୋ-ର୍ଟ-କୁ ମଧ୍ୟ ଯାଇଥିଲା ।

ଆଉ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଦୁଇ ଜଣଙ୍କ ପରିବାରର ଲୋକେ ବୈଦିକ ରୀତିରେ ସେମାନଙ୍କ ବିବାହ କରିବେ ବୋଲି କଥା ହୋଇଥିଲେ । ସେହି ଅନୁସାରେ କନ୍ୟା ପକ୍ଷ ପ୍ରସ୍ତୁତି କରିଥିଲେ । ବିବାହ କାର୍ଡ ମଧ୍ୟ ଛାପିଥିଲେ । କୌଣସି ଏକ ମନ୍ଦିରରେ ଅଳ୍ପ ଲୋକରେ ବିବାହ କରିବା ପାଇଁ କଥା ହୋଇଥିଲା । କିନ୍ତୁ ବେଦିକୁ ଆସି ନଥିଲା ବର ।

କନ୍ୟା ଅପେକ୍ଷା କରି କରି ଶେଷରେ ଆସି ପହଞ୍ଚିଥିଲା ଶ୍ଵଶୁର ଘରେ । ଆଉ ତାଙ୍କ ଘର ସାମନାରେ ଧାରଣାରେ ବସିଥିଲେ । ଦିନ ଯାଇ ରାତି ପହିଥିଲା ହେଲେ ବି ଖୋଲିଲା ନାହିଁ ଶ୍ଵଶୁର ଘର ଗେଟ୍ । ଆଉ ଆଜି ସକାଳୁ ମଧ୍ୟ ସେ ଆସି ଶ୍ଵଶୁର ଘର ସାମନାରେ ବସି ରହିଛନ୍ତି । କିନ୍ତୁ ବର ଘର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ କନ୍ୟା ଜଣକ ଦା-ବି କରୁଛନ୍ତି ଯେପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ନନେବେ ସେତେବେଳ ଯାଏଁ ସେ ତାଙ୍କ ଘର ସାମନାରେ ବସି ରହିବେ ।

ତେବେ ଏ ବିଷୟରେ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ‘ମୋ ସ୍ଵାମୀ ଭଲ, କିନ୍ତୁ ତାଙ୍କୁ ଅନ୍ୟମାନେ ତାଙ୍କ ବି-ରୁ-ଦ୍ଧ-ରେ କହି ତାଙ୍କ ମନକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେ ମଧ୍ୟ ଚୁପ୍ ରହୁଛନ୍ତି ।’ ଏଥିପାଇଁ ଡିମ୍ପଲ ନିଜ ଶ୍ଵଶୁରଙ୍କୁ ଦାୟୀ କରିଛନ୍ତି । ସେ ହିଁ ତାଙ୍କ ସ୍ଵାମୀଙ୍କୁ ବ-ତେ-ଇ ଶି-ଖେ-ଇ ଏହିଭଳି କରିଥିବା ସେ ଅ-ଭି-ଯୋ-ଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।