ମୋ Rahul କୁ ମାରିଦେଲେ କହି ବାହୁନି ବାହୁନି କାନ୍ଦୁଛି ବୁଢୀମା, ପୁରା ଘଟଣା ଜାଣିଲେ ଆପଣଙ୍କ ଛାତି ବି ଫାଟିଯିବ

ବାହୁନି ବାହୁନି କାନ୍ଦୁଛନ୍ତି ବୁଢୀମା ଜଣକ । କାନ୍ଦିବା ବି ସ୍ଵାଭାବିକ କାରଣ ଛୋଟବେଳୁ କାଖେଇ କୋଳେଇ ନାତି ଟୋକାକୁ ବଡ କରିଥିଲେ । କିନ୍ତୁ ଏବେ ଆଖି ସାମ୍ନାରେ ନାତିର ଶବ ଦେଖି ଆଖିର କୁହ ସବୁ ବାହାରକୁ ଗଡି ଆସୁଛି । ଏହି କାନ୍ଦବୋବାଳି ଭିତରେ ଅଭିଯୋଗ ଆସୁଛି ଯେ ନାତିର ସାବତ ମାଆ ଓ ବାପା ମିଶି ତାକୁ ହତ୍ୟା କରି ଗଛରେ ଝୁଲେଇ ଦେଇଛନ୍ତି । ଯଦି ଏହି ଅଭିଯୋଗ ସତ ହୋଇଥାଏ ତେବେ ବାପାମା’ଙ୍କୁ ଉପରୁ ପିଲାମାନଙ୍କ ଭରସା ଉଠିଯିବ ।

ନାତି ଟୋକା ଆଠ ବର୍ଷର ହୋଇଥିବା ବେଳେ ତାକୁ ଅଧାବାଟରେ ଛାଡି ଚାଲି ଯାଇଥିଲେ ତାଙ୍କ ମାଆ । ତା’ପରେ ବାପା ପୁଣି ଥରେ ବିବାହ କଲେ । କିନ୍ତୁ ସାବତ ମାଆଠୁ ମାଡ ଖାଇ ଖାଇ ବହୁ କଷ୍ଟରେ ଦିନ କାଟୁଥିଲା ମୃତକ ରାହୁଲ ବେହେରା । ରାହୁଲ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମା’ଙ୍କ ମୃତ୍ୟୁ ପରେ ମାମୁଁ ଘର ଲୋକେ ମଧ୍ୟ ତାଙ୍କୁ ବହୁତ ସ୍ନେହ ଆଦର କରନ୍ତି । କିଛିଦିନ ପୂର୍ବରୁ ରାହୁଲ ଫୋନ କରି ଆଈକୁ କହିଥିଲା କି ଗୋଟିଏ ମୋବାଇଲ ଫୋନ କିଣିବ ।

ଆଉ ଟିକେ ବଡ ହେଲେ ମୋବାଇଲ ଦେବେ ବୋଲି କହିଥିଲେ ଆଈ । କିନ୍ତୁ ଏହାର କିଛିଦିନ ପରେ ସ୍କୁଲ ପରିସରରେ ଥିବା ଗଛ ଡାଳରେ ଝୁଲୁଥିବା ଅବସ୍ଥାରେ ମିଳିଲା ରାହୁଲର ମୃତଦେହ । ପାରାଦ୍ଵୀପ ଅଭୟ ଚାନ୍ଦପୁରର ତ୍ରିଲୋଚନପୁର ଗାଁ ଦାଣ୍ଡରେ ଲୋକଙ୍କ ଭିଡ ଲାଗିଛି । ମାମୁଁଘର ଲୋକେ କହୁଛନ୍ତି କିଛି ବର୍ଷ ଆମ ଝିଅର ହତ୍ୟା କରିଥିଲେ ଏବେ ପୁଅକୁ ବି ମାରି ଗଛରେ ଝୁଲାଇ ଦେଇଛନ୍ତି ।

ଖବର ଅନୁସାରେ ପୁଅ ରାହୁଲ କେଉଁଆଡୁ କାମ କରି ଦୁଇ ହଜାର ଟଙ୍କା ଆଣିଥିଲେ । ସେହି ପଇସାରେ ସେ ନୂଆ ଡ୍ରେସ କିଣିବା ସହ ଭୋଜି କରି ଖାଇଥିଲେ । ଯେଉଁଥି ପାଇଁ ରାଗି ଯାଇ ରାହୁଲକୁ ବାଡେଇଥିଲେ ବାପା ଓ ସାବତ ମାଆ । ଯାହାଫଳରେ ସେ ମରିଯାଇଛି ବୋଲି ରାହୁଲଙ୍କ ଆଈ କହିଛନ୍ତି । କିନ୍ତୁ ଏସବୁ ଖଣ୍ଡନ କରିଛନ୍ତି ରାହୁଲଙ୍କ ବାପା ଓ ସାବତ ମାଆ । ବାପା ମକର ବେହେରା କହିଛନ୍ତି କି ତାଙ୍କ ପୁଅ ରାଗରେ ଆତ୍ମହତ୍ୟା କରିଛି ।

ଏତେ କମ ବୟସର ପିଲା ଆତ୍ମହତ୍ୟା କରିବ ନାହିଁ କହି ଗାଁଲୋକେ ମଧ୍ୟ ତାଙ୍କ ବାପା ଓ ସାବତ ମାଆଙ୍କୁ ଦୋଷ ଦେଉଛନ୍ତି । ରାହୁଲର ଅକାଳ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ମାମୁଁଘର ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।