ରାସ୍ତା ଉପରେ ଖେଳିଲେ ମାଛ, ଭାଇରାଲ ହେଉଥିବା ଏହି ଭିଡିଓ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ରାସ୍ତା ଉପରେ ମାଛମାନେ ଖେଳିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାସ୍ତା ଉପରେ ମାଛ ଖେଳିଲେ । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ବର୍ଷା ପାଣି ବୋହୁଥାଏ । ଆଉ ଏହି ପାଣିରେ ରାସ୍ତା ଉପରେ ମାଛମନେ ଖେଳୁଥାନ୍ତି । ଆଉ ଏହା ହେଉଛି ସେହି ସମୟର ଚିତ୍ର । ଆପଣ ମଧ୍ୟ ଦେଖି ପାରୁଥିବେ କି ମାଛମାନେ କେମିତି ରାସ୍ତା ଉପରେ ଏପଟ ସେପଟ ହୋଇ ଖେଳୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ପ୍ରବଳ ଜୋରରେ ବର୍ଷା ହେଉଛି ଓ ଏନଏଚ ଉପରେ ବର୍ଷା ପାଣି ଜୋରରେ ବୋହୁଛି ।

ସେହି ବାଟ ଦେଇ କିଛି ଗାଡି ମଟର ମଧ୍ୟ ଯିବା ଆସିବା କରୁଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏତିକି ବେଳେ କେଉଁ ଅଦୁ କିଛି ମାଛ ରାସ୍ତା ଉପରକୁ ଉଠି ଆସିଛନ୍ତି ଓ ରାସ୍ତା ଉପରେ ଖେଳୁଛନ୍ତି । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ନିହାତି ଭାବେ ପ୍ରଶ୍ନ ଆସୁଥିବ କି ଏତେ ମାଛ କେଉଁଠୁ ଆସିଲେ ଓ ଏହା କିପରି ସମ୍ଭବ ହେଲା ? କାରଣ ହଠାତ ରାସ୍ତାରେ ମାଛ ଖେଳିବା ଦୃଶ୍ୟ ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରୁଛି । ଯାହାକି ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ଘଟଣାଟି ହେଉଛି ଆସାମର । ପ୍ରବଳ ବର୍ଷା ଯୋଗୁଁ ବୁଧବାର ଦିନ ଆସାମର ରାଜଧାନୀ ଗୌହାଟିର ଏକ ଜାତୀୟ ରାଜପଥରେ ମାଛମାନେ ଖେଳୁଥିବାର ଦୃଶ୍ୟ ନଜର ଆସିଥିଲା । ଆଉ କେହି ଜଣେ ବ୍ୟକ୍ତି ଏହାର ଏକ ଭିଡିଓ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ । ଯାହାକୁ ଏବେ ଖୁବ ଭାଇରାଲ ହେଉଛି ।

ପ୍ରବଳ ବର୍ଷା ଯୋଗୁଁ ଆସାମରେ ପୁଣି ଥରେ ବନ୍ୟା ପରିସ୍ଥିତି ଦେଖାଦେବାର ସମ୍ଭାବନା ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଆସାମର ଅନେକ ସ୍ଥାନରେ ରାସ୍ତା ଉପରେ ଏକ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି କହିଲେ ଚାଲେ ।

ଏହି ଦୃଶ୍ୟ ରାସ୍ତା ଇପାରେ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା । ଏପରିକି ଗୋଟିଏ କାର୍ ମଧ୍ୟ ବର୍ଷ ପାଣିରେ ଭାସି ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ମଧ୍ୟରେ ମାଛମାନେ ରାସ୍ତାରେ ଖେଳିବା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।