ପତ୍ନୀ Varsha Priyadarshini ଙ୍କ ନାଁରେ ED ରେ ଏତଲା ଦେଲେ ସାଂସଦ Anubhav Mohanty, ବର୍ଷା କଳା ଟଙ୍କା ରଖୁଥିବା ନେଇ ଦେଲେ ବଡ ପ୍ରମାଣ, ଦେଖନ୍ତୁ Video

ଷ୍ଟାର ଦମ୍ପତ୍ତି ବର୍ଷା ଓ ବର୍ଷାଙ୍କ ବିବାଦ ଥମିବାର ନାଁ ନେଉନି । ଓଲଟା ଦିନକୁ ଦିନ ବଢିବାରେ ଲାଗିଛି । ଉଭୟଙ୍କ ବିବାଦରେ ଆଉ ଏକ ନୂଆ ମୋଡ ଦେଖାଦେଇଛି । ପତ୍ନୀ ବର୍ଷାଅଙ୍କ ବିରୁଦ୍ଧରେ ଇଡିରେ ଫେରାଦ ହୋଇଛନ୍ତି ଅନୁଭବ । ବର୍ଷା କଳା ଟଙ୍କା ରଖୁଥିବା ନେଇ ଅନୁଭବ ଅଭିଯୋଗ ଆଣିଛନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି । କେଉଁଠି ଭର୍ଷା ତ ଆଉ କେଉଁଠି ବର୍ଷା ବୋଲି ନିଜ ନାଁ ଲେଖିଛନ୍ତି । ଆଜ୍ଞା ହଁ, ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବଙ୍କ ମଧ୍ୟରେ ବଢୁଥିବା ବିବାଦ କେବେବି ଥମୁନାହିଁ ।

ଆଉ ଆଜି ପ୍ରଥମ ଥର ପାଇଁ ଅନୁଭବ ପତ୍ନୀ ବର୍ଷାଅଙ୍କ ବିରୋଧରେ ଇଡିରେ ଫେରାଦ ଦେଇଛନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଓ କଳା ଟଙ୍କା ରଖୁଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଵାମୀ ଅନୁଭବ ମହାନ୍ତି । ଅନୁଭବ ଓ ବର୍ଷା ଗତ ଦୁଇ ବର୍ଷ ଧରି ସମୟ ସମୟରେ ନିଜ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ଯେଉଁଥି ପାଇଁ ସେମାନଙ୍କୁ ସବୁବେଳେ ଥାନା ଓ କୋର୍ଟ କଚେରୀ ଦୌଡିବାକୁ ପଡୁଛି ।

ଏବେ ଏଥିରେ ପୁଣି ଥରେ ଆଉ ଏକ ପୃଷ୍ଠା ଯୋଡି ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ ବର୍ଷାଅଙ୍କ ବିରୋଧରେ ଇଡିକୁ ଦେଇଥିବା ଅଭିଯୋଗରେ ଏହା ଦର୍ଶାଇଛନ୍ତି ଯେ, ବର୍ଷା ଟିକସ ଫାଙ୍କିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି ।

ଯେମିତିକି ସରକାରୀ ଦସ୍ତାବିଜରେ କେଉଁଠି ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ବୋଲି ଲେଖିଛନ୍ତି । ସେହିପରି ମାଟ୍ରିକ ସାର୍ଟିଫିକେଟ, ଆଧାର କାର୍ଡ, ପାନକାର୍ଡ, ଜନ୍ମ ସାର୍ଟିଫିକେଟ, ପାସପୋର୍ଟ ଓ ବ୍ଯାଙ୍କ ପାସବୁକରେ ମଧ୍ୟ ନାମ, ମଝି ନାମ ଓ ସାଙ୍ଗିଆ ନାମ ମଧ୍ୟ ଭିନ୍ନ ରହିଛି । ବର୍ଷା ଟିକସ ଫାଙ୍କୁଥିବା ନେଇ ଅନୁଭବ ସବୁଠୁ ବଡ ଅଭିଯୋଗ ଆଣିଛନ୍ତି ।

ତେବେ ଅନୁଭବଙ୍କ ଅଭିଯୋଗ ମୁତାବକ ଇଡିର ତଦନ୍ତ ପରେ ଏହା ସ୍ପଷ୍ଟ ହେବ କି ବର୍ଷା ସତରେ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି କି ନାହିଁ ଓ କଳା ଟଙ୍କା ରଖୁଛନ୍ତି କି ନାହିଁ । ଏବେ ଏହାରି ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।