ଉପରାଷ୍ଟ୍ରପତି M. Venkaiah Naidu ହେବେ ପରବର୍ତ୍ତୀ ରାଷ୍ଟ୍ରପତି ? ଦେଖନ୍ତୁ ଏନେଇ ବିଜେପି ଓ ବିଜେଡି ମିଳିତ ଭାବେ କେମିତି କରୁଛନ୍ତି ପ୍ରସ୍ତୁତି

ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ପଦବୀ ନେଇ ପ୍ରତିଯୋଗୀତା ଜୋରସୋର ଚାଲିଛି । ସମସ୍ତ ଦଳ ମଧ୍ୟରେ ଏଥିପାଇଁ ଏକ ପ୍ରକାର ରେସ୍ ଚାଲିଛି କହିଲେ ଚଳେ । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି କି ଉପରାଷ୍ଟ୍ରପତି ହେବେ ରାଷ୍ଟ୍ରପତି । ଆମ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ପ୍ରସ୍ତାବକ ରହିବେ । ବିଜେଡି ବିରୋଧୀ ମେଳିକୁ ବର୍ଜନ କରିଛି । ଚଳିଟ ଥର ଉତ୍ତର ଭାରତରୁ ରାଷ୍ଟ୍ରପତି ବଛା ଯାଇଥିବା ବେଳେ ଏଥର ଦକ୍ଷିଣ ଭାରତକୁ ବିଜେପି ଗୁରୁତ୍ଵ ଦେଉଥିବା ଜଣାପଡୁଛି ।

ଦକ୍ଷିଣ ଭାରତରୁ କେହି ଜଣେ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ହେଉଛି । ବିଜେଡି ଓ ଟିଆରଏସ ଏଥିରେ ମୋହର ମାରିବେ ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ସମସ୍ତ ଅଙ୍କକଷା ମଧ୍ୟରେ ବର୍ତ୍ତମାନର ଉପରାଷ୍ଟ୍ରପତି ଥିବା ଏମ. ଭେଙ୍କୟା ନାଇଡୁ ଏଥର ରାଷ୍ଟ୍ରପତି ପଦବୀରେ ଚୟନ ହେବାକୁ ଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । ଆସନ୍ତା ସପ୍ତାହରେ ଏନଡ଼ିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କର ଘୋଷଣା କରିବ । ବିଜେଡି ସମେତ ୱାଇଏସଆର କଂଗ୍ରେସ ତାଙ୍କୁ ସମର୍ଥନ କରିବାକୁ ଥିବା ବୋଲି ମଧ୍ୟ ଆଲୋଚନା ଜୋର ଧରିଛି ।

କେବଳ ସେତିକି ନୁହେଁ ବରଂ ଆସନ୍ତା ୨୬ କିମ୍ବା ୨୭ ତାରିଖରେ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପ୍ରସ୍ତାବକ ରହିବା ସହ ନାମାଙ୍କନ ବେଳେ ନିଜ ଉପସ୍ଥିତ ରହିବା ନେଇ ଚର୍ଚ୍ଚା ହେଉଛି । ଗତ ଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିବାରୁ ଏଥର ବିଜେପି ଦକ୍ଷିଣ ଭାରତରୁ ଜଣଙ୍କୁ ବାଛିବାର ଯଥେଷ୍ଟ ସମ୍ଭାବନା ରହିଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଫୋକସରେ ରହିଛି ଦକ୍ଷିଣ ଭାରତ । ଯଦି ଭେଙ୍କିୟା ପ୍ରାର୍ଥୀ ହୁଅନ୍ତି ତେବେ ଏକାଥରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଜଗମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସମର୍ଥନ ତାଙ୍କୁ ମିଳିପାରିବ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ଵର ବିଶ୍ବାସ । ଆରଏସଏସ ର ମଧ୍ୟ ଭେଙ୍କିୟାଙ୍କ ପ୍ରତି ସମର୍ଥନ ଥିବା ଜଣାପଡିଛି । ଭେଙ୍କିୟା ଏବିଭିପି ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି । ଉପରାଷ୍ଟ୍ରପତି ଥିବା ବେଳେ ସେ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇବା ଭଳି କୌଣସି କାର୍ଯ୍ୟ କରିନାହାନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭାବେ ମଧ୍ୟ ସେ ଅନେକ ସମୟରେ ସରକାରଙ୍କୁ ସୁହାଇଛନ୍ତି । ସେହି ଦୃଷ୍ଟିରୁ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରପତି ପଦ ମିଳିବା ନେଇ ଚର୍ଚ୍ଚା ହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।