Salman Khan ଙ୍କ ଫିଲ୍ମ ‘ହମ୍ ସାଥ୍ ସାଥ୍ ହେ’ ର ଶିଶୁ କଳାକାରଙ୍କ ଠାରୁ ଆରମ୍ଭ କରି Bollywood ର ଏହି 4 Child Artist ହୋଇ ଗଲେଣି ଏତେ ବଡ, ଦେଖିଲେ ଚିହ୍ନି ବି ପାରିବେନି

ଜଣେ ନାୟକ ଏବଂ ଖଳନାୟକଙ୍କ ବିନା ଯେମିତି ଗୋଟିଏ ଫିଲ୍ମ ଅଧୁରା ବୋଲି ମାନାଯାଏ, ସେମଟି କୌଣସି ଶିଶୁ କଳାକାର ନଥିଲେ ମଧ୍ୟ ଫିଲ୍ମ ଅଧୁରା ଲାଗେ । ଶିଶୁ କଳାକାର ମାନେ ହିଁ ଫିଲ୍ମକୁ ରୋମାଞ୍ଚକ ବନେଇଥାନ୍ତି । କେତେକେ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା କଳାକାର ଆଜି ଏତେ ବଡ ହୋଇ ଯାଇଛନ୍ତି ଯେ ଦେଖିଲେ ମଧ୍ୟ ଚିହ୍ନି ପାରିବେ ନାହିଁ । ତେବେ ଆଜି ଆପଣଙ୍କୁ କିଛି ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ଖୁବ ବଡ ହୋଇଗଲେଣି ।

ଶିଶୁ କଳାକାର ମାଲଭିକା ରାଜ ସଲମାନ ଖାନଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ ରେ ଶିଶୁ କଳାକାର ଭାବେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଏହାପରେ ସେ ଅଭିନୟରୁ ବିରତି ନେଇ ପାଠ ପଢିବା ପାଇଁ ଆମେରିକା ଚାଲି ଯାଇଥିଲେ । ଏହି ଅଭିନେତ୍ରୀ ବର୍ତ୍ତମାନ ୩୦ ବର୍ଷର ହୋଇଯାନ୍ତି ଓ ପୂର୍ବଠାରୁ ଖୁବ ସୁନ୍ଦରୀ ଏବଂ ଷ୍ଟାଇଲିଶ ଦିଶୁଛନ୍ତି । ବର୍ତ୍ତମାନ ତାଙ୍କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମାଲଭିକ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

୯୦ ଦଶକର ଲୋକପ୍ରିୟ ଫିଲ୍ମ ‘ଚାଚି ୪୨୦’ ରେ ଅଭିନେତ୍ରୀ ତବ୍ବୁଙ୍କ ଝିଅ ଭାରତୀ ଭୂମିକାରେ ଅଭିନୟ କରିଥିଲେ ଫତିମା ସନା ଶେଖ । ସେତେବେଳେ ଫତିମା ମାତ୍ର ୫ ବର୍ଷର ଥିଲେ ଓ ନିଜ ଅଭିନୟରେ ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ । କିନ୍ତୁ ଏବେ ଫତିମା ଖୁବ ବଡ ହୋଇ ଯାଇଛନ୍ତି ଓ ଦେଖିବାକୁ ବହୁତ ସୁନ୍ଦରୀ ଲାଗୁଛନ୍ତି । ସେ ଆଜି ବି ଅଭିନୟ ଜାରି ରଖିଛନ୍ତି ଓ ‘ଦଙ୍ଗଲ’ ଏବଂ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ପରି ହିଟ୍ ଫିଲମରେ ମଧ୍ୟ କାମ କରିଛନ୍ତି ।

ଶାହରୁଖ ଖାନଙ୍କ ଫିଲ୍ମ ‘କୁଛ କୁଛ ହୋତା ହେ’ ରେ ଅଭିନୟ କରିଥିବା ଛୋଟ ସର୍ଦାରଙ୍କୁ ତ ଆପଣ ନିଶ୍ଚୟ ମନେ ରଖିଥିବେ । ଅଭିନେତା ପରଜାନ ଦସ୍ତୁର ସେହି ଛୋଟ ସରଦାରଙ୍କ ଭୂମିକା ନିଭାଇଥିଲେ । ସେହି ସାଇଲେଣ୍ଟ ସର୍ଦାର ଆଜି ୨୯ ବର୍ଷ ବଯସର ହୋଇଗଲେଣି ଓ ଖୁବ ହ୍ୟାଣ୍ଡସମ ମଧ୍ୟ ଦେଖା ଯାଉଛନ୍ତି । ସେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ ଓ ଏହାସହ ଏବେ ସେ ପ୍ରଡ୍ୟୁସର ଓ ରାଇଟର ଭାବେ ମଧ୍ୟ କାର୍ଯ୍ୟ କରିବେ ।

ଫିଲ୍ମ ‘କଭି ଖୁସି କଭି ଗମ୍’ ରେ ଯାହାଙ୍କୁ ବିଦେଶରେ ଜାତୀୟ ସଙ୍ଗୀତ ଗାଉଥିବା ଦେଖି ସମସ୍ତଙ୍କ ଲୋକ ଟାଙ୍କୁରି ଉଠିଥିଲା ତାଙ୍କୁ ତ ଆପଣ ମନେ ରଖିଥିବେ । ଏହି ଶିଶୁ କଳାକାର ଜିବ୍ରାନ ଖାନ ଆହୁରି ଅନେକ ଫିଲ୍ମରେ କାମ କରିବା ପରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ଜିବ୍ରାନ ଆଜି ୨୬ ବର୍ଷର ହୋଇ ଯାଇଛନ୍ତି ଓ ଖୁବ ହ୍ୟାଣ୍ଡସମ ଏବଂ ଷ୍ଟାଇଲିଶ ଦେଖା ଯାଉଛନ୍ତି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ଆସିଷ୍ଟାଣ୍ଟ ଚିଫ ଡାଇରେକ୍ଟର ଭାବେ କାର୍ଯ୍ୟ କରି ସେ ନିଜ କ୍ଯାରିୟର ଆଉ ଥରେ ଆରମ୍ଭ କରିଛନ୍ତି ।

ଫିଲ୍ମ ‘ହମ୍ ସାଥ୍ ସାଥ୍ ହେ’ ରେ ଝିଅ ରାଧିକା ଭୂମିକାରେ ଅଭିନୟ କରିଥିଲେ ଜୋୟା ଆଫ୍ରୋଜ । ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ ଜୋୟା । ଏହାପରେ ସେ ‘କୁଛ ନା କହୋ’ ଫିଲ୍ମରେ କାମ କରି ଅଭିନୟରୁ ବିରତି ନେଇଥିଲେ । ଜୋୟା ଆଜି ଖୁବ ସୁନ୍ଦରୀ ହୋଇ ଯାଇଛନ୍ତି ଓ ନିଜ ବୋଲ୍ଡ ଲୁକ ପାଇଁ ବେଶ ଚର୍ଚ୍ଚାରେ ରହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିଭଳି ମନୋରଞ୍ଜନ ଦୁନିଆର ପୋଷ୍ଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।