ରାହୁଲ ଉଦ୍ଧାର ହେବା ପଛର ରିୟଲ ହିରୋ ଓଡିଶାର NDRF ଟିମ୍, ରାହୁଲଙ୍କ ବାପା ନିଜେ ବଖାଣିଲେ ପୁରା ଉଦ୍ଧାର କାର୍ଯ୍ୟର କାହାଣୀ, କହିଲେ ଜଗନ୍ନାଥ ସେମାନଙ୍କୁ ପଠାଇଥିଲେ…

ଛତିଶଗଡର ୧୧ ବର୍ଷୀୟ ବାଳକ ରାହୁଲ ସାହୁ ରେସ୍କ୍ଯୁ ଅପରେସନ ଉପରେ ସମସ୍ତଙ୍କ ନଜର ରହିଥିଲା । ଦୀର୍ଘ ୫ଦିନ ଧରି ୮୦ ଫୁଟ୍ ଗର୍ତ୍ତ ଭିତରେ ଏକାକୀ ରାହୁଲ କେମିତି ବିତାଇଥିଲା ଓ ଶେଷରେ ଜୀବନ ସଂଗ୍ରାମରେ ଜିତି ଉଦ୍ଧାର ହୋଇପାରିଛି ତାହା କାହାରିକୁ ଅଜଣା ନାହିଁ । ରାହୁଲ ଗର୍ତ୍ତକୁ ଖସି ପଡିବା ପରଠାରୁ ଅନେକ ଲୋକ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

କିନ୍ତୁ ଶେଷରେ ବୋରୱେଲ ଯାଏଁ ସମାନ୍ତରାଳରେ ଖନନ କରି ଯେଉଁ ପ୍ରକାର ଭାବେ ରାହୁଲକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରାଗଲା ତାହା ସାରା ଦେଶବାସୀ ଦେଖିଛନ୍ତି । ଏନେଇ ରାହୁଲଙ୍କ ବାପା ନିଜେ ଭାବପୂର୍ଣ୍ଣ ହୋଇ ଅନେକ କଥା ସାମ୍ନାକୁ ଆଣିଛନ୍ତି । ରାହୁଲର ଉଦ୍ଧାର କାର୍ଯ୍ୟରେ ନିଯୋଜିତ ଥିବା ସମସାତ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

କିନ୍ତୁ ବିଶେଷ କରି କଟକ ମୁଣ୍ଡଳିରୁ ଯାଇଥିବା NDRF ଟିମ୍ କୁ ଖାସ୍ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି କି ଓଡିଶାର ଏହି NDRF ଟିମ୍ ତାଙ୍କ ପାଇଁ ଭଗବାନ ହୋଇ ଆସିଥିଲେ । ନିହାତି ଭାବେ ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସେଠାକୁ ପଠାଇଥିଲେ ବୋଲି କହିଛନ୍ତି । ରାହୁଲ ପୁରୀରେ ହଜିଯିବା ଘଟଣା ମଧ୍ୟ ସେ କହିଥିଲେ । ଥରେ ପୁରୀ ଯାଇଥିବା ବେଳେ ସମୁଦ୍ରକୁଳରେ ଗାଧୋଇବା ପାଇଁ ଯାଇଥିଲେ ।

ସେମାନେ ପାଣି ଭିତରକୁ ଗାଧୋଇବା ପାଇଁ ଯାଇଥିଲେ ଓ ସେମାନଙ୍କ ଜିନିଷପତ୍ର ପାଖରେ ପୁଅକୁ ବସେଇ ଦେଇଥିଲେ । କିନ୍ତୁ ହଠାତ କିଛି ସମୟ ପରେ କୁଳକୁ ନଜର ପକାନ୍ତି ତ ପୁଅ ନାହିଁ ବୋଲି ଦେଖିବାକୁ ପାଇଥିଲେ । ସେମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ରାହୁଲ ମିଳି ନଥିଲେ ।

ସମୁଦ୍ରକୁଳରେ ଉଠାଇଥିବା ଫଟୋ ଲୋକଙ୍କୁ ଦେଖାଇ ରାହୁଲଙ୍କୁ ଖୋଜିଥିଲେ । କିନ୍ତୁ ରାହୁଲ ନ ମିଳିବାରୁ ସେମାନେ ନିରାଶ ହୋଇ ରୁମ୍ କୁ ଫେରି ଯାଇଥିଲେ ଓ ବହୁତ କାନ୍ଦିଥିଲେ । କିନ୍ତୁ ଦୁଇଜଣ ସ୍ଥାନୀୟ ଲୋକ ରାହୁଲକୁ ଶ୍ରୀମନ୍ଦିର ପାଖରୁ ଉଦ୍ଧାର କରି ଆଣି ହୋଟେଲରେ ତାଙ୍କ ବାପମା’ଙ୍କୁ ସମର୍ପଣ କରି ଯାଇଥିଲେ । ସେବେ ମଧ୍ୟ ପ୍ରଭୁ ଜଗନ୍ନାଥ ରାହୁଲକୁ ବଞ୍ଚେଇ ଥିଲେ ଓ ଏଥର ମଧ୍ୟ ସ୍ନାନପୂର୍ଣ୍ଣିମା ଦିନ ପ୍ରଭୁ ରାହୁଲ ପ୍ରତି ନିଜ କୃପା ଦେଖିଛନ୍ତି ।

ରାହୁଲର ଉଦ୍ଧାର କାର୍ଯ୍ୟ ସମୟରେ ଯଦି ବର୍ଷା ହୋଇଥାନ୍ତା ତେବେ ତାକୁ ଉଦ୍ଧାର କରିବା କଷ୍ଟକର ହୋଇ ପଡିଥାନ୍ତା । କିନ୍ତୁ ପ୍ରାୟ ସବୁଆଡେ ବର୍ଷା ହୋଇଥିଲେ ମଧ୍ୟ ସେହି ସ୍ଥାନରେ ବର୍ଷା ହୋଇ ନଥିଲା । ରାହୁଲ ସୁସ୍ଥ ହେବା ପରେ ନିହାତି ଭାବେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଓ ଧନ୍ୟବାଦ ଜଣାଇବାକୁ ପୁରୀ ଆସିବେ ବୋଲି କହିଛନ୍ତି ରାହୁଲଙ୍କ ବାପା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।