ମୋ ନାକକୁ ନେଇ ସମସ୍ତେ କମେଣ୍ଟ କରନ୍ତି ..କୁହନ୍ତି ଆଉ ଟିକେ ସୁନ୍ଦର ହେଇଥିଲେ ହୋଇଥାନ୍ତା ” Romyanjali

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ରୋମ୍ଯାଞ୍ଜଳି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଯିଏ କି କ୍ୟୁଟ ଗେଲହୀ ଆଇଟମ ଗୀତ ରେ ଜବରଦସ୍ତ ଅଭିନୟ କରିଥିଲେ । ସେ ଏହି ଗୀତ କୁ ନେଇ ଖୁବ ଚର୍ଚ୍ଚା ରେ ମଧ୍ୟ ରହିଥିଲେ । ଏହି ଗୀତ ଟି ମାର୍କେଟ କୁ ଆସିବା ପରେ ଦର୍ଶକ ମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହି ଗୀତ ଟି ଖୁବ ଲୋକପ୍ରିୟ ମଧ୍ୟ ହୋଇ ପାରିଥିଲା ।

ସେ ଏକ ସାକ୍ଷାତକାର ରେ ନିଜ ବିଷୟରେ କିଛି ଏମିତି ଖାସ କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ରୋମ୍ୟାଞ୍ଜଳି କହିଛନ୍ତି ଯେ ” ମୋ ଲାଇଫରେ ସେମିତି କେହି ନାହାନ୍ତି । ଘର ଲୋକେ ଯେଉଁଠି ଠିକ କରିବେ ସେଠି ମୁଁ ବାହା ହେବି । ମୁଁ ବହୁତ ବହୁତ ଛୋଟ କଥାରେ ଖୁସି ହୋଇଯାଏ ।

ମୋ ନାକ କୁ ନେଇ ଅନେକ ଲୋକ ଅନେକ କମେଣ୍ଟ ଦେଇଥାନ୍ତି । କିନ୍ତୁ ମୁଁ କହିବି ଭଗବାନ ଯାହାକୁ ଯେମିତି ଗଢିଛନ୍ତି ଚାହିଁଲେ କେହି କିଛି କରିପାରିବେ ନାହିଁ । ଲୋକେ କୁହନ୍ତି ମୋ ନାକ ଖରାପ ଆଉ ଟିକେ ସୁନ୍ଦର ହୋଇଥିଲେ ହୋଇଥାନତା । କିନ୍ତୁ ଏଥିରେ ମୁଁ କଣ କରିବି । ଯେଉଁ ମାନେ ଦେଖୁଛନ୍ତି ସେମାନଙ୍କର ସବୁ କିଛି ସୁନ୍ଦର ଥିବ ବୋଲି ମାନେ ନାହିଁ ।

ସେମାନେ ବି କେଉଁ ପଏଣ୍ଟ ଭିୟୁ ରୁ ଅସୁନ୍ଦର ଥିବେ । ମୋ କହିବା କଥା ମଣିଷର ସୁନ୍ଦରତା ଉପରେ ନ ଥାଏ ମନ ଭିତରେ ଥାଏ । ଯଦି ଆମେ ଜଣଙ୍କ ମନକୁ ପଢି ଜାଣି ପାରିବା ସେଟା ହେଉଛି ମଣିଷ ର ସୁନ୍ଦରତା । ମୁଁ ଭେଜ ଖାଇବାକୁ ପସନ୍ଦ କରେ । ମୋର କେବେ ବି ଆଶା ନ ଥିଲା ମୁଁ ଏତେ ବଦଳିଯିବୀ । ମୁଁ ପୁରା ଗାଁ ଲୋକଙ୍କ ଭଳି ରହିଥାଏ ।

ମୁଁ ଶୁଟିଙ୍ଗ ରୁ ଫେରିବା ପରେ ଘରେ ଯାହା ମା ଙ୍କୁ ଖାଇବାକୁ ଦେବାକୁ କୁହେ ସେ ସଙ୍ଗେ ସଙ୍ଗେ କରି ଦିଅନ୍ତି । ମଣିଷ କୁ ନିଜର ଚାଲିଚଳନ କେବେ ବି ବଦଳାଇବା ଉଚିତ ନୁହେଁ । ସବୁ ପରିସ୍ଥିତି ରେ ଖାପ ଖୁଆଇ ଚାଲିବା ଉଚିତ । ଗୋଟେ ଗୋଟେ ଥର ଲଙ୍ଗ ଶୁଟିଙ୍ଗ କରିବାକୁ ପଡେ । ରାତି ରେ ଘରକୁ ଆସିବାକୁ ଲେଟ ହେଲେ ବି କେହି କିଛି କୁହନ୍ତି ନାହିଁ ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ । ଧନ୍ୟବାଦ ।