ଆଣ୍ଟି ଖୋଲିଲେ ଗୁମର କେମିତି ବାରଗାର୍ଲ୍ ହେଲା ଶୁଭଲକ୍ଷ୍ମୀ ?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ମାମଲା କୁ ନେଇ ଦିନକୁ ଦିନ ଚର୍ଚ୍ଚା ଧରିଛି । ଶୁଭଲକ୍ଷ୍ମୀ ଙ୍କ ପରିବାରର ସମ୍ପର୍କୀୟ ଙ୍କ ଘରେ ଭୁବନେଶ୍ଵର ରେ ରହୁଥିଲେ ଶୁଭଲକ୍ଷ୍ମୀ । କିନ୍ତୁ ଏବେ ତାଙ୍କର ମୃତ୍ୟୁକୁ ନେଇ ବିବାଦ ଲାଗି ରହିଛି । ଏ ନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଶୁଭଲକ୍ଷ୍ମୀ ଙ୍କ ଆଣ୍ଟି ଯାହାଙ୍କ ଘରେ ସେ ରହୁଥିଲେ । ଶୁଭଲକ୍ଷ୍ମୀ ଙ୍କ ଆଣ୍ଟି କହିଛନ୍ତି ଯେ ” ପ୍ରଥମେ ଶୁଭଲକ୍ଷ୍ମୀ ଆସି ଭଲ ପାଠ ପଢିଲା ଆଉ ରେଗୁଲାର କଲେଜ ମଧ୍ୟ ଲାଗିଲା ।

କିଛି ଦିନ ପରେ ଶୁଭଲକ୍ଷ୍ମୀ କହିଲା ମୁଁ ନିଜେ କାମ କରିବି କେତେ ଆଉ ଆପଣଙ୍କ ଉପରେ ବୋଝ ହେବି । ସେ ଆମର ଝିଅ ହୋଇ ଆମ ଘରେ ଥିଲା । ସେ ବାର ରେ କାମ କରିବାକୁ କହିବାରୁ ଆମେ ମନା କରିଲୁ । ଏହା ପରେ ସେ ତା ବାପା-ମା ଙ୍କୁ ଏ କଥା କହିବାରୁ ସେମାନେ ରାଜି ହେଲେ ଆଉ ଆମକୁ ଫୋନ କରି କହିଲେ । ଏହା ପରେ ତା ଅଙ୍କଲ ତାକୁ ମେଲୋଡିରେ ପରଫୋମ କରିବାକୁ ନେଇକି ଯିବା ଆସିବା କରନ୍ତି ।

ଏହା ପରେ ସେ ସଞ୍ଜୟ, ଅନିଲ ଙ୍କ ସମ୍ପର୍କରେ ଆସିଲା ଆଉ ଫୋନରେ କଥାବାର୍ତ୍ତା ଆରମ୍ଭ କରିଲା । ଏହା ପରେ ତାର ରଙ୍ଗ ବଦଳିଗଲା ଯାହା ଆମକୁ ଭଲ ଲାଗିଲାନି । ତା ପରେ ଆମେ ତା ବାପା-ମା କୁ ଫୋନ କରି କହିଲୁ ତୁମ ଝିଅକୁ ନେଇ ଯାଅ । ଏହା ପରେ ଆମେ ଶୁଭଲକ୍ଷ୍ମୀ କୁ ନେଇ ତାଙ୍କ ଘରେ ଛାଡି ଆସିଲୁ । ଏହା ପରେ ଗତ 3 ମାସ ହେଲା ସେ ଆମ ସହ ସମ୍ପର୍କ ରେ ନାହିଁ କି ଆମର ତା ସହ କିଛି ସମ୍ପର୍କ ନାହିଁ ।

ସେ ଅଲଗା ରହିଲା କଣ କରିଲା ଆମେ କିଛି ଜାଣିନୁ । ମୋ ଭାଇ ସହ ଯଦି ତାର ସମ୍ପର୍କ ଥିଲା କି ଭାଇ ବ୍ଳାକମେଲ କରୁଥିଲା ଆମକୁ କହିପାରି ଥାନ୍ତା । ଆମେ ତ ଏମିତି କିଛି ସୁରାଗ ପାଇନୁ । ସଞ୍ଜୟ ଙ୍କ ସହ ତାର ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ଆମେ ତାକୁ ବିରୋଧ କରିଥିଲୁ । ଆମେ କେବେ ତାକୁ କହିନୁ ବାର ରେ ଯାଇ କାମ କରିବାକୁ । ସେ ତା ମନକୁ ଯାଇଛି ।

ଯଦି ମୋ ଭାଇ ଶୁଭଲକ୍ଷ୍ମୀ ର ଭିଡିଓ ରଖିକି ତାକୁ ଭାଇରାଲ କରିଛି ତେବେ ସଠିକ ଯାଞ୍ଚ କରାଯାଉ । ଦୋଷୀ ଯିଏ ବି ହେଉ ନା କାହିକି ତାକୁ ଫାଶୀ ଦଣ୍ଡ ମିଳିବା ଦରକାର” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।