ମଣିଷ ଠିକ୍ ସମୟରେ ଠାକୁର ପୂଜା ନ କଲେ କି ଫଳ ଭୋଗ କରିଥାଏ? ଜାଣନ୍ତୁ ଶାସ୍ତ୍ରସମ୍ମତ କାରଣ …..

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ଖାଦ୍ୟ ପାନୀୟ ଯେପରି ଅତ୍ୟାବଶକ ହୋଇଥାଏ । ଠାକୁର ପୁଅ ମଧ୍ୟ ମହତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ କେତେକ ଲୋକେ ତାଙ୍କ ଘରେ ଇଶ୍ଵରଙ୍କ ପାଇଁ ନିଦିଷ୍ଟ କୋଠରି ତିଆରି କରି ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ପୂଜା କରିବାର ସଠିକ ସମୟ ରହିଥାଏ । ଯେଉଁ ବ୍ୟକ୍ତି ତହି ଅନୁଯାୟୀ ପୂଜା କରେ ସେ ତାହାର ସୁଫଳ ପ୍ରାପ୍ତ କରିଥାଏ ।

ଆଜି ଆମେ ଆଲୋଚନା କରିବାକୁ ଯାଉଥିବା ବିଷୟ ହେଉଛି ଠିକ୍ ସମୟରେ ଠାକୁର ପୂଜା ନ କରିବାର ଫଳ କଣ ? ମୁଁ ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଆପଣଙ୍କୁ ଏହାର ଉତ୍ତର ଦେବାକୁ ଇଛା କରେ । ଥରେ ବୈଷ୍ଣବ ପରିବାରରେ ଶିଶୁବାଳକ ଟିଏ ଜନ୍ମ ଗ୍ରହଣ କରିଥିଲା  । ପରିବାରରେ ବାପା ,ମା ,ଜେଜେମା ରହୁଥିଲେ । ପରିବାରଟି ଜନ୍ମରୁ ଭଗବାନ ଶ୍ରୀକୃଷ୍ଣକୁ  ପୂଜା କରି ଆସୁଛନ୍ତି ।

ଏଣୁ ପିଲାଟି ମଧ୍ୟ ସାନ ଥିବା ବେଳେ ଭଗବାନଙ୍କୁ ସଠିକ ସମୟରେ ପୂଜା,ଅର୍ଚ୍ଚନା ଆଦି କରିଆସୁଥିଲେ । ବୟସର ପରିମିତି ବୃଦ୍ଧି ହେବା ସହ ପିଲାଟିର ବୁଦ୍ଧି ବିକଶିତ ହେବାକୁ ଲାଗିଲା । ତେଣୁ ସେ ଜାଗତିକ ମୋହମାୟାରେ ପଡି ଭଗବାନକୁ ଠିକ ସମୟରେ ପୂଜା କରିବା ପରିତ୍ୟାଗ କରିଦେଲା ଏବଂ ଯେବେ ତାହାର ସମୟ ହେଉଥିଲା ସେହି ସମୟରେ ପୂଜା କରିବାକୁ ନିଜକୁ ନିଯୋଜିତ କରୁଥିଲା ।

 

ଏଭଳି ଦେଖୁଥିବା ପରିବାର ଲୋକେ ପିଲାଟିକୁ ବୁଝାଇବାକୁ ଚେଷ୍ଟା କଲେ । ପରିବାରରେ ଗୋଟିଏ ପିଲା ବୋଲି ଅଧିକ ପ୍ରେମ ,ଶ୍ରଦ୍ଧା ପାଇଥିଲା ଏଣୁ ପରିବାର ଲୋକେ ପିଲା କୁ ଶାସନ କରୁ ନ ଥିବାର ଦୁର୍ବ୍ୟବହାର କରୁଥିଲା । ଦିନେ ପିଲାଟିର ମୃତ୍ୟୁ ର ଘଡ଼ି ଆସିପହଞ୍ଚିଲା । କୋଣସି ଏକ ଦୁର୍ଘଟଣା ରେ ପିଲାଟି ନିଜ ଶେଷ ନିଶ୍ଵାସକୁ ତ୍ୟାଗ ଛାଡିଲା । ସେହି ସ୍ଥାନକୁ ଯମଦୂତ ମାନେ ତୁରନ୍ତ ପହଞ୍ଚି ପିଲାଟିକୁ ନରକ କୁ ନେଇକି ଯାଉଥିଲେ ।

ମାତ୍ର ପିଲାଟି ସାନ ବେଳୁ କରିଥିବା ପୂଜାପାଠ ଭକ୍ତି ବିଷୟରେ ଯମଦୂତ ମାନଙ୍କୁ କହିଲା କିନ୍ତୁ ସେମାନେ ପିଲାଟିର କଥାକୁ ଆଦୌ ଶୁଣିଲେ ନାହିଁ । ତେବେ ପିଲାଟି ମନରେ ଭାବିଲା ଭଗବାନ କାହିଁକି ମୋତେ ରକ୍ଷା କରିବାକୁ ଆସୁନାହାଁନ୍ତି । ଏତିକି ବେଳକୁ ଭଗବାନ ଆସି ଯମଦୂତକୁ ଆଜ୍ଞା କଲେ ସେମାନେ ତାଙ୍କୁ ଛାଡିଦେଲେ । ତେବେ ପିଲାଟି ଭଗବାନକୁ  ପଚାରିଲା ଆପଣ କାହିଁକି ଏତେ ବିଳମ୍ବ କରି ଆସିଲେ ।

ତେବେ ଭଗବାନ କହିଲେ ତୁ କେବେ ଠିକ୍ ସମୟରେ ବା ଉଚିତ୍ ବେଳ ରେ ମୋ ପାଖକୁ ଆସିନୁ । ମୋତେ ପୂଜା କରିନୁ ତେବେ ମୁଁ କେମିତି ଉଚିତ ସମୟରେ ଆସିବି କହ  । ଆମେ ଯଦି ଭଗବାନକୁ ଠିକ୍ ସମୟରେ ପୂଜା ନ କରୁ ତେବେ ଭଗବାନ ମଧ୍ୟ ଠିକ ସମୟରେ ଆମର ସାହାଯ୍ୟ କରିନଥାନ୍ତି ।ତେଣୁ ଶାସ୍ତ୍ର ଅନୁସାରେ ଲକ୍ଷ କାମ କରିବା ପୂର୍ବରୁ ପ୍ରଥମେ ଭଗବାନକୁ ପୂଜା କରିବା ଉତ୍ତମ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।