ବାସୁଦେବପୁର ରେ ଗାଁ ଲୋକେ ତାତି ଯାଇ ଚାଉଳ କିଏ ଖାଇଛି ବୋଲି ଆନ୍ଦୋଳନ କରିବାର ଭିଡିଓ

ନମସ୍କାର ବନ୍ଧୁଗଣ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓ ରେ ମହିଳା ମାନେ ଉତ୍ୟକ୍ତ ହୋଇ ହାତରେ କାଗଜପତ୍ର ଧରି ଆନ୍ଦୋଳନ କରିବା ଭଳି ମନେ ହେଉଛି । ତେବେ ଏ ହେଉଛି ଅଭାବର ଅସନ୍ତୋଷ, ଦୁର୍ନୀତି ବିରୋଧରେ ଜନତା ଙ୍କ ଶାଣିତ ସ୍ଵର । ନିଜ ଅଧିକାରର ସରକାରୀ ମାଗଣା ଚାଉଳ ବାଣ୍ଟ ହୋଇଥିବାରୁ ତାତିଛନ୍ତି ଗାଁ ଲୋକେ ।

ଶତାଧିକ ମହିଳା ଏକାଠି ହୋଇ ଆନ୍ଦୋଳନ କୁ ଓଲହାଇଛନ୍ତି । ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଞ୍ଚ ଗ୍ରାମ ପଞ୍ଚାୟତର ଦ୍ରୁଶ୍ଯ । ହାତ ରେ ରାସନ କାର୍ଡ ଧରି ଡିଲର ଙ୍କ ଦୋକାନ କୁ ଘେରିଛନ୍ତି ମହିଳା ମାନେ । ଶୁଭୁଚି ଚାରି ଆଡେ ଅସନ୍ତୋଷର ଶାଣିତ ସ୍ଵର । ଆଉ ମହିଳା ମାନେ ଏକତ୍ର ହୋଇ ପଚାରୁଛନ୍ତି ଆମ ଚାଉଳ ଖାଇଲା କିଏ ?

କ୍ଷୀରମଣି ସାହୁ ହେଉଛି ଚାଉଳ ଡିଲର ସେ ଚାଉଳ ଖାଇଛି ଆଉ ଏଥିରେ ଯୋଗାଣ ଅଧିକାରୀଙ୍କ ହାତ ଅଛି ବୋଲି ମହିଳା ମାନେ କହିଛନ୍ତି । ସେମାନେ ଗରିବ ଖଟିକିଆ ଲୋକ 40 ଟଙ୍କା ଦେଇ ଚାଉଳ କିଣିକି ଖାଇ ପାରିବେନି । ଅଗଷ୍ଟ ମାସ ଆସି ଅଧା ହେଲାଣି ହେଲେ ପୂର୍ବ 3 ମାସ ହେବ ଚାଉଳ ପାଇ ନାହାନ୍ତି ଗାଁ ଲୋକେ । ହିତାଧିକାରୀ ମାନେ କିଛି ଏମିତି ପ୍ରଶ୍ନ ଉଠାଇ ଇଲର ପଏଣ୍ଟ ପରେ ବ୍ଲକ ଅଧିକାରୀଙ୍କ କାର୍ଜ୍ୟାଳୟ ଘେରଉ କରିଛନ୍ତି ।

ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସର ଚାଉଳ ଏ ଯାଏଁ ମିଳି ନ ଥିବା ଏବେ 3 ମାସର ଚାଉଳ ଦେବା ବଦଳରେ 2 ମାସର ଚାଉଳ ଦେଇଛି ଡିଲର । ବାରମ୍ବାର ଅଭିଯୋଗ କରିବା ପରେ ବି ଡିଲର ଧମକ ଦେଉଛି । ଯାହା ପାଇଁ ଉତ୍ୟକ୍ତ ଲୋକେ ଡିଲର ଦୋକାନ ରେ ତାଲା ପକାଇ ଦେଲେ । ଆଉ ପରେ ବିଡିଓ ଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀଙ୍କୁ ଘେରଉ କରିଲେ ।

ଯୋଗାଣ ଅଧିକାରୀ 7 ଦିନ ମଧ୍ୟ ରେ ଖାଉଟି ଙ୍କୁ ତାଙ୍କ ପ୍ରାପ୍ୟ ଚାଉଳ ଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଲେ । ଆଉ ଏହା ପରେ ମହିଳା ମାନେ ଆନ୍ଦୋଲନ ରୁ ଓହରିଲେ । ଅନ୍ୟ ପଟେ ଡିଲର ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କେଉଁ କାରଣରୁ 2 ମାସକର ଚାଉଳ ମାରି ଖାଇଛନ୍ତି ଡିଲର ? କାହା ଛତ୍ରଛାୟା ତଳେ ରହିଛି ଡିଲର ଏବଂ ତାଙ୍କ ଉପରେ କେଉଁ ବଡ ନେତା ଙ୍କ ହାତ ରହିଛି ?

ତେବେ ଦେଖିବାକୁ ବାକି ରହିଲା ଡିଲର ଓ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।