ଖୋଲିଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ରହସ୍ୟ, ରାତିରେ ଶୁଭଲକ୍ଷ୍ମୀ କାହାକୁ ବାରମ୍ବାର କରିଥିଲେ Phone Call ।

ସେହି 20 ସେକେଣ୍ଡ ର ଶେଷ କଲ । ଗୋଟିଏ ନମ୍ବର କୁ ଯାଇଥିଲା 12 ଥର ମିସ କଲ । ରାତି 1:10 ରେ କାହାକୁ ଫୋନ କରିଥିଲେ ଶୁଭଲକ୍ଷ୍ମୀ ? କିଏ ସେହି ବ୍ୟକ୍ତି ଓ ସେ କଣ କଥା ହୋଇଥିଲେ ଶୁଭଲକ୍ଷ୍ମୀଙ୍କ ସହ ? ହଁ ଦର୍ଶକ ବନ୍ଧୁ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମନା କୁ ଆସିବାରେ ଲାଗିଛି । ହୋଟେଲ ଦୀପାଲି ର ରୁମ ନମ୍ବର 205 ରେ ଶୁଭଲକ୍ଷ୍ମୀ ଙ୍କ ଶେଷ କଲ ଥିଲା ମାତ୍ର 20 ସେକେଣ୍ଡ ।

ରାତି 1:10 ରେ ସେ ଫୋନ କରିଥିଲେ । ଯାହାର ପ୍ରମାଣ ଏବେ ପୋଲିସ ହାତରେ ପଡି ଯାଇଛି । ଯାହା କି ଏହି ରହସ୍ୟମୟ ମୃତ୍ୟୁ ମାମଲା କୁ ଏକ ସୁରାଗ ଯୋଗାଇଛି । ରାତି 1ଟା 10 ରେ କାହାକୁ ଫୋନ କରିଥିଲେ ଶୁଭଲକ୍ଷ୍ମୀ । ଯଦି ବି କରିଥିଲେ କାହିଁକି କରିଥିଲେ ଓ କଣ କଥା ହୋଇଥିଲେ ମ? ସୂଚନା ଅନୁଯାୟୀ ଶୁଭଲକ୍ଷ୍ମୀ ଙ୍କ ପାଖରେ ଥିଲା 2ଟି ମୋବାଇଲ ।

ଯାହା କି ଏବେ ପୋଲିସ ଜବତ କରିଛି । ପୋଲିସ ର ସୂଚନା ଅନୁଯାୟୀ ଶୁଭଲକ୍ଷ୍ମୀ ରାତି 1ଟା 10 ମିନିଟ ରେ ଶେଷ ଥର ପାଇଁ କଲ କରିଥିଲେ । ଟା ପୂର୍ବରୁ ଶୁଭଲକ୍ଷ୍ମୀ ତାଙ୍କ 2ଟି ନମ୍ବର ରୁ ସମାନ ଗୋଟେ ନମ୍ବର କୁ କଲ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଲମ୍ବା ସମୟ ଯାଏଁ କାହା ସହ କଥା ହୋଇ ନାହାନ୍ତି । ରାତି 8ରୁ 12ଟା 30 ଯାଏଁ କାହାରିକୁ ଫୋନ ନ କରିଥିଲେ ଶୁଭଲକ୍ଷ୍ମୀ ।

କିନ୍ତୁ ଏହି ସାଢେ ଚାରି ଘଣ୍ଟା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ମୋବାଇଲ ରୁ ଶୁଭଲକ୍ଷ୍ମୀ ଙ୍କ ଫୋନ କୁ 12 ଥର ମିସ କଲ ଆସିଥିଲା । ଯାହା କି ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କର ହୋଇ ଥାଇପାରେ ବୋଲି ପୋଲିସ କହିଛି । ଶୁଭଲକ୍ଷ୍ମୀ ମୃତ୍ୟୁ ଦିନ ହୋଟେଲ କର୍ମଚାରୀଙ୍କୁ ରାତି 12 ଟା ରେ ଫୋନ କରିଥିବା ତଦନ୍ତ ରୁ ଜଣା ପଡିଛି । 2ଟି ମୋବାଇଲ ରେ ଏକାଧିକ ଇଂଷ୍ଟାଗ୍ରାମ, ୱ୍ହାଟସପ ଆକାଉଣ୍ଟ, 3ଟି ଚ୍ୟାଟ ଆକାଉଣ୍ଟ ଥିବା ପୋଲିସ ଜାଣିବାକାଉ ପାଇଛି ।

ମୃତ୍ୟୁ ପୂର୍ବରୁ ଏହି ସବୁ ଆକାଉଣ୍ଟ କୁ ଭିଡିଓ କଲ କରା ଯାଇଥିବା ସୁରାଗ ମଧ୍ୟ ରହିଛି । ମୃତ୍ୟୁ ପୂର୍ବରୁ ସେ ଜଣେ ବ୍ୟକ୍ତିଙ୍କ ସହ ୱ୍ହାଟସପ ରେ ଦୀର୍ଘ ଅ ସମୟ ଧରି କଥା ହୋଇଥିଲେ । ଏ ନେଇ ଅନେକ ତଥ୍ୟ ପୋଲିସ ହାତରେ ଲାଗି ରହିଛି । ଅନ୍ୟ ପରତେ ସେ ନାବାଳିକା ଥିଲେ । ସେ ପଢୁଥିବା କମଳା ନେହେରୁ କଲେଜ ରେ ଯୁକ୍ତ 2 ରେ ପ୍ରଥମ ବର୍ଷ ନାମ ଲେଖାଇଥିଲେ ।

ସେ ତାଙ୍କ ଜନ୍ମ ତରାଇଖ 2006 ମାର୍ଚ୍ଚ 11 ଦର୍ଶାଇଛନ୍ତି । ତାଙ୍କ ମୃତ୍ୟୁ ବେଳକୁ 17 ବର୍ଷ 5 ମାସ ହୋଇଥିଲା । ସେପଟେ ନାବାଳିକା ଥିବାରୁ ତାଙ୍କୁ କେମିତି ବାର ରେ କାମ କରିବାକୁ ଅନୁମତି ଦିଆଯାଇଥିଲା ସେ ନେଇ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।