6 ମାସ ଭିତରେ ମୁଁ ଦେଢ଼ ଲକ୍ଷ ଟଙ୍କାର ପିଇକି ସାରି ଦେଇଥିଲି ..ଦିନ 3ଟାରୁ ରାତି 3 ପର୍ଯ୍ୟନ୍ତ ପିଉଥିଲି “ଡ୍ୟାନି

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଡ୍ୟାନି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ସିରିଏଲରେ ଚମତ୍କାର ଅଭିନୟ କରିସାରିଛନ୍ତି । ଏକ ସାକ୍ଷାତ୍କାରରେ ସେ ନିଜର ପ୍ରେମକୁ ନେଇ ବଡ ଖୁଲାସା କରିଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଡ୍ୟାନି କହିଛନ୍ତି ଯେ “ହଁ ମୁଁ ଖୋଲିକି କହିବି ମୁଁ କିଛି ନୁହେଁ । ମୁଁ ପ୍ରତିଦିନ ପିଉଥିଲି ।

6 ମାସ ଭିତରେ ମୁଁ ପାଖାପାଖି ଦେଢ ଲକ୍ଷ ଟଙ୍କାର ପିଇକି ସାରି ଦେଇଛି । ଦିନ 3ରୁ ଆରମ୍ଭ କରେ ରାତି 3ଟା ଯାଏଁ ପିଉଥିଲି । ପିଇକି କୁଆଡେ କୁଆଡେ ବୁଲୁଥାଏ । ଘର ଲୋକେ ଚିନ୍ତାରେ ରୁହନ୍ତୁ । କେବେ କେବେ ମୁଁ ମୋ ଗାର୍ଲଫ୍ରେଣ୍ଡ କୁ ଫୋନ କରିଲେ ସେ କୁହନ୍ତି କାହିଁକି ମୋତେ ବିରକ୍ତି କରୁଛ ? ଭୁଲ ତାଙ୍କର ଥିଲା ତଥାପି ମୁଁ ତାଙ୍କୁ ସଋ କହୁଥିଲି ।

ମୁଁ ଚେଷ୍ଟା କରୁଥିଲି ଆମର ସମ୍ପର୍କ ଠିକ ହୋଇଯାଉ । କିନ୍ତୁ କୁହନ୍ତି ଲୋକ ଅଭ୍ଯାସ ବଦଳାଇ ପାରିବେ କିନ୍ତୁ ପ୍ରକୃତି ନୁହେଁ ।  ମୁଁ ଡିପ୍ରେସନ କୁ ଚାଲି ଯାଇଥିଲି ହେଲେ ବଦଳି ଗଲି । ସେ ଆଜି ବି ବାହା ହୋଇ ନାହାନ୍ତି । ମୁଁ ତାଙ୍କୁ ବହୁତ ସମ୍ମାନ କରୁଛି । ଆମର ସମ୍ପର୍କ ରେ ଗୋଟେ କଥା ଆମେ ହୋଇଥିଲୁ ଯଦି ଆମେ ଦୁହେଁ ଅଲଗା ହୋଇଯିବୁ ତେବେ କେହି ଆଉ ବାହା ହେବେନି ।

ଏହା ଛଡା ମୁଖ୍ୟ କାରଣ ଆମେ ଦୁହେଁ ଅଲଗା ହେବାର ଆମର ଜାତି । କାରଣ ସେ ବ୍ରାମ୍ହଣ ପରିବାରରେ ଥିଲେ ଆଉ ଆମର ଅଲଗା ଜାତି । ମୋ କ୍ଯାରିୟର ଯେବେ ଆକଟିଙ୍ଗ ଲାଇନରେ ସେଟେଲ ହେଲା ଯେବେ ମୋତେ ନେମ ଫେମ ମିଳିବାକୁ ଲାଗିଲା ସେ ଚେଷ୍ଟା କରିଥିଲେ ମୋ ଜୀବନକୁ । ମୁଁ ମଧ୍ୟ ଚାନ୍ସ ଦେଇଥିଲି ତାଙ୍କୁ ମୋ ଜୀବନରେ ଫେରିବାକୁ ।

ଯେହେତୁ ମୋ ଭଲ ପାଇବା ପାଇଁ ସେ ଆସିଲେ । ଯାହା ଭୁଲ ସେ କରିଥିଲେ ପୁଣି ଠାରତେ ସେହି ଭୁଲ କରିଲେ । ଆଉ କାହା ସହ କଥା ହେଲେ । ମୁଁ ଏବେ ବି ମୋ ପ୍ରଥମ ଭଲ ପାଇବାକୁ ଭଲ ପାଏ କିନ୍ତୁ ଆଉ କେବେ ତାଙ୍କୁ ନିଜର କରିବେନି । ମୋ ଜାଗାରେ ମୁଁ ଠିକ ଅଛି । ଆଜି ଯାଏଁ ମୁଁ କାନ୍ଦେ ଭାବିକି ମୁଁ କେଉଁଠି ଭୁଲ ଥିଲି ।

ମୁଁ ପ୍ରତେକ ଦିନ ଥରେ ହେଉ ନା କାହିଁକି ତାଙ୍କ କଥା ମନକୁ ଆସେ । ମହାଦେବ ଙ୍କ ଭଳି ଲୋକ ମଧ୍ୟ ତରଳି ଯାଇଥିଲେ ଯେ ସତୀ ଙ୍କୁ ହରାଇବା ପରେ ସେ ପାର୍ବତୀ ଙ୍କୁ ବାହା ହୋଇଥିଲେ । ସତୀ ଙ୍କ ଭଳି ଝିଅ ମିଳିବା ଦରକାର । ଆଉ ଆଜିକାଲି ତ ଯେଉଁ ସତୀ ଭଳିଆ ଝିଅ ଅଛନ୍ତି । ସମସ୍ତେ ଖରାପ ନୁହନ୍ତି । ମୋ ବେଳା ଖରାପ ଥିଲା । ଆଗରୁ ମୁଁ ଏତେ ଜଜମେଣ୍ଟ ନ ଥିଲି ଏବେ ହୋଇଯାଇଛି” ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।