ପିଏମ ମୋଦୀଙ୍କ ଧମକ ଦେଇଥିବା ସିଙ୍ଗର ଛାଡିବାକୁ ଚାହୁଁଛି ପାକିସ୍ତାନ, କହିଲା – ଇଣ୍ଡିଆ ଅଧିକ ଭଲ ହେଲେ…

ପାକିସ୍ତାନୀ ସିଙ୍ଗର ରବୀ ପୀରଜାଦା ସଙ୍ଗୀତ ଦୁନିଆକୁ ବହୁ ଦିନ ପୂର୍ବେ ହିଁ ବିଦାୟ କହି ଦେଇ ଥିଲେ ଓ ବର୍ତ୍ତମାନ ସେ ପାକିସ୍ତାନ ଛାଡିବାର କଥା ବି କହୁଛନ୍ତି । ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଥିବା ରବୀ ପୀରଜାଦା ଟ୍ୱିଟର ଉପରେ ଏକ ପୋସ୍ଟ କରିଥିଲେ । ସେ ଟ୍ୱିଟରେ ଲେଖି ଥିଲେ କି ପାକିସ୍ତାନ ଓ ଭାରତର ଲୋକମାନଙ୍କ ମଧ୍ୟରେ ବହୁତ ଫରକ ଅଛି । ଭାରତର ଲୋକମାନେ କେବେ ବି ମୋତେ ଖରାପ କହି ନାହାନ୍ତି ।

ଏହା ପରେ ଗାୟକ ଅଦନାନ ସାମୀଙ୍କ ବିଷୟରେ କଥାବାର୍ତ୍ତା କରି ରବୀ ପୀରଜାଦା କହିଲେ କି ଲୋକମାନେ ତାଙ୍କର ଆବାଜ ଓ ପ୍ରତିଭାର ହକଦାର ନୁହନ୍ତି । ଏହା ସହିତ ସେ କହିଲେ କି ସେ ବି ଗୋଟିଏ ଦିନ ପାକିସ୍ତାନ ଛାଡି ଦେବେ । ଏହା ପରେ ରବୀ ପୀରଜାଦା ଟ୍ୱୀଟର ଜବାବ ଦେଇ ଅଦନାନ ସାମୀ କହିଲେ କି – ମୁଁ ଆଶା କରୁଛି କି ଭଗବାନ ସବୁବେଳେ ଆପଣଙ୍କ ରକ୍ଷା କରନ୍ତୁ । ଆପଣ ଯେଉଁଠି ବି ରୁହନ୍ତୁ ଖୁସିରେ ଓ ଭଲରେ ରୁହନ୍ତୁ ।

ରବୀ ପୀରଜାଦାର ଟ୍ୱୀଟ ପରେ ୟୁଜର ବହୁତ ଦୁଖ ଜାହିର କରିଲେ ଓ କିଛି ଲୋକମାନେ ତ ରବୀ ପୀରଜାଦାକୁ ଗାଳି ଗୁଲଜ ବି କରିଲେ । କିନ୍ତୁ ଏହା ଦ୍ଵାରା ରବୀ ପୀରଜାଦା ଉପରେ କୌଣସି ଖାସ ଫରକ ପଡିଲା ନାହିଁ । କିନ୍ତୁ ଏହା ପରେ ସେ ଆହୁରି ଏକ ଟ୍ୱୀଟ କରିଲେ । ଏଥିରେ ସେ ଅଦନାନ ସାମୀକୁ କହିଲେ କି – ‘ଆମେ ସବୁବେଳେ ଆପଣଙ୍କୁ ଭୁଲ ବୁଝିଲୁ ଓ ଆପଣଙ୍କ ଉପରେ ସେହି କଥା ପାଇଁ ଦୋଷୀ କହିଲୁ ଯାହା ଆପଣ କେବେ କରି ନ ଥିଲେ ।

ଆଜି ଯେତେବେଳେ ମୋ ସହିତ ଏହିଭଳି ହେଲା ତ ମୋତେ ଜଣା ପଡିଲା କି ଆପଣଙ୍କୁ କେମିତି ଲାଗିଥିବ । ମୁଁ ଆପଣଙ୍କ ଠାରୁ କ୍ଷମା ମାଗୁଛି ଅଦନାନ ଭାଇ ।‘ ଏହି ଟ୍ୱୀଟ ପରେ ଅଦନାନ ସାମୀ ରବୀକୁ ବୁଝାଇଲେ ଓ ଲେଖିଲେ କି ସେ ନିଜର ଇଚ୍ଛାରେ ନିଜର ଜୀବନକୁ ଉପଭୋଗ କରନ୍ତୁ ।

କହିବାକୁ ଗଲେ ଅଦନାନଙ୍କ ରିପଲାଏ ଆସିବାର କିଛି ସମୟ ପରେ ରବୀ ନିଜର ସମସ୍ତ ଟ୍ୱୀଟକୁ ଡିଲୀଟ କରି ଦେଲେ । ଯେଉଁ ଲୋକମାନେ ପାକିସ୍ତାନ ଛାଡିବାର କଥା ଉପରେ ଗାଳି ଗୁଲଜ କରିଥିଲେ, ତାଙ୍କୁ ଜବାବ ଦେଇ ରବୀ ଏକ ପୋସ୍ଟ ଲେଖିଲେ । ସେ ଲେଖିଲେ କି, ‘ପାକିସ୍ତାନ ମୋର ପରିଚୟ ଅଟେ । ମୁଁ କିଛି ନେଗଟିବ ଲେଖିଲି ଓ ତାହା ସୋସିଆଲ ମିଡିଆ ଓ ଖବର କାଗଜରେ ଭାଇରାଲ ହୋଇଗଲା ।

ମୁଁ ବର୍ତ୍ତମାନ ତାକୁ ଡିଲୀଟ କରି ଦେଇଛି ଓ ପୁଣି ଥରେ କିଛି ପୋସ୍ଟ କରିଛି । କିନ୍ତୁ ତାହା କାହାକୁ ଫରକ ପଡିଲା ନାହିଁ । କଣ ଆମକୁ ପରିବର୍ତ୍ତନ ହେବା ଉଚିତ ନୁହେଁ ? ପାକିସ୍ତାନୀ ଆର୍ମୀ ଦୁନିଆର ଭଲ ଆର୍ମୀ ଅଟେ । ମୁଁ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇ ସାରିଛନ୍ତି ଧମକ

ଏହା କୌଣସି ପ୍ରଥମ ମାମଲା ନୁହେଁ ଯେତେବେଳେ ରବୀ ଏହିଭଳି କିଛି ବିବାଦ ପୂର୍ଣ ଟ୍ୱୀଟ କରି ଚର୍ଚାର ବିଷୟ ହୋଇଛନ୍ତି । କିଛି ସମୟ ପୂର୍ବେ ହିଁ ରବୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟ୍ୱୀଟ କରିଥିଲେ । ରବୀ ପୀରଜାଦା ଏକ ଭିଡିଓ ଟ୍ୱିଟର ଉପରେ ପୋସ୍ଟ କରିଥିଲେ । ଏହି ଭିଡିଓରେ ସେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସାପ ଓ କୁମ୍ଭୀର ଦ୍ଵାରା ଆକ୍ରମଣ କରିବେ ବୋଲି ଧମକ ଦେଇ ଥିଲେ ।

ଏହି ଭିଡିଓକୁ ପୋସ୍ଟ କରିବା ପରେ ବହୁତ ଟ୍ରୋଲ ହୋଇଥିଲେ । କିନ୍ତୁ ଯେତେବେଳେ ରବୀର ଏହି କୁମ୍ଭୀର ଓ ସାପର ଭିଡିଓ ଦେଖାଗଲା ତ ଜଣା ପଡିଲା କି ଏହା ସବୁ ଖେଳଣା ଅଟେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।